• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଓଡ଼ିଶା ଡଙ୍ଗା ନିୟମ-୨୦୦୪ର କଡାକଡି ଅନୁପାଳନ କରିବାକୁ – ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ         

Proprietor Abhimanyu Maharana by Proprietor Abhimanyu Maharana
April 11, 2023
in Uncategorized
0
ଓଡ଼ିଶା ଡଙ୍ଗା ନିୟମ-୨୦୦୪ର କଡାକଡି ଅନୁପାଳନ କରିବାକୁ – ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ         
Share on FacebookShare on TwitterWhatsapp

ବିନା ଲାଇଫ୍‌ ଜ୍ୟାକେଟରେ ଡଙ୍ଗାରେ ଯାତାୟତ ମନା

ସୁରକ୍ଷା ଜ୍ୟାକେଟ୍‌ ପିନ୍ଧି ନିଜ ଯାତ୍ରାକୁ ସୁରକ୍ଷିତ କରିବା ଯାତ୍ରୀମାନଙ୍କର ନୈତିକ ଦାୟିତ୍ୱ

୧୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଓଡ଼ିଶା ଡଙ୍ଗା ନିୟମ-୨୦୦୪ର କଡ଼ାକଡ଼ି ଅନୁପାଳନ କରିବା ସହ ଆଇନ ଖିଲାପକାରୀଙ୍କ  ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି । ଆଜି ଲୋକସେବା ଭବନରେ ଏ ସଂପର୍କିରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ବିଭିନ୍ନ ସମୟରେ ଘଟିଥିବା ଡଙ୍ଗାବୁଡି ଜନିତ ଦୁର୍ଘଟଣା ସଂପର୍କରେ ସମୀକ୍ଷା କରି କହିଛନ୍ତି ଯେ, ୨୦୦୪ ମସିହାରୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ଓଡ଼ିଶା ଡଙ୍ଗା ନିୟମ-୨୦୦୪ ଲାଗୁ  କରାଯାଇଥିଲେ ମଧ୍ୟ ଏହାର  ଉଲଙ୍ଘନ ହେଉଥିବା ଦେଖିବାକୁ ମିଳୁଛି ।

ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ବିଭିନ୍ନ ସମୟରେ ଏହି ନିୟମର କଠୋର ଅନୁପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଥିବା ସମୁଦ୍ର, ନଦୀ, ହ୍ରଦ, ଜଳଭଣ୍ଡାର ଆଦି ଗୁଡିକରେ  ପର୍ଯ୍ୟଟନ ପାଇଁ  ହେଉ ବା ଯାତାୟତ ପାଇଁ  ହେଉ, ଯାତ୍ରୀମାନଙ୍କୁ ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧିବା ସହ  ଡଙ୍ଗା ଚାଳକମାନଙ୍କୁ ଡଙ୍ଗାରେ ଲାଇଫ୍‌-ବୋଏ (ପାଣିରେ ଭାସମାନ ରହୁଥିବା ଜୀବନ ସୁରକ୍ଷାକାରୀ ବଳୟ)  ନେବା ପାଇଁ ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀବାହୀ ଡଙ୍ଗା ଓ ଦ୍ରବ୍ୟ ପରିବହନ କରୁଥିବା ଡଙ୍ଗା ଗୁଡିକର ପଂଜୀକରଣ, ଡଙ୍ଗା ଓ ଲଞ୍ଚ ଚାଳକମାନଙ୍କୁ ‘ଲାଇଫ୍‌ ବୋଏ’ ବଣ୍ଟନ ସହ  ବିଭିନ୍ନ ସୁରକ୍ଷା ପାଇଁ ନିୟମ ପ୍ରଣୟନ କରାଯାଇଛି । ଏ ସଂପର୍କରେ  ଡଙ୍ଗାବୁଡି ଦୁର୍ଘଟଣା ଏବଂ ଜୀବନହାନୀ ନଘଟିବା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ  କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା  ଗୁରୁତ୍ୱ ଦେଇଛନ୍ତି । 

