ତତ୍ ସହିତ ଏକ ବିଶେଷ ସୁଚନା ଦେଇ କହିଥିଲେ ଯେ ବିଗତ ଦିନରେ ସଂଘର ଦାୟିତ୍ଵରେ ଥିବା କିଛି ପଦାଧିକାରୀ ସଂଘର ଅର୍ଥ ତୋଷରପାତ କରିଛନ୍ତି । ଯାହାକୁ ନେଇ ସଂଘରେ ଗୁରୁତର ବିଭ୍ରାଟ ସୃଷ୍ଟି ହେଲାପରେ ଏକ ପୂର୍ଣ୍ଣାଙ୍ଗ ମିଟିଙ୍ଗ କରାଯାଇ ସର୍ବ ସମ୍ମତି କ୍ରମେ ନୁତନ କର୍ମକର୍ତ୍ତା ମନୋନୀତ ପରେ ପୁର୍ବବତ କାମ କରିଚାଲିଛି । କିନ୍ତୁ ପୁର୍ବରୁ ଯେଉଁ ପଦାଧିକାରୀ ମାନଙ୍କ ନାମରେ ଅର୍ଥ ହେରଫେର ଅଭିଯୋଗ ଆସିଥିଲା ସେମାନଙ୍କୁ ସଂଘରୁ ବାହାର କରି ଦିଆଯାଇଛି । ଏବେ ସଂଘରେ ପାଖାପାଖି ଦୁଇଶହ ସଫେଇ କର୍ମଚାରୀ ଥିବାବେଳେ ମ୍ୟୁନିିସିପାଲିଟିର ସଫେଇ କାର୍ଯ୍ୟ ବେଶ୍ ସୂର୍ ଖୁର୍ ରେ ଚାଲିଛି ।
କିନ୍ତୁ ବହିଷ୍କୃତ କର୍ମଚାରୀ ମାନେ ଇର୍ଷାନ୍ୱିତ ହୋଇ ମ୍ୟୁନିିସିପାଲଟି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ ସାମାଜିକ ଗଣମାଧ୍ୟମରେ ନିଜର ଦୋଷ ତୃଟି କୁ ପାଶୋରି ସଂଘ ଏବଂ କର୍ମକର୍ତ୍ତା ମାନଙ୍କ ନାମରେ ମିଥ୍ୟା ଅଭିଯୋଗ ଆଣିଛନ୍ତି , ଯାହାକୁ ଆମେ ଦୃଢ଼ ଭାବେ ଖଣ୍ଡନ କରୁଛୁ । ସେହିପରି ଗତବର୍ଷ ଜୁନମାସ ୨୨ ତାରିଖରେ ବହିଷ୍କୃତ ମାନସୀ ନାୟକ,ମଞ୍ଜୁ ଦେଈ,ସନ୍ୟାସୀ ନାୟକ ପ୍ରମୁଖ ସଂଘକୁ ଲିଖିତ ଭାବେ ନିଜ ନିଜର ଦୋଷ ସ୍ବୀକାର କରିବା ସହିତ କ୍ଷମା ପ୍ରାର୍ଥନା କରି ସଂଘରେ ପୁନଃ ସାମିଲ୍, ନିଯୁକ୍ତି ପାଇଁ ଅନୁରୋଧ କରିଛନ୍ତି । ଆମେ ମଧ୍ଯ ସମୟ କ୍ରମେ ସାମିଲ୍ ବା ନିଯୁକ୍ତି ଦେବାକୁ ସହମତି ପ୍ରକାଶ କରିବା ସତ୍ତ୍ୱେ ଏଭଳି ଧାରଣା, ଉଗ୍ରତାକୁ ଦୃଢ଼ ଭାବେ ନିନ୍ଦା କରିବା ସହିତ ଆଗାମୀ ଦିନରେ ଯେ କୌଣସି ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।
ଏପଟେ ଧାରଣାରେ ବସିଥିବା ଛଟେଇ କର୍ମଚାରୀ ମାନେ କହିଛନ୍ତି ଯେ ଆମେ ଖାଲି ଦୋଷ ସ୍ବୀକାର କରିନାହୁଁ,ପୁନଃ ନିଯୁକ୍ତି ପାଇଁ ପୌରପାଳ ଅନନ୍ତ ବେହେରା ଙ୍କ ମାଧ୍ୟମରେ ଏକ ଲକ୍ଷ ଟଙ୍କା ଦେଇଛୁ ସେ ତାଳ, ଟୁଳ ନିତି ଅବଲମ୍ବନ କରିବାରୁ ଆମେ ଏ ଧାରଣାରେ ବସିଛୁ ଯୋଉ ପର୍ଯ୍ୟନ୍ତ ଆମର ଦାବୀ ପୂରଣ ନ’ହୋଇଛି ସେ’ପର୍ଯ୍ୟନ୍ତ ବସି ରହିବୁ । ଏ’ସଂପର୍କରେ ଆମେ ପୌରପାଳ ଅନନ୍ତ ବେହେରାଙ୍କୁ ଯୋଗା,ଯୋଗ କରିବାରେ ସେ କହିଛନ୍ତି ଯେ ପୌରାଅଞ୍ଚଳ ସଫେଇ କାର୍ଯ୍ୟ ଏଲ୍ ଆଣ୍ଡ କେ ନାମକ ଏକ ଘରୋଇ ସଂସ୍ଥା ନେଇଛି,ସଂଘ ମାଧ୍ୟମରେ ତା’ର କାମ କରିଚାଲିଛି । ସେଥିରେ ମୋର ବା ଆମର କୌଣସି ହସ୍ତକ୍ଷେପ ନାହିଁ ତା’ସତ୍ତ୍ୱେ ଯଦି କେହି ମୋ’ ନାମରେ ଏଭଳି ଅଭିଯୋଗ ଆଣିଛନ୍ତି ତାହାର ଉପଯୁକ୍ତ ତଦନ୍ତ ହେଉ ସତ୍ୟ ସାମ୍ନାକୁ ଆସୁ,ଯଦି ଦୋଷ ତୃଟି ଥିବ କିମ୍ୱା ମୋର ସମ୍ପୃକ୍ତି ଥିବ ଯାହା ଦଣ୍ଡ ମିଳିବ ମୁଁ ଗ୍ରହଣ କରିବାକୁ ପ୍ରସ୍ତୁତ । ଏଠାରେ ପ୍ରଶ୍ନ ଉଠୁଛି ଅର୍ଥ ହେରଫେର କରିଥିବା ଅଭିଯୋଗରେ ବହିଷ୍କାର କରାଗଲା, କ୍ଷମା ପ୍ରାର୍ଥନା ପରେ ପୁନଃ ନିଯୁକ୍ତି ପାଇଁ ପ୍ରତିଶୃତି ମିଳିଲା ହେଲେ
ସମୟକୁ ଅପେକ୍ଷା ନ’କରି ଆରୋପ,ପ୍ରତି ଆରୋପ ପଛରେ ଶାନ୍ତି ଶୃଙ୍ଖଳାରେ ଚାଲିଥିବା ସଫେଇ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ପାଇଁ କୌଣସି ଅଦୃଶ୍ୟ ଶକ୍ତି ଉସୁକାଉ ନାହିଁ ତ! ଅତୀତରେ ଠିକ୍ ଏହିଭଳି ଏଇ ସଫେଇ କର୍ମଚାରୀ ମାନଙ୍କୁ ନେଇ ଆରୋପ ପ୍ରତି ଆରୋପ କରିଥିଲେ ଫଳରେ କୁଢ଼,କୁଢ଼ ଅଳିଆ ଆବର୍ଜ୍ଜନା ପଡ଼ି ରହି ଏକ ଅ’ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିଲା ଏବେ ସେହି ନୀତି ଆପଣାଇ ନାହାଁନ୍ତି ତ!! ଏହାର ବିଧି,ବଧ ତଦନ୍ତ କରାଗଲେ ପ୍ରକୃତଘଟଣା ଓ କାରଣ ଲୋକଲୋଚନକୁ ଆସି ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

© 2023 Odisha Taza News.