୫ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ସମ୍ବଲପୁର :- ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲଇକେରା ବ୍ଲକ ଖୁନ୍ତାମାଳ ପଞ୍ଚାୟତରେ ଵିଜୁ ଜନତା ଦଳ (ବିଜେଡି) ର ବିଧାୟକ ପ୍ରାଥୀନି ଦୀପାଳି ଦାସଙ୍କ ସପକ୍ଷରେ ପ୍ରଚାର ଅଭିଯାନ ଜୋରଦାର୍ ଚାଲିଛି I ଏହି ମର୍ମରେ ଶୁକ୍ରବାର ପଞ୍ଚାୟତର ସୁଡ଼ଙ୍ଗ ଗ୍ରାମରେ ଏକ କର୍ମୀ ସଂମ୍ବିଳନୀ ଅନୁଷ୍ଠିତ ହୋଇଥିଲା I
ରାଜ୍ୟ ସରକାରଙ୍କ ରାଜ୍ୟ ବିଜ୍ଞାନ ଓ କାରିଗରୀ ତଥା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦାନ କରି ପ୍ରାଥୀନି ଦୀପାଳି ଦାସଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ନିବେଦନ କରିଥିଲେ I ଵିଜୁ ଯୁବ ଜନତା ଦଳ ର ରାଜ୍ୟ ସାଧାରଣ ସମ୍ପାଦକ ତଥା ପଞ୍ଚାୟତର ଦଳୀୟ ପଯ୍ୟବେକ୍ଷକ ହୀରାଲାଲ ବେହେରା ଏବଂ ଆଶିଷ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସମାବେଶରେ ଦେବଗଡ଼ ଜ଼ିଲ୍ଲା ପରିଷଦ ସଭାପତି କୌଶିକ ପ୍ରଧାନ,
ପର୍ଯ୍ୟବେକ୍ଷକ ରୋମାଂଞ୍ଚ ରଞ୍ଜନ ବିଶ୍ୱାଳ, ସରପଞ୍ଚ ସୁଶାନ୍ତ ସାହୁ, ହରେଶ ଦେଓ, ମେଘନାଦ ଜୟପୁରିଆ, ଦିଲେଶ୍ଵର ଜୟପୁରିଆ, ଧର୍ମେନ୍ଦ୍ର ଦେଓ, ସୁଶିଲ କୁମାର ରାଉତ ତଥା ପଞ୍ଚାୟତର ଶତାଧିକ କର୍ମୀ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ I

© 2023 Odisha Taza News.