• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଙ୍କ ଦୁଇ ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତ

Proprietor Abhimanyu Maharana by Proprietor Abhimanyu Maharana
April 19, 2023
in ଓଡ଼ିଶା, ବଲାଙ୍ଗିର, ମହାନଗର, ହୋମ୍
0
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଙ୍କ ଦୁଇ ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତ
Share on FacebookShare on TwitterWhatsapp

1. ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପରିଦର୍ଶନ ଓକାର୍ଯ୍ୟ ସମୀକ୍ଷା ।

2. ଚଳିତ ଜୁଲାଇରୁ ଲୋୟର ସୁକତେଲ ପ୍ରକଳ୍ପରେ ଜଳ ଧାରଣ ପାଇଁ ପ୍ରଚେଷ୍ଟା ଜାରି

3. ନିର୍ମାଣାଧିନ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପକାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ

4. ଅନ୍ଵେଷା ହଷ୍ଟେଲ ସମେତ ହରିଶଙ୍କର ସ୍ଥିତ ମିଶନ ଶକ୍ତି ପାନ୍ଥନିବାସ ଓ ପଥରଚେପା ସ୍ଥିତ ପାର୍ବତୀ ଗିରି ବାଳ ନିକେତନ ଶିଶୁ ଯତ୍ନ ଅନୁଷ୍ଠାନ ଆଦିପରିଦର୍ଶନ

