୧୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ଏକ ଭବ୍ୟ ପରିବେଶ ମଧ୍ୟରେ ସ୍ଥାନୀୟ ଗଙ୍ଗାଧର ପାର୍କ ଠାରେ ପାଟଣାଗଡ଼ ସାଂସ୍କୃତିକ ପରିଷଦ ପକ୍ଷରୁ ମହାବିଷୁବ ମିଳନ ୨୦୨୩ ତଥା ପଣା ସଂକ୍ରାନ୍ତି ପାଳନ ଅବସରରେ କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସ୍କୃତିକ ପରିଷଦ ସଭାପତି ଅରୁଣ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ମୂଖ୍ୟ ବକ୍ତା ସମ୍ବଲପୁର ଅବସରପ୍ରାପ୍ତ ଇଂରାଜୀ ପ୍ରଫେସର ଡ଼ଃ କାଳିଦାସ ମିଶ୍ର , ସମ୍ମାନିତ ଅତିଥି ପ୍ରଫେସର ଡ଼ଃ ପ୍ରଦୀପ କୁମାର ପଣ୍ଡା ଯୋଗ ଦେଇଥିଲେ ।
ପ୍ରାରମ୍ଭ ମୂଖ୍ୟ ଅତିଥି ରାଜ୍ୟ ସଭା ସାଂସଦ ଶ୍ରୀ ବିଶି ଦୀପ ପ୍ରଜ୍ବଳନ ସହ ଶୁଭ ଉଦ୍ଘାଟନ କରିଥିବା ବେଳେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ୩୦ ଜଣ ରୁ ଉର୍ଦ୍ଧ୍ବ କବି କବିୟତ୍ରୀ ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ । ଏହି ଅବସରରେ ମୂଖ୍ୟ ଅତିଥି ସାଂସଦ ଶ୍ରୀ ବିଶି ରାଜ୍ୟ ସ୍ତରୀୟ ସାରସ୍ୱତ ସଂକଳନ ସାହିତ୍ୟ ପତ୍ରିକା ତ୍ରିଶକ୍ତି ଉନ୍ମୋଚନ କରିଥିଲେ । ଉନ୍ମୋଚିତ ତ୍ରିଶକ୍ତି ପତ୍ରିକା ର ପୃଷ୍ଠପୋଷକ , ବିଜ୍ଞାପନ ଦାତା , ଶୁଭେଚ୍ଛୁ ,ଶୁଭେଚ୍ଛିକା , ବ୍ୟକ୍ତି ବିଶେଷ , ଅନୁଷ୍ଠାନ ର କର୍ମକର୍ତ୍ତା ପ୍ରମୁଖ ସହଯୋଗ କରି ଆସୁଥିବା , ଘନଶ୍ୟାମ ଅଗ୍ରୱାଲ , ବରିଷ୍ଠ ଆଇନଜୀବୀ ଦର୍ପ ଗଞ୍ଜନ ପଟ୍ଟନାୟକ, ଡ଼ ଭୀମସେନ ରଥ , ବିଶ୍ଵାସ ପଟ୍ଟନାୟକ ଙ୍କ ସମେତ ଅନ୍ୟ ମାନଙ୍କୁ ମଧ୍ୟ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା ।
ସାଂସ୍କୃତିକ ପରିଷଦ ର ଏପରି ଉଦ୍ୟମ କୁ ଭୂସିୟ ପ୍ରଶଂସା କରିବା ସହ ସାରସ୍ବତ ସୃଷ୍ଟି ସମ୍ଭାର ,କବି ତା’ର ଲେଖନୀ ମୂନ ରେ ଜଡ କୁ ଜୀବନ ଦେଇପାରେ ଏବଂ ଅନ୍ଧକାରକୁ ଦୂରୀଭୁତ କରିଥାଏ ବୋଲି କହିବା ସହ ସାହିତ୍ୟ ସଂସ୍କୃତି ଐତିହ୍ୟ ପରମ୍ପରା ହିଁ ପୂର୍ବ ପଢ଼ି କୁ ସଚେତନ କରାଇବା ର ଏକ ପ୍ରମୁଖ ଭୂମିକା ରହିଛି ବୋଲି ମୂଖ୍ୟ ଅତିଥି ଶ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ । କବି ସନ୍ତୋଷ କୁମାର ଦାସ , ଅଶୋକ ପାଣିଗ୍ରାହୀ, ବିଘ୍ନେଶ୍ୱର ଯୋଷୀ , ଦେବରାଜ ପାଣିଗ୍ରାହୀ , ଜ୍ୟୋସ୍ନା ରାଣୀ ଭୋଇ, ସଂଯୁକ୍ତା ଚନ୍ଦନ, ସଂଯୁକ୍ତା ପାଣିଗ୍ରାହୀ, ସାବିତ୍ରୀ ସାହୁ ପ୍ରମୁଖ କବି କବିୟତ୍ରି ଙ୍କ ସହ ଅନ୍ୟ ମାନେ କବିତା ପାଠ କରିଥିଲେ ।
ସାଂସ୍କୃତିକ ପରିଷଦ ର ଲିଙ୍ଗରାଜ ଚିନ୍ଦା , ଅରକ୍ଷିତ ଯୋଷୀ , ଅନ୍ତର୍ଯ୍ୟାମୀ ମେହେର , ବିଶ୍ଵାସ ପଟ୍ଟନାୟକ , କ୍ଷୀରୋଦ ଷଡ଼ଙ୍ଗୀ, ଶଙ୍କର ପ୍ରସାଦ ପ୍ରଧାନ , ଦିଲିପ କୁମାର ବର୍ଗର୍ତ୍ତି ,ସବ୍ୟସାଚୀ ମାଝୀ , ରାଜେଶ ଶର୍ମା ଙ୍କ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ । ମୁଖ୍ୟ ସଂପାଦକ ଆଶିଷ ଚନ୍ଦନ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ଦିଲ୍ଲୀପ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ବୋଲି ମୂଖ୍ୟ ଅତିଥି ରାଜ୍ୟ ସଭା ସାଂସଦ ଶ୍ରୀ ବିଶି ତାଙ୍କ ଅଭିଭାଷଣରେ କହିବା ସହ ଆଗାମୀ ଦିନରେ ସାଂସ୍କୃତିକ ପରିଷଦ ର ଏକ କାର୍ଯ୍ୟାଳୟ କରିବା ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । କବି ସନ୍ତୋଷ କୁମାର ଦାସ , ଅଶୋକ ପାଣିଗ୍ରାହୀ, ବିଘ୍ନେଶ୍ୱର ଯୋଷୀ , ଦେବରାଜ ପାଣିଗ୍ରାହୀ , ଜ୍ୟୋସ୍ନା ରାଣୀ ଭୋଇ, ସଂଯୁକ୍ତା ଚନ୍ଦନ, ସଂଯୁକ୍ତା ପାଣିଗ୍ରାହୀ, ସାବିତ୍ରୀ ସାହୁ ପ୍ରମୁଖ କବି କବିୟତ୍ରି ଙ୍କ ସହ ଅନ୍ୟ ମାନେ କବିତା ପାଠ କରିଥିଲେ । ସାଂସ୍କୃତିକ ପରିଷଦ ର ଲିଙ୍ଗରାଜ ଚିନ୍ଦା , ଅରକ୍ଷିତ ଯୋଷୀ , ଅନ୍ତର୍ଯ୍ୟାମୀ ମେହେର , ବିଶ୍ଵାସ ପଟ୍ଟନାୟକ , କ୍ଷୀରୋଦ ଷଡ଼ଙ୍ଗୀ, ଶଙ୍କର ପ୍ରସାଦ ପ୍ରଧାନ , ଦିଲିପ କୁମାର ବର୍ଗର୍ତ୍ତି ,ସବ୍ୟସାଚୀ ମାଝୀ , ରାଜେଶ ଶର୍ମା ଙ୍କ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ । ମୁଖ୍ୟ ସଂପାଦକ ଆଶିଷ ଚନ୍ଦନ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ଦିଲ୍ଲୀପ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

© 2023 Odisha Taza News.