ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସଙ୍କ ନେତୃତ୍ୱରେ ରାୟଗଡ଼ା ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପରିବା ଏବଂ ମାଛ ବଜାର ଏବଂ ସହରର ସମସ୍ତ ବଜାରରେ ରାୟଗଡ଼ା ଜିଲ୍ଲା ପର୍ଯ୍ୟାବରଣ ମଞ୍ଚ ର ସଂଯୋଜକ ଶ୍ରୀ ଗଣେଶ କୁମାର ସାହୁଙ୍କ ସହଯୋଗ ରେ ସମସ୍ତ ଦୋକାନ ମାନଙ୍କ ନିକଟରେ ପହଞ୍ଚି ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ଅନୁରୋଧ କରିବା ସହ କପଡା ବ୍ୟାଗ ବଣ୍ଟନ କରି ସମସ୍ତେ ସର୍ବନିମ୍ନ ଗୋଟିଏ ଗଛ ଲଗାଇ ତାର ଯନ୍ତ୍ର ନେବା ପାଇଁ ଅନୁରୋଧ କରିଥିଲେ।
ବଜାରକୁ ଯିବା ସମୟରେ କପଡା ବ୍ୟାଗ ବ୍ୟାଗ୍ ଧରି ମାର୍କେଟିଙ୍ଗ୍ କରିବାକୁ ଯିବା ପାଇଁ ସଚେତନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସକ୍ଷମ ଅନୁଷ୍ଠାନ ର ରାଜ୍ୟ ସଂରକ୍ଷକ ଶ୍ରୀ ବାଦଲ କୁମାର ତା , ବିଶ୍ବ ହିନ୍ଦୁ ପରିଷଦ ର ଶ୍ରୀ ଗୈାର ଚନ୍ଦ୍ର ନାୟକ , ଗାୟତ୍ରୀ ପରିବାର ରୁ ଶ୍ରୀ ପ୍ରଳୟ କୁମାର ସାହୁ ଯୋଗ ଦେଇ ଜନସାଧାରଣ ସଚେତନ ହେବା ସହ ସର୍ବନିମ୍ନ ଗୋଟିଏ ଉଚ୍ଚ ଲଗାଇବା ପାଇଁ ଆହ୍ୱାନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଭାରତୀୟ ମଜଦୁର ସଂଘ ର ମହନ ରାଓ ମାଝୀ , ଧର୍ମ ସିଂ ନାଗ , ଦୂର୍ଗା ମାଧବ ଘୋଷ , ରଞ୍ଜନ କୁମାର ସାହୁ , କୁମାରୀ ବାଡତ୍ୟା , ବିଶ୍ଵକର୍ମା ମଜଦୁର ସଂଘ ର କେ କେ ଜେନା , ସୁଦର୍ଶନ ନାୟକ , ଗୋବିନ୍ଦ ପ୍ରସାଦ କାନୁ , ପରିଚାଳନା କରିଥିଲେ ।

© 2023 Odisha Taza News.