୨୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଆର,ଉଦୟଗିରିରା ଓ ନୁଆଗଡ ହିନ୍ଦୁ ସୁରକ୍ଷା ମଞ୍ଚ ଓ ବଜରଙ୍ଗ ଦଳ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଗ୍ରାମ ଆରମ୍ଭ ଠାରୁ ବାହାରି ମୁଖ୍ୟ ବଜାର ଦେଇ ବ୍ଳକ ଓ ତହସିଲ କାର୍ଯ୍ୟାଳୟ ପହଞ୍ଚିଥିଲା । ହିନ୍ଦୁ ସମାଜ ଉପରେ ଆକ୍ରମଣକୁ ବିରୋଧ କରି ବିଭିନ୍ନ ସ୍ଲୋଗାନ ଦେଇ ଶୋଭାଯାତ୍ରା ପହଞ୍ଚିବା ପରେ ସେଠାରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । ଏପ୍ରିଲ ୧୨ ତାରିଖ ଦିନ ହନୁମାନ ଜୟନ୍ତୀ ଅବସରରେ ଅବସରରେ ସମ୍ବଲପୁର ହିନ୍ଦୁଙ୍କ ଉପରେ ହୋଇଥିବା ଆକ୍ରମଣ ଓ ହତ୍ୟାର ପ୍ରତିବାଦ କରାଯିବା ସହ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ସହ ନିଦ୍ଦୋଷଙ୍କୁ ନିଃସର୍ତ ଖଲାସ ପାଇଁ ଦାବି କରାଯାଇଥିଲା ।
ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ତହସିଲଦାର ଜ୍ୟୋତିର୍ମୟ ଦାସ, ଓ ନୁଆଗଡ ବିଡିଓ ଲୋକନାଥ ଶବରଙ୍କୁ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଆର,ଉଦୟଗିରି ବ୍ଳକର ଜୁରିଆ ଜାନୀ, ନରନ୍ଦେ ଜାନୀ, କମଳାକାନ୍ତ ମାଳବିଷୋୟୀ, ଅସିତ କୁମାର ସୁନ୍ଦର ରାୟପାତ୍ର ଓ ନୁଆଗଡ ବ୍ଳକର ବିଶ୍ବହିନ୍ଦୁ ପରିଷଦ ଜିଲ୍ଲା ସହସମ୍ପାଦକ ନାରାୟଣ ରଇତ, ସଂଯୋଜକ ଉଦୟନାଥ ମଣ୍ଡଳ,
ରବିନ୍ଦ୍ରନାଥ ପାଇକ, ଆଖଣ୍ଡଳ ଗୌଡ, ଶିବ ଗୌଡ, ସୁଦୀପ ପାଇକରାୟୀ, ବିପ୍ରଚରଣ ପାଇକ, ସୁବାସ ଚନ୍ଦ୍ର ପାଇକ, ପଞ୍ଚାନନ ବେହରଦଳାଇ, ତ୍ରିନାଥ କାର୍ଜୀ, ଶାନ୍ତନୁ ପାଇକ, ବାଳକୃଷ୍ଣ ବେହେରା, ନାରାୟଣ ସ୍ବାଇଁଙ୍କ ସମେତ ବିଭିନ୍ନ ଗ୍ରାମରୁ ମୁଖିଆ,ସତସଙ୍ଗ, ଏବଂ ଶତାଧିକ ହିନ୍ଦୁ ମହିଳା ଓ ପୁରୁଷ ପ୍ରମୁଖ ଯୋଗ ଦେଇଥିଲେ । ଶାନ୍ତି ଓ ଶୁଙ୍ଖଳା ରକ୍ଷା କରିବା ପାଇଁ ସେରଙ୍ଗ ଥାନା ଅଧିକାରୀ ଅଶୋକ କୁମାର ହାଁସଦା, ଏସ୍ଆଇ ଡି. ଗଜପତି ଦୋରା ସହ ସଦଳବଳ ଧରି ଉପସ୍ଥତ ଥିଲେ । 

© 2023 Odisha Taza News.