୧ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :- କଟକ ନୁଆବଜାରରୁ ତିନି ଘରିଆକୁ ସଂଯୋଗ କରୁଥିବା ପୁରୁଣା ପୋଲ ଦେଇ ଭାରି ଯାନ ନଯିବା ପାଇଁ ଏକ ଗେଟ ହୋଇଥିଲା । ସେହି ଗେଟକୁ କୌଣସି ଅଜଣା ଗାଡ଼ି ସୋମବାର ଦିନ ଧକ୍କା ଦେଇଦେଇ ଚାଲିଯାଇଛି ।
ଯାହା ଫଳରେ ଲୁହା ଗେଟଟି ବଙ୍କା ହୋଇ ଯାଇଥିବାରୁ ଏହି ବାଟ ଦେଇ ଯାଉଥିବା ଛୋଟ ଗାଡି ଚାଳକ ମାନେ ନାହିଁ ନଥିବା ଅସୁବିଧାରେ ସମୁଖିନ ହେଉଛନ୍ତି । କୌଣସି କାରଣରୁ ଲୁହା ଗେଟ୍ ଟି ଗଳି ପଡିଲେ ଧନଜୀବନ ହାନି ହେବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନି । ତୁରନ୍ତ ଏହାର ମରାମତି କରିବାକୁ ସାଧାରଣ ରେ ଦାବି ହେଉଛି ।














