No Result
View All Result
୧୦ ମଇ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କନ୍ଧମାଳ :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ର ତୁମୁଡିବନ୍ଧ ତହସିଲ ଅନ୍ତର୍ଗତ କୁର୍ତ୍ତମଗଡ ବଜାର ସାହିରେ ଥିବା କିଛି ବରିଷ୍ଠ ନାଗରିକ ଙ୍କ ସେଟେଲମେଣ୍ଟ ପଟ୍ଟା ଜାଗାରେ ଅସାମାଜିକ ବ୍ୟକ୍ତିମାନେ ଜୋର ଜବରଦସ୍ତି ଅନୁପ୍ରବେଶ କରି ବାଡ ଦେବା ଘଟଣାରେ ବାଲିଗୁଡ଼ା ଉପଜିଲ୍ଲାପାଳ ଏମ.ଏସ.ମଧୁମିତା ହସ୍ତକ୍ଷେପ କରି ଏହାର ଏକ ନିରପେକ୍ଷ ତଦନ୍ତ ପାଇଁ ତୁମୁଡ଼ିବନ୍ଧ ତହସିଲଦାରଙ୍କୁ ଚିଠି କରିଛନ୍ତି । ଏହାର ରିପୋର୍ଟ ସାତ ଦିନ ମଧ୍ୟରେ ପ୍ରଦାନ କରିବା ପାଇଁ କହିଛନ୍ତି ।
ଏହା ପରେ ବୁଧବାର ତୁମୁଡ଼ିବନ୍ଧ ତହସିଲଦାର ଏହାର ତଦନ୍ତ ପାଇଁ କୁର୍ତ୍ତମଗଡ଼ ରାଜସ୍ବ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଉକ୍ତ ପରିବାର ର ସାତ ଜଣକୁ ଗୁରୁବାର ଦିନ ତହସିଲଦାର ଙ୍କ ନିକଟରେ ହଜାର ହୋଇ ପକ୍ଷ ରଖିବା ପାଇଁ କହିଛନ୍ତି । ଘଟଣା ରୁ ପ୍ରକାଶ ଯେ ମାର୍ଚ୍ଚ ୧୭ତାରିଖ ଦିନ କିଛି ଅସାମାଜିକ ବ୍ୟକ୍ତିମାନେ ମାରଣାସ୍ତ୍ର ଧରି ଜୋର ଜବରଦସ୍ତି ଆସି ସେଟେଲମେଣ୍ଟ ପଟ୍ଟା ଜାଗା ଉପରେ ତାର ବାଡ ବୁଲାଇ ଥିଲେ ।
ଏହା ପରେ ବରିଷ୍ଠ ନାଗରିକ ଙ୍କ ପରିବାର ନ୍ୟାୟ ପାଇଁ ତହସିଲଦାର ଓ ପୁଲିସ ର ଆଶ୍ରୟ ନେଇଥିଲେ । ରାଜସ୍ବ ନୀରିକ୍ଷକ ଆସି ବରିଷ୍ଠ ନାଗରିକ କୁର୍ତ୍ତମଗଡ଼ ର ମାଧବ ପାଢ଼ୀ,କୁମୁଦ ଚଦ୍ର ପଣ୍ଡା, ପ୍ରକାଶ ଚନ୍ଦ୍ର ସାହୁ, ନାରାୟଣ ପାଢ଼ୀ , ରଞ୍ଜନ କୁମାର ସାହୁ, ଅଶୋକ କୁମାର ପଣ୍ଡା ଙ୍କ ନାମରେ ପଟ୍ଟା ଥିବା କହିଥିଲେ । ଏହା ସତ୍ବେ ମଧ୍ଯ ସେମାନେ ମାନି ନଥିଲେ ପୁଲିସ ନିରବତା ଅବଲମ୍ବନ କରିବା କୁ ପରିବାର ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଦେଖିବାକୁ ବାକି ରହିଲା ବରିଷ୍ଠ ନାଗରିକଙ୍କ ପରିବାର କେବେ ନ୍ୟାୟ ପାଉଛନ୍ତି ?

No Result
View All Result