5. ଉପଖଣ୍ଡ ଚିକିତ୍ସାଳୟ କୋଠା ଓ ମେଗା  ଛତୁଆ ପ୍ରକ୍ରିୟାକରଣ  ୟୁନିଟ ପରିଦର୍ଶନ

୧୯ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର/ବଲାଙ୍ଗିର :-  ରାଜ୍ୟ ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଦୁଇ ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପରିଦର୍ଶନ କରିବା ସହ କାର୍ଯ୍ୟ ସମୀକ୍ଷା କରିଛନ୍ତି l ଉନ୍ନୟନ କମିଶନର ଗତକାଲି ମଙ୍ଗଳବାର ପ୍ରଥମେ ତୁଷୁରା ଉଡାଜାହାଜ ପଡିଆ ରେ ପହଞ୍ଚିବା ପରେ ତୁଷୁରା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ପରିଦର୍ଶନ କରିଥିଲେ । ପରେ ପରେ ସେ ତୁଷୁରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଯାଇ ସେଠାରେ ରୋଗୀ ସେବା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଓ ଭିତ୍ତିଭୂମି ସମ୍ପର୍କରେ ଅନୁଧ୍ୟାନ କରିଥିଲେ  । ପରେ ସେ ଗୁଡଭେଲା ସ୍ଥିତ ରାଉଲ ନଦୀରେ ନିର୍ମାଣଧୀନ ଅନ୍ତଃନଦୀ ଜଳାଶୟ(ଇନଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକ୍ଚର) ପ୍ରକଳ୍ପ ପରିଦର୍ଶନ କରି ଓ ଏହାର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।  ଏହି ପରିଦର୍ଶନ ସମୟରେ ଜଳ ସମ୍ପଦ ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଙ୍କ ସମେତ ରାଜ୍ୟ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ,ମୁଖ୍ୟ ଯନ୍ତ୍ରୀ ଙ୍କ ସମେତ ରାଜ୍ୟ ଏବଂ ଜିଲ୍ଲାର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।ଏହି ଗସ୍ତ ପରିପ୍ରେକ୍ଷୀରେ ଉନ୍ନୟନ କମିଶନର ବଲାଙ୍ଗୀର ସ୍ମାର୍ଟ ପାର୍କ  ନିକଟରେ ନିର୍ମାଣାଧିନ ଜାତୀୟ ରାଜପଥ ବାଇପାସ୍ କାର୍ଯ୍ୟ ସହ ସ୍ମାର୍ଟ ପାର୍କ ସହ ବିଜା ଖମଣସ୍ଥିତ  ଟ୍ରକ ଟର୍ମିନାଲ ପରିଦର୍ଶନ କରିଥିଲେ ।  ସେଠାରୁ ସେ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଛତାମଖନାସ୍ଥିତ ଅନ୍ତନଦୀ ଜଳାଶୟପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ  କରି ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ l ପରେ ସେ ଲାଲଟିକିରା ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ନିର୍ମାଣାଧୀନ ୬୫୦ ଶଯ୍ୟା ବିଶିଷ୍ଠ ଟିଚିଙ୍ଗ (ଶିକ୍ଷାଦାନ ) ହସ୍ପିଟାଲ ଓ ଅନ୍ୟାନ୍ୟ ଭିତ୍ତିଭୂମିର ନିର୍ମାଣ କାର୍ଯ୍ୟର ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ସହ ଜିଲ୍ଲାପାଳ ,କାର୍ଯ୍ୟ ନିର୍ବାହୀ ସଂସ୍ଥା ଏବଂ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଡିନ ତଥା ଅଧ୍ୟକ୍ଷଙ୍କ ସହ ଏ ସଂପର୍କରେ ଆଲୋଚନା କରିଥିଲେ ।ପରେ ଉନ୍ନୟନ କମିଶନର ପାଟଣାଗଡ ରାମପାଲି ସ୍ଥିତ ଅନ୍ଵେଷା ହଷ୍ଟେଲ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଶୈକ୍ଷିକ ବାତାବରଣ ତଥାସେମାନଙ୍କର ପାଠପଢା ସମ୍ପର୍କରେ ପଚାରି ବୁଝିଥିଲେ ।