ପରେ ଜରାଶ୍ରମ ସମ୍ପାଦକ ଆଶୁତୋଷ ମିଶ୍ର ଲିଖିତ ଅଭିଯୋଗ କରି ଅସହାୟ ପରିବାରକୁ ସାହାଯ୍ୟ କରିବାକୁ ନିବେଦନ କରିଥିଲେ । ଆଜି ଜିଲ୍ଲା ପ୍ରଶାସନ ଓ ଜଗବନ୍ଧୁ ଜରାଶ୍ରମ ମିଳିତ ଉଦ୍ୟମରେ ମାନସିକ ବିକାର ଗ୍ରସ୍ତ ମହିଳା କୁମ ନାୟକ (୫୮) ଓ ତାଙ୍କ ଝିଅ ସୁକୁମାରୀ ନାୟକ (୨୫) ଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ସୁକିନ୍ଦା ସ୍ଥିତ ମିଶନ ଆଶ୍ରା ରେ ଥଇଥାନ କରି ସେମାନଙ୍କର ଆଜୀବନ ସମସ୍ତ ଆବଶ୍ୟକତା ର ସୁବନ୍ଦୋବସ୍ତ କରିଥିଲେ । ଜାରାଶ୍ରମ ର ଏତାଦୃଶ କାର୍ଯ୍ୟ କୁ ଜନ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି । ବାସ୍ତବରେ ନିରାଶ୍ରୟ ଙ୍କ ପାଇଁ ଆଶ୍ରୟ ସ୍ଥଳ ଓ ଆଶା ଭରସା ଜଗବନ୍ଧୁ ଜରାଶ୍ରମ ବୋଲି ବୁଦ୍ଧିଜିବି ମହଲରେ ଚର୍ଚ୍ଚା ହେଉଛି ।

© 2023 Odisha Taza News.