୨୫ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ବିଶ୍ବର ସର୍ବବୃହତ୍ ଜନସଂଖ୍ୟା ରାଷ୍ଟ୍ର ଭାବେ ଭାରତ ପରିଚିତ। ଭାରତରେ ପ୍ରତିଦିନ ଦୁ୍ଘଟଣା ଜନିତ ମୃତ୍ୟ ଓ ଆହାତଙ୍କ ସଂଖ୍ୟା ମଧ୍ୟ ସବୁଠାରୁ ଆଗରେ। ପରୀସଂଖ୍ୟାନ କହୁଛି ଦୁର୍ଘଟଣା ସଂଖ୍ୟ ଅନ୍ଯ ଦେଶ ତୁଳନାରେ ଢେଳ ଵେଶୀ। ଦୈନିକ ଅନେକ ଦୁର୍ଘଟଣା ଘଟୁଛି, କେବଳ ଦୁର୍ଘଟଣା ନୁହଁ ଲୋକେ ନାନା ପ୍ରକାର ରୋଗ ବ୍ୟାଧି ର ଶିକାର ହେଉଛନ୍ତି, ଆଉ ଜୀବନ ବଞ୍ଚାଇବା ପାଇଁ ପ୍ରତିଟି ସମୟରେ ରକ୍ତର ଆବଶ୍ୟକତା ପଡ଼ିଥାଏ। ଯେଉଁଥିପାଇଁ ଦୈନଦିନ ଜୀବନରେ ରକ୍ତର ଆବଶ୍ୟକତା ବଢ଼ିଚାଲିଛି। କିନ୍ତୁ ଦୁଃଖର ବିଷୟ ନିଜ ପରିବାର ଲୋକଙ୍କୁ ମଧ୍ୟ ଅସମୟରେ ରକ୍ତଦାନ କରିବାକୁ ପଛଘୁଞ୍ଚା ଦିଅନ୍ତି ଲୋକେ, ଅନ୍ୟପକ୍ଷରେ କିଛି ସ୍ଵେଚ୍ଛା ସେବୀ ଅନୁଷ୍ଠାନ ଆବଶ୍ୟକ ରକ୍ତ ଯୋଗାଡ କରୁଛନ୍ତି ଯାହା ସମୁଦ୍ର କୁ ଶଙ୍ଖେ ସଦୃଶ୍ୟ ବୋଲି ବଳଗଣ୍ଡି ସ୍ଥିତ ଭକ୍ତ ସାଲବେଗ ପୀଠରେ ମିଶନ ଓଡ଼ିଶା,ସମର୍ପଣ, ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ର ମିଳିତ ଭାବେ ଆୟୋଜିତ ରକ୍ତଦାନ ସଚେତନତା ଆଲୋଚନା ରେ ମତ ପ୍ରକାଶ ପାଇଛି।
ଉକ୍ତ କାର୍ଯ୍ୟକ୍ରମ ରେ ହର ଘର୍ ରକ୍ତଦାତା ଘର ଘର ରକ୍ତଦାତା ର ସଚେତନତା ବାର୍ତ୍ତା ନେଇ ସାଇକେଲ ରେ ସାରା ଭାରତ ଯାତ୍ରା କରୁଥିବା ଜୟଦେବ ରାଉତ ଉପସ୍ଥିତ ରହି ଏଥିପାଇଁ ବ୍ୟାପକ ସଚେତନତା ର ଆବଶ୍ୟକ । ଯଦି ଘରେ କୌଣସି ରୋଗରେ ପୀଡିତ ହୁଅନ୍ତି ବା ରକ୍ତର ଆବଶ୍ୟକତା ରହେ ତାହା ହେଲେ ଘରୁ ହିଁ ପ୍ଳଥମ ରକ୍ତ ଦାନ ହେଲେ ତାର ଭଲ ପ୍ରଭାବ ସମାଜ ଉପରେ ପଡିବ। ଫଳରେ ସ୍ବେଚ୍ଛାସେବୀ ମାନେ ମଧ୍ୟ ଆଗ୍ରହର ସହ ସହଯୋଗର ହାତ ବଢାଇବେ। ସେଥିପାଇଁ ହଳ ଘର ରକ୍ତଦାତା ସୃଷ୍ଟି କରିବାର ଉଦ୍ଦେଶ୍ୟ ନେଇ ଏହି ସାଇକେଲ ଯାତ୍ରା ବୋଲି ସମାଜସେବୀ ଜୟଦେ କହିଛନ୍ତି । ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ମିଶନ ଓଡ଼ିଶା ର ସମ୍ପାଦକ ମଧୁସୁଦନ ମିଶ୍ର, ସମର୍ପଣ ର ସମ୍ପାଦିକା ଜୟନ୍ତୀ ମହାପାତ୍ର, ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ର ଚକ୍ରଧର ମହାପାତ୍ର, ସମାଜସେବୀ ବଦ୍ରି ମିଶ୍ର ଉପସ୍ଥିତ ଥିଲେ । ଏହି ଆଲୋଚନା ଚକ୍ର ରେ ସମାଜସେବୀ ସତ୍ୟନାରାୟଣ ସାହୁ, ଦେବରାଜ ଦାସ, ଗୋବିନ୍ଦ ପାତ୍ର, ସୌମ୍ୟ ରଞ୍ଜନ ପାତ୍ର, ସତ୍ୟନାରାୟଣ ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।














