ମହୋତ୍ସବ କମିଟି ସଭାପତି ଗୋଲଖ ବିହାରୀ ଗୋଚ୍ଛାୟତ,ସମ୍ପାଦକ ଭଗବାନ ପ୍ରଧାନ,ଗ୍ରାମ୍ୟ ସଭାପତି ପ୍ରମୋଦ କୁମାର ଦାଶ,ରମେଶ ଚନ୍ଦ୍ର ରାଉତ ପ୍ରମୁଖ ମଞ୍ଚାସିନ ପ୍ରମୁଖ ଉପସ୍ଥିତ ରହି କୋରଡ଼ାଗଡ଼ ମାଟିର ଐତିହ୍ୟ ସଂସ୍କୃତି ଲଙ୍କାପୋଡ଼ି ଯାତ୍ରାର ଗାରିମା ବର୍ଣ୍ଣନା କରିଥିଲେ।ଗ୍ରାମ ରେ କିପରି ମହୋତ୍ସବ ହୋଇପାରିବ ତାହା କୋରଡ଼ା ଗଡ କରି ଦେଖାଇଛି ,ଦଶପଲ୍ଲା ବିଧାୟକ କହିବା ସହ ମହୋତ୍ସବ ପାଳନ ଦ୍ଵାରା କିପରି ଭାତ୍ରୁଭାବ ସୃଷ୍ଟି ହୁଏ ସେ ଉପରେ ବର୍ଣ୍ଣନା କରିଥିଲେ।
ତତ୍ ସହିତ ଅନୁଷ୍ଠାନ ର ଉତ୍ତୋରତର କାମନା କରିଥିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା। ଅତିଥି ମାନଙ୍କୁ ମହୋତ୍ସବ କମିଟି ତରଫରୁ ଉପଢ଼ୌକନ ଓ ପୁଷ୍ପଗୋଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥି ମାନଙ୍କ ଦ୍ଵାରା ସ୍ମରଣିକା ପୁଷ୍ପକ ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ମହୋତ୍ସବ କମିଟିର ସଭାପତି ଗୋଲଖ ବିହାରୀ ଗୋଚ୍ଛାୟତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ସମ୍ବଲପୁର ର ଶାଶ୍ଵତ ମେଲୋଡି ଦର୍ଶକ ମାନଙ୍କ ମନ ମୋହିନେଇଥିଲା। ଶହ ଶହ ଦର୍ଶକ ଉପସ୍ଥିତ ରହି କୋରଡ଼ା ଲଙ୍କାପୋଡି ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ର ମଜା ନେଇଥିଲେ।

© 2023 Odisha Taza News.