୯ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ରବିନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ଏକ ଉତ୍ସବରେ ଦୀର୍ଘ ବର୍ଷ ଧରି ଜୀବନ ବ୍ୟାପି ନିଷ୍ଠା ପର ସାରସ୍ବତ ସାଧନା ଓଡ଼ିଆ ଭାଷା ସାହିତ୍ୟକୁ ଋଦ୍ଧିମନ୍ତ କରିଥିବାରୁ ଓଡ଼ିଶାର ଜଣେ ବରେଣ୍ୟ ସୃଜନ ସ୍ରଷ୍ଟା ଭାବେ ଡକ୍ଟର ତ୍ରିନାଥ ପଟ୍ଟନାୟକଙ୍କୁ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପକ୍ଷରୁ
ଅନନ୍ୟ ସିଦ୍ଧିର ସ୍ବୀକୃତି ସ୍ଵରୂପ ୨୦୨୩ ବର୍ଷ ନିମନ୍ତେ ଗତ କାଲି ୮ ତାରିଖ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ଏକ ଉତ୍ସବରେ ମାନ୍ୟବର ସଂସ୍କୃତ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର ସମ୍ବର୍ଦ୍ଧିତ କରିବା ସହିତ ମାନପତ୍ର ଅଙ୍ଗବସ୍ତ୍ର ସହିତ ଏକଲକ୍ଷ ଟଙ୍କାର ମାନ ରାଶି ପ୍ରଦାନ କରିଛନ୍ତି । ଡକ୍ଟର ତ୍ରିନାଥ ପଟ୍ଟନାୟକଙ୍କ ଶତାଧିକ ପୁସ୍ତକର ଲେଖକ ଓ ମାସିକ ପୁରାଣ ପତ୍ରିକା ର ସଂପାଦକ ରହିଛନ୍ତି ରାଜ୍ୟର ଏତାଦୃଶ ସମ୍ବର୍ଦ୍ଧନା ଓ ସମ୍ମାନ ଲାଗି ନିଆଳି ଅଞ୍ଚଳ ଗର୍ବିତ

© 2023 Odisha Taza News.