୨୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଣପୁର :- ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନିକଟସ୍ଥ ତୋରସିଂହ ଗ୍ରାମପଞ୍ଚାୟତ ଭଗବତୀ ପୁର ନୂଆଗାଁ ଶ୍ରୀ ଶ୍ରୀ ମା ଜଗତଜନନୀ, କଲ୍ୟାଣମୟୀ ମା ତାରିଣୀଙ୍କ ପୀଠରେ ବିଶ୍ଵଶାନ୍ତି ଗୀତା ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଯଜ୍ଞ ମହାବିଷୁବ ପଣା ସଂକ୍ରାନ୍ତି ଠାରୁ ଆରମ୍ଭ କରାଯାଇ ଦୀର୍ଘ ତିନି ଦିନ ଧରି ପୂଜାର୍ଚନା ହୋଇଥିଲା ଏଥିରେ ସାଲାପୂଜା, ସୁର୍ଯ୍ୟପୂଜା ଠାରୁ ଆରମ୍ଭ କରି ବିଭିନ୍ନ ପୂଜା ପାଠ ମଧ୍ୟରେ ଯଜ୍ଞ କାର୍ଯ୍ୟ ।
ଯଜ୍ଞ ସ୍ଥଳୀରେ ମା’ ସହିତ ଆଖପାଖ ଗାଁରୁ ଅଷ୍ଟଶମ୍ଭୁ ମାନଙ୍କୁ ନିମନ୍ତ୍ରିତ କରାଯାଇ ଏକାଠି ସମାଗମ ହୋଇଥିଲା । ଏହି ଯଜ୍ଞକୁ ସମସ୍ତ ଗ୍ରାମବାସୀମାନଙ୍କର ଓ ଶ୍ରଦ୍ଧାଳୁ ମାନଙ୍କ ସହଯୋଗରେ ସମ୍ପୂର୍ଣ୍ଣ କରାଯାଇଛି । ଚିଲିକା ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ ଙ୍କ ଧର୍ମ ପତ୍ନୀ ସୁ ସଙ୍ଘଠିକା ନାରୀନେତ୍ରୀ ଶ୍ରୀମତୀ ସ୍ୱାଗତିକା ଜଗଦ୍ଦେବ ,
ଖୋର୍ଦ୍ଧା ଜିଲ୍ଲା ଵିଜୁ ଜନତା ଦଳ ର ସଧାରଣ ସମ୍ପାଦକ୍ ତଥା ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା, ତୋରସିଂହ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଆକାଶ ପ୍ରଧାନ, ରାଜ୍ୟ ସାଧାରଣ ସମ୍ପାଦକ ତଥା ସମିତି ସଭ୍ୟ ଶ୍ରୀଯୁକ୍ତ କୁମାର ଜଗତବଲ୍ଲଭ ମହାରଥା, ନାରୀ ନେତ୍ରୀ ଲିଲିବାଳା ଭୋଳ, କାର୍ଯ୍ୟକ୍ରମ ରେ ଯୋଗଦାନ ଦେଇ “ମା” ଙ୍କ ଆରାଧ୍ୟ ଲାଭ ସହିତ ଆଶ୍ରିବାଦ କାମନା କରିଥିଲେ ।
ପ୍ରତେକ୍ଷ ଭାବରେ କହିବାକୁ ଗଲେ ଏହି କାର୍ଯ୍ୟକ୍ରମ ଏକ ଅଷ୍ଟଶମ୍ଭୁ ମିଳନ କହିଲେ ଅତୁକ୍ତି ହେବନାହିଁ । ଉକ୍ତ ଯଜ୍ଞକୁ ଦେଖିବା ପାଇଁ ନିକଟସ୍ଥ ବିଭିନ୍ନ ଗ୍ରାମରୁ ହଜାର ହଜାର ଶ୍ରଧାଳୁଙ୍କ ଭିଡ ଲାଗି ରହିଥିବାର ଦେଖିବାକୁ ମିଳିଥିଲା, ପରି ଶେଷରେ ଗ୍ରାମବାସୀ ଏବଂ ପୂଜା କମିଟି ତରଫ ରୁ ସମସ୍ତ ଶ୍ରଦ୍ଧାଳୁ,ଅତିଥି,ପୂଜକ, ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ,

© 2023 Odisha Taza News.