ଯାତ୍ରୀ ମାନେ ଖରାରେ ଚାଲିଚାଲି ହିନସ୍ତା ହୋଇଥିଲେ l ପରେ କାର୍ଯ୍ୟକର୍ତ୍ତା ଙ୍କ ତରଫରୁ ୬ ଦଫା ଦାବି ‘ ଯଥା – ନୀଳମାଧବ ପେଟ୍ରୋଲ ପମ୍ପ ଛକରୁ ବାଜି ରାଉତ କଲେଜ ଛକ ପର୍ଯ୍ୟନ୍ତ ସର୍ଭିସ ରୋଡ ନିର୍ମାଣ,କଲେଜ ଛକ ରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଶ୍ରମଗାର ନିର୍ମାଣ,ପେଟ୍ରୋଲ ପମ୍ପ ଓ କୋର୍ଟ ଛକରେ ଗୋଲେଇ ଟ୍ରାଫିକ ପୋଷ୍ଟ ନିର୍ମାଣ,ପର୍ଯ୍ୟାପ୍ତ ଲାଇଟ୍ ଲଗାଯିବା, କାଳୀ ବଜାର ଉପରୁ ୧୧ କେଭି ବିଦ୍ୟୁତ୍ ତାର ଉଠାଯିବା,ଜାତୀୟ ରାଜପଥ ରେ ଘଟୁଥିବା ଦୁର୍ଘଟଣା ପାଇଁ
ଆମ୍ବୁଲାନ୍ସ ବ୍ୟବସ୍ଥା କରିବା ଦାବିପତ୍ର ତହସିଲଦାର ଅଂଶୁମାନ ମହାପାତ୍ରଙ୍କ ଜରିଆରେ ଜିଲ୍ଲାପାଳ ଓ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ପ୍ରୋଜେକ୍ଟ ଡାଇରେକ୍ଟର ଙ୍କ ନିକଟକୁ ପ୍ରେରଣ କରାଯାଇଥିଲା l ଏହି ଆନ୍ଦୋଳନ ରେ ଭଗବାନ ଗୁରୁ ,ଜୟଗୁରୁ ପାତ୍ର,ମଳୟ ତ୍ରିପାଠୀ,ଦେବାନନ୍ଦ ସାହୁ,ଅନାମ ସାହୁ ,ସୁଶାନ୍ତ ପୃଷ୍ଟି ,ପ୍ରକାଶ ମହାରଣା,ରମେଶ ଗୁରୁ ,ହିମାଂଶୁ ମହାରଣା,ବିନୋଦ ବେହେରା, ଟିକୁ ନାୟକ ,ଅନୁକୂଳ ପୋଥାଳ,ପ୍ରକାଶ ପୃଷ୍ଟି , ହୃଷିକେଶ ନାୟକ ,କାବୁଲ ସେନାପତି, ହୃଦାନନ୍ଦ ମଲ୍ଲିକ,ରାଜା ପୃଷ୍ଟି, ପ୍ରମୋଦ ଗୁରୁ ପ୍ରମୁଖ ଶତାଧିକ କର୍ମକର୍ତ୍ତା ଯୋଗଦେଇଥିଲେ l

© 2023 Odisha Taza News.