No Result
View All Result
୩ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବେନଶ୍ୱର,ଏନ୍ଏନ୍ଏସ୍ :- ଅଗ୍ରିଆ ସମାଜ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଗୋଷ୍ଠୀ । କୃଷି ଉପରେ ନିଭର୍ର କରୁଥିବା ଏହି ସମାଜର ଲୋକମାନେ ମୁଖ୍ୟତଃ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗୀର ଓ ଦେବଗଡ଼ ଆଦି ଜିଲ୍ଲାମାନଙ୍କରେ ବସବାସ କରିଥାନ୍ତି । ନିକଟରେ ବିଭିନ୍ନ ସମସ୍ୟାକୁ ନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।
ବିଭିନ୍ନ କାର୍ୟ୍ୟକ୍ରମରେ ସେମାନେ ଭୁବନେଶ୍ୱର ଆସୁଥିବାବେଳେ ରହିବାରେ ଅସୁବିଧା ହେଉଥିବାରୁ ଭୁବନେଶ୍ୱର ନିକଟରେ ଏକ ଜାଗା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ସେମାନଙ୍କ ଅନୁରୋଧ ତଥା ଅଗ୍ରିଆ ସମାଜର ବୃହତ୍ତର ସ୍ୱାଥର୍କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ନିକଟରେ ଅଧ ଏକର ଜମି ଯୋଗାଇବା ଦିଆଯିବ ବୋଲି ଘୋଷଣା କରିଛନ୍ତି ।
ଏଥିପାଇଁ ଜମି ଚିହ୍ନଟ ଦିଗରେ ପଦେକ୍ଷପ ନେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଅଗ୍ରିଆ ସମାଜ ଭବନ ନିର୍ମାଣ ପାଇଁ ୩ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ।

No Result
View All Result