୧୪ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପାଟଣାଗଡ଼ ସହର ରେ ଆନନ୍ଦ ସହ ହନୁମାନ ଜୟନ୍ତୀ ଅବସରରେ ସ୍ଥାନୀୟ ବ୍ରହ୍ମପୁରା ଜଗନ୍ନାଥ ମନ୍ଦିର ରେ ଯଥା ବିଧି ପୂଜାର୍ଚ୍ଚନା ପରେ ସାମୁହିକ ହନୁମାନ ଚାଳିଶା ପାଠ କରାଯାଇଥିଲା । ଦିନ ୧୦ ଘଣ୍ଟା ସମୟରେ ହିନ୍ଦୁବାଦି ସଂଗଠନ ପକ୍ଷରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ପଞ୍ଚମୂଖି ହନୁମାନ ଠାରେ ପହଞ୍ଚିଥିଲା ।
ଏହି ଶୋଭାଯାତ୍ରା ଆରମ୍ଭ ରୁ ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ , ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇ ଥିଲେ । ଶୋଭାଯାତ୍ରା ଯାତ୍ରା ବିଜେଡି କାର୍ଯ୍ୟାଳୟ ସମ୍ମୁଖ ରେ ପହଁଞ୍ଚିବା ପରେ ସରକାରୀ ମୂଖ୍ୟ ଉପସଚେତକ ତଥା ବିଧାୟକ ସରୋଜ କୁମାର ମେହେର ନିଜ ଦଳୀୟ କର୍ମୀ ଙ୍କ ସହ ଶୋଭାଯାତ୍ରା ସାମିଲ ହୋଇଥିଲେ ।
ସହର ସାରା ହନୁମାନ ଝଣ୍ଡା ,ଜୟ ଶ୍ରୀ ରାମ ଧ୍ୱନି ବାଜା ,ଘଣ୍ଟନାଦ,ଦୁଳଦୁଳି ,ନିସାନ ବାଦ୍ୟ ରେ କମ୍ପି ଉଠୁଥିବା ବେଳେ ୫ ହଜାର ରୁ ଉର୍ଦ୍ଧ୍ବ ବଜରଙ୍ଗି ଭକ୍ତ ସାମିଲ ହୋଇଥିଲେ । ଶୋଭାଯାତ୍ରା କୁ ସହର ର ବିଭିନ୍ନ ସ୍ଥାନରେ ସ୍ବାଗତ କରିଥିବା ଦେଖିବାକୁ ମିଳିଥିଲା । ମାରୱାଡ଼ି ଯୁବ ମଂଚ ଓ ମହିଳା ମଞ୍ଚ ପକ୍ଷରୁ ମିଠା ପଣା ଓ ଖେଚୁଡ଼ି ଅନ୍ନ ପ୍ରସାଦ ଓ ହନୁମାନ ଚାଳିଶା ବଣ୍ଟନ କରାଯାଇଥିଲା ।
ଛୋଟ ଛୋଟ ଶିଶୁ ମାନେ ହନୁମାନ ରାମ ବେଶରେ ସଜ୍ଜିତ ବେଶ ଆର୍କଶିତ ହୋଇଥିଲା । ସେହିପରି ଆଜି ସହର ଧୁମାଭଟା ଛକ ନିକଟରେ ଥିବା ସମ୍ବିଧାନ ପ୍ରଣେତା ଡକ୍ଟର ବାବା ସାହେବ ଆମ୍ବେଦକର ଙ୍କ ପ୍ରତି ମୁର୍ତ୍ତି ରେ ସକାଳ ୮.୩୦ ସମୟରେ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠି , ବିଧାୟକ ସରୋଜ କୁମାର ମେହେର ,ତହସିଲଦାର ଲକ୍ଷ୍ମଣ ମାଝୀ , ବିଡ଼ିଓ ସୁମନ୍ତ କୁମ୍ଭାର ,
ବ୍ଳକ ଅଧ୍ୟକ୍ଷ ନୀଳକାନ୍ତ ବାଗ ଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିବା ବେଳେ ପରେ ପରେ ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ ଓ ପୂର୍ବ ତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଶୋଭାଯାତ୍ରାରେ ଆସି ଡ ବାବା ସାହେବ୍ ଆମ୍ବେଦକର ଙ୍କ ପ୍ରତି ମୁର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶୋଭାଯାତ୍ରା ବଜାର ସ୍ଥିତ ପଞ୍ଚମୂଖି ହନୁମାନ ମନ୍ଦିର ଠାରେ ପହଁଞ୍ଚିବା ପରେ ସାମୂହିକ ଭାବେ ଅନ୍ନ ଭୋଜନ ଗ୍ରହଣ କରିଥିଲେ ।
ଏଥିରେ ସ୍ଥାନୀୟ ହନୁମାନ ବେଶ ରେ ଅଭିନୟ କରୁଥିବା କଳାକାର , ବଜରଙ୍ଗଦଳ ସଭାପତି ବଣ୍ଟି ଙ୍କ ସମେତ ବିଶ୍ଵ ହିନ୍ଦୁ ପରିଷଦ ର କର୍ମକର୍ତ୍ତା , ସ୍ଥାନୀୟ କ୍ଲବ , ସାଂସ୍କୃତିକ ଅନୁଷ୍ଠାନ , ଧାର୍ମିକ, ବୁଦ୍ଧିଜୀବୀ , ମାରୱାଡ଼ି ଯୁବା ମଞ୍ଚ , ମାରୱାଡ଼ି ମହିଳା ସଦସ୍ୟା ମାନେ ସହଯୋଗ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଶତାଧିକ ପୁଲିସ ଫୋର୍ସ ମୁତୟନ ଥିବା ବେଳେ ଥାନା ଅଧିକାରୀ ଅନନ୍ତ ପ୍ରଧାନ , ଆଇଆଇସି ବ୍ରଜକିଶୋର ପଣ୍ଡା ଉପସ୍ଥିତ ଥିଲେ ।

© 2023 Odisha Taza News.