୨୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଣପୁର :- ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ଅନ୍ତର୍ଗତ ସୁନାକେରା ଗାୟତ୍ରୀ ଆଶ୍ରମ ନିକଟରେ ଆଜି ପବିତ୍ର ଅକ୍ଷୟ ତୃତୀୟା ଏବଂ ବ୍ଲକ ସ୍ତରୀୟ କୃଷକ ଦିବସ ଓ ଅଖି ମୁଠି ଅନୁକୂଳ ଉତ୍ସବ ପାଳିତ ହୋଇଯାଇଛି l ପ୍ରଥମେ ଉପସ୍ଥିତ କୃଷକ ମାନେ ସ୍ଥାନୀୟ ବାଲିପଦର ବାବା ଲୋକନାଥ ଦେଵ ଙ୍କ ମନ୍ଦିର ଠାରେ ପୂଜା ଅର୍ଚନା କରି ହଳ ଓ ସଂକ୍ରିତ୍ତନ ଧରି ଗାୟତ୍ରୀ ଆଶ୍ରମ ନିକଟସ୍ଥ ଏକ ଜମି ରେ ହଳ କରି ଅଖି ମୁଠି ଅନୁକୂଳ କରିଥିଲେ, ବାଣପୁର କୃଷି ଆତ୍ମାର ଅଧ୍ୟକ୍ଷ କୁମାର ଜଗତ ବଲ୍ଲଵ ମହାରଥା,
ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା, ଖୋର୍ଦ୍ଧା ଜିଲ୍ଲା ଵିଜୁ ଜନତା ଦଳର ସାଧାରଣ ସମ୍ପାଦକ୍ ତଥା ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ମନୋଜ କୁମାର ପ୍ରଧାନ, ବାଣପୁର ସାଂସଦ ପ୍ରତିନିଧି ଯଦୁ ପ୍ରଧାନ ଓ ମୁଖ୍ୟକୃଷି ଅଧିକାରୀ ଅଜୟ କୁମାର କର, ସହକାରୀ ବଇସୟିକ ପରିଚାଳକ ରୂପକେତନ ସ୍ୱାଇଁ, ଶୁଚିସ୍ମିନ ଲେଙ୍କା, ଧୀରେନ୍ଦ୍ର ପ୍ରଧାନ, ଜହର ଲାଲ ସୋରି, ଶିଶିର ମାଝି ଗ୍ରାମସେବକ ବିଶ୍ୱଜିତ ରାଉତରାୟ ପ୍ରମୁଖ ଯୋଗଦେଇ ପ୍ରାଚୀନ ପରମ୍ପରା ଅକ୍ଷୟ ତୃତୀୟା ଓ କୃଷକ ସଶକ୍ତି କରଣ ଉପରେ ଆଲୋଚନା କରିଥିଲେ,
ବ୍ଲକ କୃଷି ଅଧିକାରୀ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷିଭିତ୍ତିକ କାର୍ଯ୍ୟକ୍ରମ ଉପରେ ବିବରଣୀ ପ୍ରଦାନ କରିଥିଲେ, ଏହା ସହିତ ଅଖି ମୁଠି ଅନୁକୂଳ କରିବା ସହିତ ମହାଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରି ସମସ୍ତ କୃଷକ ମାନଙ୍କର ଏହି ପର୍ବରେ ବାଣପୁର ବ୍ଲକ ର ଚାଷ ଅନୁକୂଳ ପାଗ ଉନ୍ନତ ଫସଲ ନିମିତ୍ତ ମହାଲକ୍ଷ୍ମୀଙ୍କୁ ପ୍ରାର୍ଥନା କରିଥିଲେ I

© 2023 Odisha Taza News.