No Result
View All Result
୨୨ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ ଫୁଲନଖରା ନିକଟସ୍ଥ ମୁଗଭଙ୍ଗା ମୁସଲିମ ସାହିର ଆଜି ଭାଇଚାରା କୁ ବଜାୟରଖିବା ସହିତ , ଧୁମଧାମରେ ପବିତ୍ର ଇଦୁଲ ଫିତର ଉତ୍ସବ ମହା ସମାରୋହରେ ପାଳିତ ହୋଇଥିଲା ।
ଦୀର୍ଘ ଏକମାସ ଧରି ମୁସଲିମ ଭାଇ ଭଉଣୀ ଏବଂ ପିଲାମାନେ ରୋଜା ଉପବାସ ବ୍ରତ ରଖିଥିଲେ । ଏହା ଆଜି ସମାପନ ହୋଇଛି । ସକାଳ ୮ ଟାରେ ନୂତନ ବସ୍ତ୍ର ଧାରଣ କରିଥିବା ମୁସଲିମ ଭାଇମାନେ ନିକଟସ୍ଥ ମସଜିଦରେ ଏକତ୍ରିତ ହୋଇ ସମୁହ ନମାଜ ପାଠ କରିଥିଲେ । ନମାଜ ପାଠ ପରେ ପରେ ହିନ୍ଦୁ ଏବଂ ମୁସଲିମ ଭାଇମାନେ ପରସ୍ପରକୁ ଆଲିଙ୍ଗନ କରି ଇଦ ମୁବାରକ୍ ର ଶୁଭେଛା ଜଣାଇଥିଲେ ।
ଆୟୋଜିତ ଉତ୍ସବରେ ପୂର୍ବତନ କର୍ପୋରେଟର ପ୍ରମୋଦ ମହାପାତ୍ର, ୱ।ର୍ଡ଼ ବିଜେଡି ସଭାପତି ଞାନରଞନ ସାହୁ, ବିଜୁ ଜନତା ଦଳର ରାଜ୍ୟ ମହିଳା ସାଧାରଣ ସଂପାଦିକା ସୁଚିସ୍ମୀତା ସାହୁ, ଟୁନା ଜେନା , ପ୍ରଫୁଲ୍ଲ ଦଳାଇ, ଶିଶିର କାନ୍ତ ନାୟକ,ହେମନ୍ତ ଦଳାଇ, ରାକେଶ ପଟ୍ଟନାୟକ, ପିୟୁଷ ମହାପାତ୍ର, ରାକେଶ ଜେନା, ପରେଶ ସାହୁ,
ଅଜୟ ବେହେରା, ହରିଶ ଚନ୍ଦ୍ର ଜେନା, ସୁଜାତା ପ୍ରଧାନ, ସ୍ୱାଗତୀକା ମହାନ୍ତି, ଡ଼ଲି ସାହୁ , ଟୁକୁନା ଭୂୟାଁ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜବିର ସା, ମନନ ସା,ଇନୁସ୍ ସା , ଏସ କେ ସତାର, ମୁମତାଜ ଅଲିଖାଁ , ସକିଲ ସା, ଇଦ୍ରିସ୍ ସା ପ୍ରମୁଖ ସାହିର ସମସ୍ତ ଯୁବକ ପରିଚାଳନାରେ ସହଯୋ କରିଥିଲେ ।

No Result
View All Result