ଏହି ସର୍ଭେରେ ଓଡିଶାରେ ଥିବା ପଛୁଆ ବର୍ଗର ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ବନ୍ଧରେ ସ୍ପଷ୍ଟ ଚିତ୍ର ହାସଲ କରିବା ମୁଖ୍ୟ ଉଦେଶ୍ୟ। ସମଗ୍ର ରାଜ୍ୟରେ ଚଳିତ ବର୍ଷ ୦୧ ମେ ରିଖରୁ ଆରମ୍ବ ହୋଇ ୨୦ ମେ ଋଖ ପର୍ଯ୍ୟନ୍ତ ଓ ତା ପରେ ୨୧ ମେ ରିଖରୁ ୨୭ ମେ ଋଖ ପର୍ଯ୍ୟନ୍ତ ସ୍ଵତନ୍ତ୍ରସର୍ବେକ୍ଷଣ କାର୍ଯ୍ୟ କ୍ରମ ଚାଲିବ । ଏହି ସର୍ଭେ ମାଧ୍ୟମରେ ମୁଖ୍ୟତ ପଛୁଆ ବର୍ଗର ଲୋକମଙ୍କର ବୃତ୍ତି,ଶିକ୍ଷାଗତ ଯୋଗ୍ୟତା ସହିତ ସେମାନଙ୍କ ପରିବାରର ଲୋକମାନେ କେଉଁପ୍ରକାର ଶିକ୍ଷାନୁଠାନ ଅଧ୍ୟୟନ କରିଛନ୍ତି ।
ସେ ବିଷୟରେ ସୂଚନା ମିଳିବା ଦ୍ଵାରା ସେମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ବନ୍ଧରେ ସଠିକ ତଥ୍ୟ ପ୍ରାପ୍ତ ହୋଇପାରିବ । ପ୍ରଶିକ୍ଷଣଶିବିର ଦୁଇଦିନ ବ୍ଲକସଭାଗୃହରେ ଅନୁଷ୍ଠିତ ହେବ। ନୟାଗଡ ଡେପୁଟି କଲେକ୍ଟର ରିମା ହାଜରା ପ୍ରଶିକ୍ଷଣମୁଖ୍ୟ ଭାବରେ ଶିବିରରେ ଯୋଗଦେଇ ଛନ୍ତି । ତତ ସହିତ ନୂଆଗାଁ ବ୍ଲକ ଉନ୍ନୟନ ଅଧିକାରୀ ସଚିଦାନନ୍ଦ ମିଶ୍ର, ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ ,ଆଡସିନାଲ ତହସିଲଦାର କବିରାଜ ସେଠୀ,ଏବିଡିଓ ସ୍ବଦେଶ ରଞ୍ଜନ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ ।

© 2023 Odisha Taza News.