୧୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- କଟକ ସଦର ନିର୍ବାଚନ ମଣ୍ଡଳୀ ନିଶ୍ଚିତକୋଇଲି ବ୍ଲକ କିଶନନଗର ନିକଟସ୍ଥ ଇଷାଣୀ ବ୍ରହ୍ମପୁର ପଞ୍ଚାୟତର ମଲ୍ଲିକପୁର ଠାରେ କଟକ ସଦର ସାମାଜିକ ଓ ସାଂସ୍କୃତିକ ସଂସଦ ଓଡିଶା ପକ୍ଷରୁ ଆୟୋଜିତ ମହାନଦୀ ତଟତ୍ସୋବର ଆଜି ଥିଲା ତୃତୀୟ ଦିବସ । ଏହି ଉତ୍ସବରେ ଆୟୋଜିତ ବିଭିନ୍ନ ନୃତ୍ୟ ସଂଗୀତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରୁ ମାଲଖମ୍ବ ନୃତ୍ୟ ସମସ୍ତ ଦର୍ଶକଙ୍କୁ ଆକୃଷ୍ଟ କରିପାରିଥିଲା । ଥମେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ପାଳନ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଏକ ସଭା ଆୟୋଜନ କରାଯାଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ କହିଲେ ଯେ , କଟକ ସଦର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସାନଭାଇ ଚନ୍ଦ୍ର ସାରଥୀ ବେହେରାଙ୍କ ଉଦ୍ୟମରେ ଆୟୋଜିତ ମହାନଦୀ ତଟତ୍ସୋବ, ସମସ୍ତ ନେତାଙ୍କୁ ଏକାଠି କରିବା ସହିତ ଦର୍ଶକ ମାନଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ମନୋରଞ୍ଜନ ମଜା ଉଠାଇବାର ସୁଯୋଗ ଦେଇଛି । ଅପରାହ୍ନ ୪ଟାରୁ ରାତି ୧୧ ଟା ପର୍ଯ୍ୟନ୍ତ ଦର୍ଶକଙ୍କ ଭିଡ଼ ଲାଗି ରହୁଛି । ଏହି ଉତ୍ସବରେ ଓରମାସ ଏବଂ ଅନ୍ୟାନ୍ୟ ୫୦୦ ଶହ ବିଭିନ୍ନ ଷ୍ଟଲ ଖୋଲିଛି । ଏହି କାର୍ଯ୍ୟକ୍ରମକୁ ଆସୁଥିବା ଜନସାଧାରଣ ବିଭିନ୍ନ ଜିନିଷ କିଣିବାର ସୁଯୋଗ ପାଉଛନ୍ତି ।
ଚଟପଟି ଖାଦ୍ୟ ଖାଇବା ସହିତ ପିଲା ମାନେ ମିନାବଜାର ବୁଲିବାର ସୁଯୋଗ ପାଇ ପାରୁଛନ୍ତି । ବେଳେ କରାଯାଇ ମହାନଦୀ ଆଳତୀ କରାଯାଇଥିଲା । ପରେ ପରେ ସାଂସ୍କୃତିକ କାର୍ଯ୍ୟ ଉଦଘାଟନ କରାଯାଇଥିଲା । କଟକ ସଦର ବିଧାୟକ ତଥା ପୂର୍ବତନ କ୍ରୀଡା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ଉଦ୍ୟମ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ସାଲେପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷା ପ୍ରମିଳା ବେହେରା,କଟକ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ସୁଭଦ୍ରା ଦାସ, ସଦର ବିଡ଼ିଓ ରାଜିବୀ ଲୋଚନ ପ୍ରଧାନ, କିଶନନଗର ତହସିଲଦାର ମଧୁସୂଦନ ନାୟକ, ସରପଞ୍ଚ ସୁଶାନ୍ତ କୁମାର ସେଠୀ , ୪ନମ୍ବର ଯୋନ ଜିଲ୍ଲା ପରିଷଦ ସଭ୍ୟା ଆଶା ଲତା ବେହେରା ପ୍ରମୁଖ ଯୋଗ ଦେଇଥିଲେ ।
ଆଖପାଖ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ବିଜେଡି ଯୁବ,ଛାତ୍ର, ମହିଳା ଦଳର ସଭାପତି ସଂପାଦମାନେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସହଯୋଗ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ କଳାକାର, ସମାଜସେବୀ, ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଦର ବିଧାୟକଙ୍କ ଏପରି କାର୍ଯ୍ୟକୁ ଅତିଥି ମାନେ ଭୁଇଅଂଶି ପ୍ରଶଂସା କରିଥିଲେ । ଏହି ମେଳାରେ ପ୍ରବଳ ଜନସମାଗମ ହେଉଥିବା ଦେଖବାକୁ ମିଳୁଛି ।

© 2023 Odisha Taza News.