ଖବର ପାଇ ମୋହନା ଥାନା ଅଧିକାରୀ ବସନ୍ତ ସେଠୀ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରବା ସହ ମୋହନା ଥାନାରେ କେସ ନଂ ୫/୨୦୨୩ ରେ ମକଦ୍ଦମା ରୁଜୁ କରିଛନ୍ତି ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକଙ୍କୁ ନିରପେକ୍ଷ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଥିବା ବେଳେ ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି । ସେହିଭଳି , ଚନ୍ଦ୍ରଗିରି ନାୟକ ସାହିର କିଛି ଦୂରରେ ଥିବା ଝିଙ୍କଦଲ୍ଲୀ କୁଦିଆରେ କାଜୁ ଗଛରୁ ଝଲନ୍ତା ଅବସ୍ଥାରେ ଗୌତମ ନାୟକ(୩୬) ଙ୍କ ମୃତଦେହ ଠାବ ହେବା ଘଟଣା ଚର୍ଛା ସୃଷ୍ଟି କରିଛି।
ଗୌତମଙ୍କ ପିତାମାତା ବହୁଦିନ ହେଲା ପରଲୋକ ଗମନ କରିଛନ୍ତି । ସେ ବିବାହ କରିଥିଲେ । ପ୍ରଥମ ସ୍ତ୍ରୀ ପ୍ରାଣ ହରାଇବା ପରେ ଦ୍ବିତୀୟ ସ୍ତ୍ରୀ ବି କିଛି ଦିନ ତଳେ ପ୍ରାଣ ହରାଇଥିଲେ । ଉଭୟ ସ୍ତ୍ରୀଙ୍କ ପକ୍ଷରୁ କୌଣସି ସନ୍ତାନସନ୍ତତି ନ ଥିବା ବେଳେ ଗୌତମ ଦିନ ମଜୁରିଆ ଭାବେ କାମକରି ଏକାକୀ ଜୀବନ ନିର୍ବାହ କରୁଥିଲେ । ଗତ ସଂକ୍ରାନ୍ତ ଦିନ ସେ ମନ୍ଦିର ଯାଇ ହନୁମାନଙ୍କୁ ଦର୍ଶନ କରିଥିଲେ । ତାପରେ ତାଙ୍କ ମୃତଦେହ ମିଳିବା ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି । ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ତଦନ୍ତ ଭାର ଗ୍ରହଣ କରିଥିବା ବେଳେ ଶବକୁ ଉଦ୍ଧାର କରି ବ୍ରହ୍ମପୁର ବବଡମେଡିକଲକୁ ପଠାଇଥିବା ଜଣାପଡିଛି ।

© 2023 Odisha Taza News.