ପଂଚାୟତିରାଜ ବିଭାଗ ତରଫରୁ  ଘାଟ ନିଲାମି ସମୟରେ ଡଙ୍ଗା ଚାଳକମାନଙ୍କୁ  ନିୟମର  ଅନୁପାଳନ  ସଂପର୍କରେ ଅବଗତ କରାଇବା ଏବଂ ଏ ସଂପର୍କରେ ନିୟମିତ ତଦାରଖ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବିନା ଲାଇଫ୍‌ ଜ୍ୟାକେଟ୍‌ରେ ଯାତ୍ରା ନକରିବାକୁ  ଡଙ୍ଗା  ବା ଲଞ୍ଚ ଚାଳକମାନେ ଯାତ୍ରୀମାନଙ୍କୁ ଅନୁରୋଧ କରନ୍ତୁ । ସେହିଭଳି ସୁରକ୍ଷା ଜ୍ୟାକେଟ୍‌ ପିନ୍ଧି ଯାତାୟତ କରିବା ଯାତ୍ରୀମାନଙ୍କର ନୈତିକ ଦାୟିତ୍ୱ ରହିଛି ​‌ବୋଲି ମୁଖ୍ୟ ଶାସନ ସଚିବ ଆଇନର ଅନୁପାଳନ ସହ ନିଜ ଜୀବନ ସୁରକ୍ଷିତ ରଖିବାକୁ କହିଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗକୁ ଡଙ୍ଗା ଲାଇସେନ୍ସ୍‌ ଓ ସୁରକ୍ଷା ବ୍ୟବସ୍ଥା  ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ରାଜ୍ୟର ବିଭିନ୍ନ ପ୍ରମୁଖ ଜଳ ଭଣ୍ଡାରରେ ଯାତାୟତ କରୁଥିବା ଡଙ୍ଗା ସଂପର୍କରେ ଅନୁଧ୍ୟାନ କରିବା ସହିତ ସ୍ଥାନୀୟ ମଣ୍ଡଳ ଉନ୍ନୟନ ଅଧିକାରୀ, ତହସିଲଦାର, ଅଗ୍ନିଶମ ସେବା ଅଧିକାରୀମାନେ ନିୟମିତ ଭାବେ ଡଙ୍ଗାର ସ୍ଥିତି ଅନୁଧ୍ୟାନ କରିବା, ଡଙ୍ଗାରେ ଯଥେଷ୍ଟ ସଂଖ୍ୟକ ଜୀବନ ସୁରକ୍ଷାକାରୀ ଲାଇଫ୍‌ ଜ୍ୟାକେଟ୍‌ ରଖାଯିବା, ଅନଧିକୃତ ଭାବେ ଯାତ୍ରୀ ଓ ପର୍ଯ୍ୟଟକମାନଙ୍କୁ ନେଉଥିବା ମାଛ ଧରା ଡଙ୍ଗା ବା ଅନ୍ୟ ଡଙ୍ଗାକୁ ଜବତ କରାଯିବା ନିମନ୍ତେ ନିଆ ଯାଇଥିବା କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ବୈଠକରେ ଯୋଗଦେଇ ରାଜ୍ୟ ବାଣିଜ୍ୟ ଓ ପରିବହନ  ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କହିଥିଲେ ଯେ, ଯାତ୍ରୀ ପରିବହନ କରୁଥିବା ଡଙ୍ଗା ମାଲିକ, ଲଞ୍ଚ ଅପରେଟରଙ୍କ  କ୍ଷେତ୍ରରେ ସହୀଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନାରେ ୭୦୦୦ ସଂଖ୍ୟକ ଲାଇଫ୍‌-ବୋଏ, ୩୫୦୦୦ ସଂଖ୍ୟକ ଲାଇଫ୍‌ ଜ୍ୟାକେଟ୍‌ ଓ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବସ୍ଥା  କରାଯାଇଛି ।

ଏ ଦିଗରେ ଆଇନରେ ଯାହା ବ୍ୟବସ୍ଥା ରହିଛି, ଏହାକୁ ସୁଦୃଢ଼ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ । ଡଙ୍ଗା ଦୁର୍ଘଟଣାକୁ ଏଡାଇବା ପାଇଁ ସଚେତନତା ସ୍ୱରୂପ କଣ କରିବା, କଣ ନକରିବା, ସେ ସଂପର୍କରେ ବିଲବୋର୍ଡ ( ବଡ ବଡ ସୂଚନା ଫଳକ) ସ୍ଥାପନ କରି ସଚେତନତା ସୃଷ୍ଟି ସହ ସୁରକ୍ଷିତ ଯାତାୟତ ନିମନ୍ତେ ନିବେଦନ କରିବା, ମତ୍ସ୍ୟଜୀବୀ ମାନଙ୍କୁ ସଚେତନ କରାଇବା,ବୋଟ୍‌ ଲାଇସେନ୍ସ୍‌ ପ୍ରଦାନ ବେଳେ ଡଙ୍ଗା ନିୟମ-୨୦୦୪ର ଅନୁପାଳନ  ସଂକ୍ରାନ୍ତୀୟ ଶପଥପାଠ, ଲାଇଫ୍‌ ଜ୍ୟାକେଟ ନପିନ୍ଧିଲେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ବ୍ୟାପକ ସଚେତନତା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।           

 ଏହି ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା  ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ସ୍ୱତନ୍ତ୍ର ରିଲିଫ କମିଶନର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ବାଣିଜ୍ୟ ଓ ପରିବହନ  ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପରିଚାଳନା ନିର୍ଦ୍ଦେଶକ ତଥା କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡଃ ଜ୍ଞାନ ରଂଜନ ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026
ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

March 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version