ସୋମାନଙ୍କ ସହ ମଧ୍ୟାନ୍ନ ଭୋଜନରେ ସାମିଲ ହୋଇ ଭାତ, ସୋୟାବଡ଼ି ତରକାରୀ ଖାଇଥିଲେ ଏବଂ ସେଠାରେକିଛି ସମୟ ଅତିବାହିତ କରିଥିଲେ l ସେମାନଙ୍କ ସହିତ ଆଲୋଚନା ଅତି ସୁନ୍ଦର ଅନୁଭୂତି ଥିଲା ବୋଲି ଶ୍ରୀମତୀ ଗର୍ଗ ପ୍ରକାଶ କରିଛନ୍ତି l ଏହାପରେ ସେ ହରିଶଙ୍କର ଯାଇ  ମନ୍ଦିର ପରିଦର୍ଶନ କରିବା ସହ  ହରିଶଙ୍କର ପର୍ଯ୍ୟଟନ ସ୍ଥଳୀର ବିକାଶ ନିମନ୍ତେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ତଦାରଖ କରିଥିଲେ । ସେଠରେ  ମିଶନ ଶକ୍ତି  ପାନ୍ଥନିବାସ ପରିଦର୍ଶନ କରିମିଶନ ଶକ୍ତି କେଫ୍ ସହ ପାର୍କିଂ ଅଂଚଳ ପରିଚାଳନା କରୁଥିବା ସ୍ଵୟଂସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଆଲୋଚନା କରି ସେମାନଙ୍କ  କାର୍ଯ୍ୟର ପ୍ରଶଂସା କରିଥିଲେ । ପରେ ପରେ  ସେ ବଲାଙ୍ଗିରର ଜୀବନ ରେଖା କୁହାଯାଉଥିବା ନିର୍ମାଣାଧିନ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି  କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ।ଏହି ଅବସରରେ ସେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର  ଚଳିତ ବର୍ଷ ଏହି ପ୍ରକଳ୍ପକୁ ଶେଷ କରିବାକୁ ନିର୍ଦ୍ଦେଶ ରହିଛି । ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ଇଂଜିନିୟରିଂ ଟିମ୍ ଓ ନିର୍ମାଣ ସଂସ୍ଥାର ସମସ୍ତ କର୍ମଚାରୀ ଦିନରାତି ପରିଶ୍ରମ କରି ଏହି ପ୍ରକଳ୍ପକୁ ଶୀଘ୍ର ଶେଷ କରିବାରୁ ପ୍ରଚେଷ୍ଟା ଜାରି ରଖିଛନ୍ତି ।ଆମେ ଡ୍ରୋନ୍, ହ୍ୱାଟ୍ସସ ଆପ୍ ଭଳି  ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରି ସବୁ ସମୟରେ ଏହି ପ୍ରକଳ୍ପର ନିର୍ମାଣ ଅଗ୍ରଗତି ସଂପର୍କରେ ସ୍ଥିତି ଅନୁଧ୍ୟାନ କରୁଛୁ । ଆଗାମୀ ଜୁଲାଇ ମାସରୁ ଆମେ ବର୍ଷାଜଳକୁ ରଖିପାରିବୁ ବୋଲି ଶ୍ରୀମତୀ ଗର୍ଗ  ସୂଚନା ଦେଇଥିଲେ । ଏହି ପ୍ରକଳ୍ପ ଦ୍ୱାରା ୪୦ହଜାର ହେକ୍ଟର ଜମିକୁ ଜଳ ସେଚନ ସୁବିଧା ମିଳିବା ସହ ବଲାଙ୍ଗୀରବାସୀଙ୍କୁ ଜଳାଭାବ ଦୂର କରିବାରେ ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ । ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳଚଞ୍ଚଳ ରାଣା , ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକରଙ୍କ ସମେତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସ୍ଥାନୀୟ ସର୍କିଟ ହାଉସ ଠାରେ ପହଞ୍ଚି ସେଠାରେ ବଲାଙ୍ଗିର ଜିଲ୍ଲାରେ ଜଳ ସମ୍ପଦ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ସମେତ ମେଗା ଲିଫ୍ଟ ପ୍ରକଳ୍ପ ,ଉଠା ଜଳସେଚନ ପ୍ରକଳ୍ପ , କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅଗ୍ରଗତି ଓ କାର୍ଯ୍ୟକାରିତା ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଥିଲେ । ଏହି ସମୀକ୍ଷା ବୈଠକରେ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ଚଡ୍ଡା , ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ,ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ,ମୁଖ୍ୟ ଯନ୍ତ୍ରୀ -ତେଲ ବେସିନ ସନ୍ତୋଷ କୁମାର ମହାପାତ୍ର ,ମୁଖ୍ୟ ଯନ୍ତ୍ରୀ (ଯୋଜନା ଓ ନକ୍ସାଙ୍କନ ) ସାଗର ମହାନ୍ତି ,ମୁଖ୍ୟ ଯନ୍ତ୍ରୀ-କ୍ଷୁଦ୍ର ଜଳସେଚନ ବସନ୍ତ ରାଉତ,ମୁଖ୍ୟ ଯନ୍ତ୍ରୀ ଡ୍ୟାମ ନିରାପତ୍ତା- ଶିବାଶିଷ ପାଢୀ ,ମୁଖ୍ୟ ଯନ୍ତ୍ରୀ ମେଗା ଲିଫ୍ଟ ଚିନ୍ମୟ ରାଉତ ,ଓଡିଶା ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ବିଭୂତି ଭୂଷଣ ଦାସ, ଟାଟା ପାୱାର ର ଅଧିକ୍ଷଣ ଯନ୍ତ୍ରୀଙ୍କ ସମେତ ସଂପୃକ୍ତ ବିଭିନ୍ନ ଶାଖାର ଯନ୍ତ୍ରୀ ଓ ପଦାଧିକାରୀ ଉପସ୍ଥିତ ଥିଲେ ।  ବଲାଙ୍ଗିର  ଜିଲ୍ଲା ଗସ୍ତର ଦ୍ଵିତୀୟ ଦିନରେ ଆଜି ସକାଳେ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ପଥରଚେପା ସ୍ଥିତ ପାର୍ବତୀ ଗିରି ବାଳ ନିକେତନ ଶିଶୁ ଯତ୍ନ ଅନୁଷ୍ଠାନ ପରିଦର୍ଶନ କରିଥିଲେ । ଉନ୍ନୟନ କମିଶନରଙ୍କ ସହ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ  ଚଡ୍ଡା , ଜିଲ୍ଲାପାଳ ଶ୍ରୀ  ରାଣା ପ୍ରମୁଖ ଉପସ୍ଥିତ ଥିଲେ ।  ଉନ୍ନୟନ କମିଶନର ଅନ୍ତେବାସୀମାନଙ୍କୁ ସେମାନଙ୍କର  ରହିବା ,ଖାଇବା ,ଯତ୍ନ ,ପାଠପଢା ତଥା ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରିବୁଝିବା ସହ ସେମାନକୁ ଉତ୍ସାହିତ କରିଥିଲେ  । ଅନ୍ତେବାସୀ ମାନେ ରହୁଥିବା ବାଳକ ଓ ବାଳିକା ହଷ୍ଟେଲ ଓ ରୋଷେଇ ଶାଳା ପରିଦର୍ଶନ କରିବା ସହ ସେଠାରେ ଥିବା ସିଲେଇ ତାଲିମ କେନ୍ଦ୍ର ଓ ଯତ୍ନ ପରବର୍ତ୍ତୀ କେନ୍ଦ୍ର ( ପୋଷ୍ଟ କେୟାର ସେଣ୍ଟର) ପରିଦର୍ଶନ କରିଥିଲେ । ପାର୍ବତୀ ଗିରି ବାଳ ନିକେତନର ଦିବ୍ୟାଙ୍ଗ ଅନ୍ତେବାସୀ ପାୟଲ ନାଗ ନିଜ ପାଟିରେ ଆଙ୍କିଥିବା ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଫୋଟୋଚିତ୍ର କୁ ଉନ୍ନୟନ କମିଶନରଙ୍କୁ ଭେଟି  ଦେଇଥିଲେ । ଅନ୍ତେବାସୀ ମାନଙ୍କୁ ଉନ୍ନୟନ କମିଶନର, ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଓ ଜିଲ୍ଲାପାଳ ମିଷ୍ଠାନ ବଣ୍ଟନ କରିଥିଲେ । ପରେ ପରେ ସେ ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ବିଷ୍ଣୁମୁଣ୍ଡା ସ୍ଥିତ ସ୍ଳମ ରିଲୋକେସନ ସାଇଟ ପରିଦର୍ଶନରେ ଯାଇ ଜାଗା ମିଶନ କଲୋନୀ ବୁଲି ଦେଖିଥିଲେ  । ସେଠାରେ ଦୟାନିଧି ବାଗ କରିଥିବା ସଂପୂର୍ଣ୍ଣ ଘର  କୁ ବୁଲିଦେଖିବା ସହ ଉପସ୍ଥିତ ହିତାଧିକାରୀମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।ସେଠାରୁ ଉନ୍ନୟନ କମିଶନର ଓ  ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଟିଟିଲାଗଡ ଅଭିମୁଖେ ଯାଇଥିଲେ। ଟିଟିଲାଗଡ ଠାରେ  ନୂତନ ଭାବେ ନିର୍ମାଣାଧୀନ ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟ କୋଠା ପରିଦର୍ଶନ କରିବା ସହ ଏହାର ନିର୍ମାଣ କାର୍ଯ୍ୟ ଓ ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରି ବିଭାଗୀୟ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ।  ପରେ ସେ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ପିପଲପଦର  ଯାଇ ସେଠାରେ ପ୍ରତିଷ୍ଠା ହୋଇଥିବା ମେଗା  ଛତୁଆ ପ୍ରକ୍ରିୟାକରଣ  ୟୁନିଟ ପରିଦର୍ଶନ କରି ଏହାର ପରିଚାଳନା ଦାୟିତ୍ଵ ନେଇଥିବା ମିଶନ ଶକ୍ତି ବ୍ଲକ ସ୍ତରୀୟ ମହାସଂଘ, ଟିଟିଲାଗଡର ସଦସ୍ୟା ମାନଙ୍କ ସହ ଛତୁଆ ପ୍ରସ୍ତୁତି ପ୍ରଣାଳୀ ,ପ୍ୟାକେଜିଙ୍ଗ ଓ ଗୁଣବତ୍ତା ସମ୍ପର୍କରେ ପଚାରିବୁଝିଥିଲେ ।