୬ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପାଟଣାଗଡ଼ ସ୍ଥିତ ଜବାହାରଲ୍ଲାଲ କଲେଜ ଛାତ୍ରୀ ରଞ୍ଜୁ ଦଣ୍ଡସେନାଙ୍କ ମୃତ୍ୟୁ ଘଟଣାକୁ ଆଜିକୁ ୭ ଦିନ ବିତି ଗଲାଣି । ହେଲେ ଆଜି ସୁଦ୍ଧା ପୁଲିସ ମୃତ୍ୟୁ ପଛର କାରଣ ସଂପର୍କରେ କୌଣସି ଟେର ପାଇପାରୁନି । ଯାହାକୁ ନେଇ ପରିବାର ଲୋକ ଅସନ୍ତୋଷବ୍ୟକ୍ତ କରିଛନ୍ତି । ଏହିଘଟଣାକୁନେଇ ଆଜି ଛାତ୍ରୀଙ୍କ ସହପାଠୀମାନେ ଉପଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିଥିଲେ । ପରେ ସେମାନେ ଏକ ୪ ଦଫା ସମ୍ୱଳିତ ଦାବିପତ୍ର ଉପଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠି ଙ୍କୁ ପ୍ରଦାନ କରିଥିଲେ ।
ଦାବିଗୁଡିକୁ ମଧ୍ୟରେ ଛାତ୍ରୀ ଙ୍କ ମୃତ୍ୟୁ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ, ଦୋଷିଙ୍କୁ ଗିରଫକରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଉ, ପାଟଣାଗଡ଼ ଅଞ୍ଚଳରେ ନିସାକାରବାକୁ ବନ୍ଦ କରିବା ସହ ଛାତ୍ର ଛାତ୍ରୀ ଓ ମହିଳାମାନଙ୍କ ପ୍ରତି ସୁରକ୍ଷାର ବ୍ୟବସ୍ଥା କରାଯାଉ।ଦେଓଗାଁ ଥାନା ବନ୍ଦପଡା ଫାଣ୍ଡି ଡୁମେରପିଟା ଗାଁର ରଞ୍ଜୁ ଦଣ୍ଡସେନା ପାଟଣାଗଡ଼ରେ ରହି ଜବାହାରଲ୍ଲାଲ କଲେଜର ଯୁକ୍ତ ତିନିର ଶେଷ ବର୍ଷରେ ପଢ଼ୁଥିଲେ ।
ହେଲେ ଗତ ୩୦ ତାରିଖରେ ଗଙ୍ଗାସାଗର ଗାଁର ଜୟସ ପଞ୍ଚାନଙ୍କ ଚାଷଜମି ହିଡରେଥିବା ଏକ ପଲାସ ଗଛରେ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ୍ ମୃତଦେହ ଉଦ୍ଧାର କରି ଶଵବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା । ଝିଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଗାମୀ ଦିନ ରେ ଦାବୀ ପୁରଣ ନହେଲେ ତିବ୍ରତର ବିକ୍ଷୋଭ ପ୍ରର୍ଦଶନ କରିବା ଛାତ୍ରୀ ଅହଲ୍ୟା ସାହୁ ଓ ମଧୁସୂଦନ ବାଗ ଙ୍କ ସମେତ ଅନ୍ୟ ଛାତ୍ର ଛାତ୍ରୀ ମାନେ ଚେତାବନୀ ଦେଇଛନ୍ତି ।

© 2023 Odisha Taza News.