ସଭାରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ବାରଙ୍ଗ ଆଞ୍ଚଳିକ କମିଟି ସଦସ୍ୟ ଅଭିରାମ ବେହେରରା । ଅନ୍ୟମାନଙ୍କ ମଧ୍ୟରେ ଏସୟୁସିଆଇ(କମ୍ୟୁନିଷ୍ଟ) ବାରଙ୍ଗ ଆଞ୍ଚଳିକ କମିଟି ସଦସ୍ୟ ଅଶୋକ ବେହେରା, ଭାଗ୍ୟଶ୍ରୀ ପ୍ରଧାନ, ରାଜେଶ ରାଉତ ଅତିଥି ମାନେ ଦେଶରେ ସାଧାରଣ ମଣିଷର ଦୁରାବସ୍ଥା ବିଷୟରେ ଆଲୋଚନା କରି , ଏହାର ସମାଧାନର ଏକମାତ୍ର ରାସ୍ତା ସଠିକ ଆଦର୍ଶ ଭିତ୍ତିରେ ସଚେତନ ସଂଗଠିତ ସଂଗ୍ରାମ ବୋଲି କହିଥିଲେ।
ଅତିଥି ମାନେ ଆହୁରି କହିଥିଲେ ଯେ , ଶୋଷିତ ଖଟିଖିଆ ମଣିଷର ପ୍ରକୃତ ମୁକ୍ତିର ମାର୍ଗ ଭାରତ ବର୍ଷରେ ପ୍ରଥମେ ଦେଖାଇଥିଲେ । ଏ ଯୁଗର ଅନନ୍ୟ ମାର୍କ୍ସବାଦୀ ଚିନ୍ତାନାୟକ କମ୍ରେଡ଼ ଶିବଦାସ ଘୋଷ। ତାଙ୍କର ଚିନ୍ତା ଓ ଶିକ୍ଷା ଭିତ୍ତିରେ ସଂଗ୍ରାମ ପରିଚାଳନା କରିବାକୁ ବକ୍ତା ମାନେ ଆହ୍ୱାନ ଦେଇଥିଲେ। ଆସନ୍ତା ୫ ଅଗଷ୍ଟ କମ୍ରେଡ଼ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉପଲକ୍ଷେ କଲିକତାରେ ହେବାକୁ ଯାଉଥିବା ବିଶାଳ ଉଦଯାପନୀ ସଭାରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ନିବେଦନ କରିଥିଲେ ।

© 2023 Odisha Taza News.