୨୨ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ସ୍ଥିତ ଜୁରାବନ୍ଦ ଠାରେ ସର୍ବ ଭାରତୀୟ ବିଂଝାଲ ସମାଜ ର ଏକ ସାମାଜିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଇତଲା ବ୍ଳକ ସଭାପତି ମଧୁସୂଦନ ବରିହା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଲାଟ ସଭାପତି ତଥା ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ବାଗ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଜିଲ୍ଲା ସଂପାଦକ ଗନ୍ଧର୍ବ ବରିହା ,କୋଷାଧ୍ୟକ୍ଷ ଯୁଗଳ କିଶୋର ବରିହା, ବଲାଙ୍ଗୀର ବ୍ଳକ ସଭାପତି କୁଶ ବରିହା, ଜିଲ୍ଲା ଉପସଭାପତି ଅର୍ଜୁନ ବରିହା ,କାଶିନାଥ ବରିହା , ଦେଓଗାଁ ବ୍ଲକ ସଭାପତି ମଦନ ବରିହା, ଜିଲ୍ଲା ମିଡ଼ିଆ ସେଲ୍ ସଂଯୋଜକ ଗୋରେଖନାଥ ବରିହା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ପ୍ରାରମ୍ଭରେ ସମାଜ ଇଷ୍ଟ ଦେବୀ ମାଁ ବିନ୍ଧ୍ୟବାସିନୀ ଙ୍କ ପୂଜାର୍ଚ୍ଚନା ପରେ ସାମୁହିକ ସ୍ତୁତି ଗାୟନ ସହ ପ୍ରାର୍ଥନା କରାଯାଇଥିଲା । ରବିବାର ଅକ୍ଷୟ ତୃତୀୟା ତିଥି ହେତୁ ଚାଷ ପାଇଁ ମୁଠି ଅନୁକୂଳ କରିବା ପାଇଁ ସମସ୍ତଙ୍କୁ ଅକ୍ଷୟ ତୃତୀୟା ର ଶୁଭେଚ୍ଛା ପ୍ରଦାନ କରିବା ସହ ଚଳିତ ବର୍ଷ ଚାଷ କାମ ପାଇଁ ଶୁଭକାମନା କରାଯାଇଥିଲା । ବୈଠକ ରେ ସର୍ବ ଭାରତୀୟ ବିଂଝାଲ ସମାଜ କିପରି ଭାବରେ ଆଗକୁ ବଢ଼ିପାରିବ ସେନେଇ ସାମାଜିକ କୁସଂସ୍କାର ଦୂରିକରଣ ଶିକ୍ଷା ସ୍ଵାସ୍ଥ୍ୟ ଓ ସାମାଜିକ ନିତୀ ନିୟମ ବିଧିବଦ୍ଧ ପାଳନ ଉପରେ ଅତିଥିମାନେ ଦିଗଦର୍ଶନ ପ୍ରଦାନ କରିଥିଲେ ।
ସମାଜ ର ପୁଅ ଝିଅ ବର୍ତ୍ତମାନ କମ୍ପିଟିସନ ଯୁଗରେ କମ୍ପିଟିସନ ଭାବେ ପାଠପଢି କିପରି ଚାକିରି କ୍ଷେତ୍ରରେ ନିଯୁକ୍ତି ପାଇପାରିବେ ସେନେଇ ଚେଷ୍ଟିତ ହେବାକୁ ମୂଖ୍ୟ ଅତିଥି ଉପଲାଟ ସଭାପତି ଶ୍ରୀ ବାଗ ଆହ୍ୱାନ କରିଥିଲେ । ଚଳିତ ବର୍ଷ ହରିଶଙ୍କର ମାଁ ବିନ୍ଧ୍ୟବାସିନୀ ମନ୍ଦିରରେ ଶିତଳଷଷ୍ଠି ଯାତ୍ରା ରେ ବହୁ ସଂଖ୍ୟା ରେ ଯୋଗଦାନ କରିବା ପାଇଁ ବୈଠକରେ ଉପଲାଟ ସଭାପତି ଶ୍ରୀ ବାଗ ସମସ୍ତ ଙ୍କୁ ଅନୁରୋଧ କରିଥିଲେ । ଏଥିରେ ବଲାଙ୍ଗୀର ସମେତ କଲାହାଣ୍ଡି ଜିଲ୍ଲା ର ସବୁ ସ୍ତରର କର୍ମକର୍ତ୍ତା, ଶତାଧିକ ମହିଳା ପୁରୁଷ ଯୋଗଦେଇ ଥିଲେ । ବଲାଙ୍ଗୀର ବ୍ଳକ ସଭାପତି କୁଶ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

© 2023 Odisha Taza News.