ଏହି ୟୁନିଟ ଦ୍ଵାରା ପ୍ରସ୍ତୁତ ଛତୁଆକୁ ଉନ୍ନୟନ କମିଶନର ନିଜେ ସ୍ଵାଦନେବା ସହ ଛତୁଆର ଗୁଣବତ୍ତାକୁ ପ୍ରଶଂସା କରିଏହା ବଜାୟ ରଖିବା ନିମନ୍ତେ ମିଶନ ଶକ୍ତିରସଦସ୍ୟାମାନଙ୍କୁ ପରାମର୍ଶ ଦେଇଥିଲେ । ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟ କୋଠା ଓ  ମେଗା  ଛତୁଆ ପ୍ରକ୍ରିୟାକରଣ  ୟୁନିଟ ପରିଦର୍ଶନ ସମୟରେ ଜଳ ସମ୍ପଦ ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉପସ୍ଥିତ ଥିଲେ । ପରେ  ଉନ୍ନୟନ କମିଶନର ଓ  ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ମୁରିବାହାଲ ଯାଇ ନିୟନ୍ତ୍ରିତ ବଜାର କମିଟି ପରିସରରେ ଥିବା ପିଆଜ ଷ୍ଟୋରେଜ କେନ୍ଦ୍ର ପରିଦର୍ଶନ କରିଥିଲେ । ଏହି କେନ୍ଦ୍ର କୃଷି ଉତ୍ପାଦନ କ୍ଲଷ୍ଟର ଅନ୍ତର୍ଗତ ମିଳିତ ଉତ୍ଥାନ ପ୍ରଡ୍ୟୁସର  କମ୍ପାନୀ ଦ୍ୱାରା ପରିଚାଳନା କରାଯାଉଛି । ସେଠାରେ ସେ ଅଞ୍ଚଳର ସଫଳ ଚାଷୀ ଓ ପ୍ରଡ୍ୟୁସର  କମ୍ପାନୀର ସଦସ୍ୟାଙ୍କ ସହ ପିଆଜର ସଂରକ୍ଷଣ  ଓ ବଜାର ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ ।ପରେ ସେ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବାଗବାହାଲ ଗ୍ରାମକୁ ଯାଇ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଇଥିବା  ପିଆଜ ଓ ପନିପରିବା ଚାଷ ସମ୍ପର୍କରେ ଆଲୋଚନା କରିବା ସହ ସେମାନଙ୍କ ଆତ୍ମବିଶ୍ଵାସକୁ ପ୍ରଶଂସା କରିଥିଲେ । ନୂତନ ଅମଳ ପରବର୍ତ୍ତୀ ପରିଚାଳନା କାର୍ଯ୍ୟକ୍ରମ ଜରିଆରେ ଥିବା ସହାୟତା ସମ୍ପର୍କରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ କୃଷି ଉତ୍ପାଦକ ସଂଗଠନକୁ  ସଚେତନ କରିବାକୁ ପରାମର୍ଶ ଦେଇଥିଲେ। ଉନ୍ନୟନ କମିଶନରଙ୍କ ଆଜିର ଟିଟିଲାଗଡ  ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ,ଟିଟିଲାଗଡ ଉପ ଜିଲ୍ଲାପାଳ ଦୟାମୟ ପାଢୀଙ୍କ ସମେତ ସମ୍ପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

                                                                                               

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026
Delay in water supply in Pune : Water to taps only between 1 and 2 pm

Delay in water supply in Pune : Water to taps only between 1 and 2 pm

May 4, 2026

Recent News

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026
Delay in water supply in Pune : Water to taps only between 1 and 2 pm

Delay in water supply in Pune : Water to taps only between 1 and 2 pm

May 4, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version