ଅଭିନେତା ଶ୍ରୁମୋଚନ ମହାନ୍ତି, ଅର୍ଗସ ନ୍ୟୁଜ ନିର୍ଦ୍ଦେଶକ ଓ ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା, ଶ୍ରମିକ ନେତା ନବକିଶୋର ମହାନ୍ତି ଓ କର୍ପୋରେଟର ଆସିଆ ବେଗମ ପ୍ରମୁଖ କହିଥିଲେ ଯେ, ସମାଜର କଲ୍ୟାଣ ପାଇଁ କାର୍ଯ୍ୟରତ ଗଣମାଧ୍ୟମ ଗୁଡ଼ିକ ଉତ୍ତରଦାୟିତ୍ୱ ନିର୍ବାହ କରିବା ଉଚିତ୍ । ଏହାଦ୍ୱାରା କପୋଳକଳ୍ପିତ ଖବର ଏବଂ ମିଥ୍ୟା ଖବର ପ୍ରସାରଣ ରୋକାଯାଇ ପାରିବ । ଏହି ସମାରୋହରେ ସଂଘର ଉପସଭାପତି ଡକ୍ଟର ଅରୁପ କୁମାର ଜେନା ସ୍ୱାଗତ ଭାଷଣ ଦେଇଥିଲେ । ସାଧାରଣ ସମ୍ପାଦକ ରାଜକିଶୋର ସ୍ୱାଇଁ ବିବରଣୀ ପାଠ କରିଥିଲେ । କାର୍ଯ୍ୟକାରୀ ସଭାପତି ପରମେଶ୍ୱର ଦାଶ, ଉପସଭାପତି ବିନାୟକ ମିଶ୍ର, ସୌରଭ ପଟ୍ଟନାୟକ, ବାସୁଦେବ ବରାଡ଼, ଦୀପକ ମହାପାତ୍ର, ସୁବାସ ସ୍ୱାଇଁ, ଦୁଃଶାସନ ନାୟକ, ସୁନିଲ ପଟ୍ଟନାୟକ, ଜୟସେନ ପରିଡ଼ା, ଜୟକାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଆରମ୍ଭ ଆଗରୁ ରିଅଲ ବ୍ୟାଣ୍ଡ ଆଣ୍ଡ ଫ୍ୟୁଜନ ଟ୍ୟୁନ ପକ୍ଷରୁ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ କୋଣରୁ ୨୫୦ ଜଣ ସାମ୍ବାଦିକ ଯୋଗ ଦେଇଥିଲେ । ଏହି ଅବସରରେ ରାଜ୍ୟର ୨୨ଜଣ କୃତି ସାମ୍ବାଦିକ ଓ ଜଣେ ସାରସ୍ୱତ ସାଧକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

© 2023 Odisha Taza News.