୧୨ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :– ଭୁବନ ଏନଏସି ନଗରପାଳ ଶୁଭେନ୍ଦୁ କୁମାର ସାହୁ ତାଙ୍କ କାର୍ଯ୍ୟକାଳର ୧ ବର୍ଷ ପୂର୍ତି ଅବସରରେ ସହରବାସୀ ଙ୍କୁ ୧ କୋଟି ୯୫ ଲକ୍ଷ ଟଙ୍କା ବ୍ୟୟରେ ୧୧ ଟି ନୂତନ ପ୍ରକଳ୍ପ ଭେଟି ଦେଇଥିବା ବେଳେ ୨୪ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟରେ ଆଗାମୀ ୫୦ ବର୍ଷ ପାଇଁ ପାନୀୟ ଜଳ ସମସ୍ୟାର ସମାଧାନ ଓ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ କ୍ଷୁଦ୍ର ଜଳ ସେଚନ ବିଭାଗ ଦ୍ୱାରା ରଗଡି ନାଳର ପୁନରୁଦ୍ଧାର ଇତ୍ୟାଦି ୫ ଟି ପ୍ରକଳ୍ପ ର ଶିଳାନ୍ୟାସ ମନ୍ତ୍ରୀ ଓ ସାଂସଦ ଙ୍କ ଦ୍ୱାରା କରାଇଛନ୍ତି । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ,ଇସ୍ପାତ ଓ ପୂର୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଓ ସାଂସଦ ମହେଶ ସାହୁ ସମ୍ମାନୀତ ଅତିଥି ଭାବେ ଯେଗଦେଇ ସର୍ବପ୍ରଥମେ ଭୁବନର ଆରାଧ୍ୟ ଦେବତା ବାବା ବୁଦ୍ଧେଶ୍ୱର ମନ୍ଦିରରେ ପହଁଚି ପୂଜାର୍ଚ୍ଚନା ସାରି ବୁଦ୍ଧେଶ୍ୱର ମିନି ପାର୍କ ,ପାଦଚଲା ୱାକିଂ ଟ୍ରାକ ଏବଂ ଖୋଲା ବ୍ୟାୟାମ ଶାଳା କୁ ଉଦଘାଟନ କରିଥିଲେ ଓ ମନ୍ଦିର ନିକଟରେ ଆଉ ଏକ ସ୍ମାର୍ଟ ପାର୍କ ସକାଶେ ଶିଳାନ୍ୟାସ କରିଥିଲେ ।
ପରେ ହିଙ୍ଗୁଳା ପୀଠ ନିକଟରେ ନିର୍ମିତ ପୋଖରୀ , ଅଷ୍ଟଶମ୍ଭୁ ମନ୍ଦିର ପରିସରରେ ମିନି ପାର୍କ , ଥାନା ପରିସରରେ ପେଭର ବ୍ଲକ , ନୂଆଭୁବନ ଶିବ ମନ୍ଦିର ପରିସରରେ ପୁନରୁଦ୍ଧାର ହୋଇଥିବା ପୋଖରୀ ,କାଳୀ ବଜାର ଠାରୁ ମାୟାଧର ସାହୁ ଘର ପର୍ଯ୍ୟନ୍ତ ନିର୍ମିତ ନୂତନ ରାସ୍ତା , ଆହାର କେନ୍ଦ୍ର ପରିସରରେ ନବନିର୍ମିତ ରୋଷେଇ ଶାଳା , କେନାଲ ଛକ ଠାରୁ ଓମ ଶାନ୍ତି ଆଶ୍ରମ ପର୍ଯ୍ୟନ୍ତ ନୂତନ କଂକ୍ରିଟ ରାସ୍ତା , ବଉଳ ଛକ ଠାରୁ ଦେଉଳ ଗାଡିଆ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା କୁ ଉଦଘାଟନ କରିଥିବା ବେଳେ ଭୁବନ ସହରବାସୀ ଙ୍କ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ମଣିପୁର ଠାରେ ୨୦ କୋଟି ଟଙ୍କା ବ୍ୟୟରେ ୬୦ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଜଳ ବିଶୋଧନାଗାର ,ବାଜିରାଉତ କଲେଜ ନିକଟରେ ୨ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ୨ ନମ୍ବର ୱାର୍ଡର ପାନୀୟ ଜଳ ଉନ୍ନତିକରଣ, ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ପରିସରରେ ୧ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟରେ ଓଭରହେଡ ପାଣି ଟାଙ୍କି ନିମନ୍ତେ ଶିଳାନ୍ୟାସ କରିଥିଲେ ।
ଦୀର୍ଘ ଦିନ ହେଲା ପରିତ୍ୟକ୍ତ ହୋଇ ପଡିଥିବା ରଗଡି ନାଳ ର ପୁନରୁଦ୍ଧାର ସକାଶେ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ୧ କୋଟି ୩ ଲକ୍ଷ ୮୭ ହଜାର ଟଙ୍କା ବିନିମୟରେ ହେବାକୁ ଥିବା କାର୍ଯ୍ୟର ଶିଳାନ୍ୟାସ କରାଯାଇଥିଲା । ଉପରୋକ୍ତ ସମସ୍ତ କାର୍ଯ୍ୟରେ ନଗରପାଳ ଶୁଭେନ୍ଦୁ ସାହୁ ଙ୍କ ସମେତ ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ , କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ , ଶକ୍ତି ପ୍ରସାଦ ସାହୁ , ଜନସ୍ୱାସ୍ଥ୍ୟ ଖଣ୍ଡ ଅନୁଗୁଳ ଅଧୀକ୍ଷଣ ଯନ୍ତ୍ରୀ ବିଳାସ କୁମାର ବେହେରା ,ଏସଡିଓ ହେମନ୍ତ କୁମାର ସାହୁ , କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ସୋନାଲି ନାୟକ , କ୍ଷୁଦ୍ର ଜଳସେଚନ ଅଧୀକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ , ସହକାରୀ ନିର୍ବାହୀ ବବିତା ନାୟକ , ରୋହନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଗୋଟିଏ ଦିନରେ ଭୁବନରେ ୨୮ କୋଟି ଟଙ୍କା ବିନିମୟରେ ବିଭିନ୍ନ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରାଯାଇଛି, ଆଗାମୀ ଦିନରେ ମଧ୍ୟ ବିକାଶ କାର୍ଯ୍ୟ ଜାରି ରହିବ , ଭୁବନର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଘୋଷଣା କରିଥିଲେ ।

© 2023 Odisha Taza News.