No Result
View All Result
୨୯ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ନ୍ୟାୟାଳୟ ପରିସରରେ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ବା ଆଇନଜୀବି ଦିବସ ପାଳିତ ହୋଇଯାଇଛି । ଓକିଲ ସଂଘ ର ସଭାପତି ସିଦ୍ଧେଶ୍ଵର ମିଶ୍ର ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନ୍ୟାୟଧିସ ଓ ନ୍ୟାୟିକ ଅଧିକାରୀ ମାନେ ଉପସ୍ଥିତ ରହି ନିଜ ମତବ୍ୟକ୍ତ କରିଥିଲେ | ସେହିପରି ମୁଖ୍ୟବକ୍ତା ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜୟ କୁମାର ତ୍ରିପାଠୀ ଯୋଗ ଦେଇଥିଲେ ।
ମଧୁ ବାବୁ ଙ୍କ ଓଡ଼ିଶା ପାଇଁ ତ୍ୟାଗ ଓ ସଂଘର୍ଷ ଗାଥା କହିବା ସହ ଆଧୁନିକ ନ୍ୟାୟିକ ବ୍ୟବସ୍ଥା ରେ ନୂତନ ଚିନ୍ତାଧାରା ନେଇ ମହକିଲ ଙ୍କୁ କିପରି ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇପାରିବ ସେ ବିଷୟ ଆଲୋଚନା ହୋଇଥିଲା । ଓକିଲ ସଂଘ ସଂପାଦକ ନିଜର ଅଭିଭାଷଣ ପ୍ରଦାନ କରିଥିବା ବେଳେ ଉପ ସଭାପତି ବାବୁ ରାଓ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ରେ ସମସ୍ତ ଓକିଲ ସଂଘ ର ସଦସ୍ୟ ମାନେ ଯୋଗ ଦେବା ସହ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।

No Result
View All Result