ଅର୍ଗସ ନିୟୁଜ ର ନିର୍ଦ୍ଦେଶକ ତଥା ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା, ଶ୍ରମିକ ନେତା ନବ କିଶୋର ମହାନ୍ତି, ଅଭିନେତା ତଥା ନିର୍ଦ୍ଦେଶକ ଅଶ୍ରୁ ମୋଚନ ମହାନ୍ତି, କର୍ପୋରେଟର ଆର୍ଶୀୟା ବେଗମ ଯୋଗଦେଇଥିଲେ. ସଙ୍ଘର ଉପସଭାପତି ଡ଼କ୍ଟର ଅରୂପ କୁମାର ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ରାଜ କିଶୋର ସ୍ୱାଇଁ ବିବରଣୀ ପାଠ କରିଥିଲେ. ସଙ୍ଘର କାର୍ଯ୍ୟକାରୀ ସଭାପତି ପରମେଶ୍ୱର ଦାଶ ମଂଚାସୀନ ଥିଲେ. ଏହି ଅବସରରେ ବିଭିନ୍ନ ଅଞ୍ଚଳର 22ଜଣ ସାମ୍ବାଦିକ, ଜଣେ ସାରସ୍ୱତ ସାଧକ ଙ୍କୁ ସ୍ମୃତିଫଳକ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସମସ୍ତ ଅତିଥିବୃନ୍ଦଙ୍କୁ ସଙ୍ଘ ପକ୍ଷରୁ ପ୍ରୀତି ଉପହାର ପ୍ରଦାନ କରାଯାଇଥିଲା.
ସଭା ଆରମ୍ଭ ଆଗରୁ ରିୟଲ ଟ୍ୟୁନ ଏଣ୍ଡ ଫ୍ୟୂଜନ ବ୍ୟାଣ୍ଡ ପକ୍ଷରୁ ସଙ୍ଗୀତ ପରିବେଷଣ କରାଯାଇଥିଲା. ବିଶିଷ୍ଟ କଣ୍ଠଶିଳ୍ପୀ କୈଳାସ ସାହୁ ଓ ଅନ୍ୟମାନେ ଏଥିରେ ଅଂଶଗ୍ରହଣ କରିଥିଲେ. ଶେଷରେ ରାମେଶ୍ଵର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ. ସଙ୍ଘର ଉପସଭାପତି ବିନାୟକ ମିଶ୍ର, ସୌରଭ ପଟ୍ଟନାୟକ, ସନ୍ତୋଷ ଦେହୁରୀ, ବାସୁଦେବ ବରାଡ଼, ଦୁଃଶାସନ ନାୟକ, ସମ୍ପାଦକ ସୁନାକର ଦାସ, ବିଶ୍ୱଜିତ ପଟ୍ଟନାୟକ, ବିଜୟ ସହିସ, ଯୋଗେଶ୍ୱର ଦାସ, ସୁନୀଲ ପଟ୍ଟନାୟକ, ସଂଗଠନ ସମ୍ପାଦକ ଦୀପକ ମହାପାତ୍ର, କୋଷାଧକ୍ଷ ସୁଭାଷ ସ୍ୱାଇଁ, ସୁକାନ୍ତ ମହାନ୍ତି, ନୀଳମଣି ସାହୁ, ଶୋଭାକର ବେହେରା, ଜୟସେନ ପରିଡା, ଅରୁଣ ଓତା, ସୁକୁମାର ରଣା, ଜିତୁ ପଟ୍ଟନାୟକଙ୍କ ସମେତ ରାଜ୍ୟରୁ 250 ସାମ୍ବାଦିକ ଯୋଗଦେଇଥିଲେ.

© 2023 Odisha Taza News.