୩ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ମାଲକାନଗିରି :- ମାଲକାନଗିରି ମହାବିଦ୍ୟାଳୟର ନୂତନ ଭାବେ କାର୍ଯ୍ୟଭାର ନେଇଥିବା ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ରଙ୍କୁ ମାଲକାନଗିରି ମହାବିଦ୍ୟାଳୟ ତରଫରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ସଭାରେ ଅଧ୍ୟକ୍ଷ ଭାବରେ ଦିର୍ଘ ୫ବର୍ଷ ଧରି କାର୍ଯ୍ୟକୁ ଅତି ସୂଚାରୁରୂପେ ତୁଲାଇଥିବା ଅଶୋକ କୁମାର ଷଡଙ୍ଗୀଙ୍କ ସଭାପତିତ୍ବରେ । ଶ୍ରୀ ଯୁକ୍ତ ମିଶ୍ର ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା ।
ଜିଲ୍ଲାର ସର୍ବପ୍ରାଚୀନ ମହାବିଦ୍ୟାଳୟକୁ ପ୍ରଗତି ପଥରେ ଆଗେଇ ନେବା ନିମନ୍ତେ, ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ କାମନା କରିଛନ୍ତି । ଏହି ସଭାକୁ ଛାତ୍ର ସାଂସଦ ଉପଦେଷ୍ଟା ଡଃ. ରଞ୍ଜନ କୁମାର ସ୍ବାଇଁ ଆୟୋଜନ କରିଥିବା ବେଳେ, ଇତିହାସ ବିଭାଗର ମୁଖ୍ୟ ନମିତା ଦଣ୍ଡସେନା ଉପସ୍ଥିତ ରହି, ସଭା ସଞ୍ଚାଳନରେ ସାହାଯ୍ୟ କରିଥିଲେ । ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ଉପସ୍ଥିତିରେ ଏହି ସଭା ସମ୍ବର୍ଦ୍ଧିତ ହୋଇଥିଲା । ସର୍ବ ଶେଷରେ ଡଃ. ଗୋକୁଳାନନ୍ଦ ପାତ୍ର ଉପସ୍ଥିତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।














