No Result
View All Result
୮ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭଟଲି :- ବରଗଡ଼ ଜିଲ୍ଲା ଭଟଲି ଥାନା ଅଧୀନ ଅଗ୍ନିଶମ ବିଭାଗ ନିକଟରେ ଆଜି ସଂକୀର୍ତ୍ତନ କଳାକାରଙ୍କୁ ଧରି ଯାଉଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଗାଡିରେ ଥିବା ୩୨ଜଣ କଳାକାର ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ସେମାନଙ୍କ ମଧ୍ୟରୁ ୫ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ଆହତମାନେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅଢେଇଗୁଡି ଗ୍ରାମର ହୋଇଥିଲା ବେଳେ ଛତିଶଗଡ଼ ନୂଆପଡା ଗ୍ରାମକୁ ସଂକୀର୍ତ୍ତନ ପରିବେଷଣ କରିବାକୁ ଯାଉଥିଲେ । ଦ୍ରୁତ ବେଗରେ ଯାଉଥିବା ଗାଡ଼ିଟି ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ ।

No Result
View All Result