୧୪ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ବରଗଡ଼ ସଦର ଅଞ୍ଚଳ ନାଗେନପାଲି ଛକ ଠାରେ ପାଳିତ ହୋଇଛି ଶ୍ରୀ ହନୁମାନ ଜୟନ୍ତୀ । ପ୍ରଥମ ଥର କରି ଏ ବର୍ଷ ବହୁତ୍ ଧୁମ୍ ଧାମ ରେ ପାଳନ ହୋଇଥିଲା ଆଜି ସକାଳ ୮.୩୦ ରେ ପୂଜାର୍ଚ୍ଚନା ଚାଲିଥିଲା, ୧୧ ଘଟୀକା ରେ ଗୋଟିଏ ରେଳି ବାହାରିଥିଲା ଯାହାକି ନାଗେନପାଲି ଗ୍ରାମରେ ଭ୍ରମଣ କରି ପୁଣି ଛକ ରେ ଥିବା ହନୁମାନ ମନ୍ଦିର ରେ ଶାନ୍ତିପୂର୍ଣ୍ଣ ଭାବେ ରେଳୀ ସମାପ୍ତ ହୋଇଥିଲା
ଏଥିରେ ହାରାହାରି୧୦୦ ରୁ ୨୦୦ ଜଣ ଯୁବ ଭାଇ ମାନେ ଏକତ୍ରିତ ହୋଇ ବହୁତ୍ ଆନନ୍ଦ ଉଲ୍ଲାସ ର ସହିତ ଆସି ରେଲି ରେ ସାମିଲ ହୋଇଥିଲେ । ରେଲୀ ସରିବା ପରେ ମନ୍ଦିର ପରିସରରେ ପଣା ବଣ୍ଟନ କାର୍ଯ୍ୟକ୍ରମ ଓ ସନ୍ଧ୍ୟା ସମୟରେ ଅନ୍ନଭୋଗ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଆଖ ପାଖରେ ଥିବା ବିଭିନ୍ନ ଗ୍ରାମରୁ ଆସୁଥିବା ଶ୍ରଦ୍ଧାଳୁ ଓ ରାସ୍ତାରେ ଯାଉଥିବା ଯାତ୍ରୀମାନଙ୍କୁ ଅଟକାଇ ପ୍ରସାଦ ସେବନ କରିବା ପାଇଁ ଅନୁରୋଧ କରିଥିଲେ । ଆଜିର ଏହି ପବିତ୍ର ହନୁମାନ ଜୟନ୍ତୀ ପାଳନକୁ ନେଇ ଜନ ସାଧାରଣ ମାନଙ୍କ ମଧ୍ୟରେ ବେଶ ପ୍ରଶଂସା ଚାଲିଛି ।

© 2023 Odisha Taza News.