୨୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ନୁଆଗଡ ବ୍ଳକ ବଡପଦା ସରକାରୀ ଉର୍ଚ ବିଦ୍ୟାଳୟ ଉର୍ଚମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ବିଜ୍ଞାନ ପ୍ରବାହ ଖୋଲିବା ପାଇଁ ମନୁମତି ମିଳିଛି । ଏହି କ୍ରମରେ ଚଳିତ ବର୍ଷ ପ୍ରଥମ କରି ବିଦ୍ୟାଳୟରେ କିପରି ଛାତଛାତ୍ରୀ ନାମ ଲେଖାଇ ପାରିବେ ସେନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବିଦ୍ୟାଳୟର ପ୍ରଧାନଶିକ୍ଷକ ବଳରାମ ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥୀ ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ନୟକ ରଞ୍ଜନ ମଣ୍ଡଳ, ନୁଆଗଡ ଲକ୍ଷ୍ମୀନୃସିଂହ ବିଦ୍ୟାପୀଠର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ବେହେରା, ବିଭିନ୍ନ ଉର୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ, ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧି, ପୂର୍ବତନ ଛାତ୍ର ଓ ଅଭିଭାବକ ମାନେ ଯୋଗ ଦେଇଥିଲେ ।













