ଏହି କାର୍ଯ୍ୟକ୍ରମରେ ଶିକ୍ଷକ ନେତା ଜବାହରଲାଲ ସୁବୁଦ୍ଧି ସଭା ପରିଚାଳନା କରିଥିବା ବେଳେ ସୁଶାନ୍ତ ରାଉତ, ଅକ୍ଷୟ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ସେହିପରି ଆୟୋଜିତ କବିତା ପାଠ ଉତ୍ସବକୁ ଡ଼ଃ ସ୍ନିଗଦ୍ଧା ସ୍ୱାଇଁ, ବିପିନ ବେହେରା ପ୍ରମୁଖ ସଂଯୋଜନା କରିଥିଲେ ।
ଏହି କବିତା ପାଠ ଉତ୍ସବରେ ଅବିଭକ୍ତ ପୁରୀ ଜିଲ୍ଲାର ଖୋର୍ଦ୍ଧା,ବେଗୁନିଆ, ବୋଲଗଡ଼, କଣାସ, ପିପିଲି, ଭୁବନେଶ୍ବର ଓ ଜଟଣୀର ବହୁ କବି ଓ କବୟତ୍ରି ସ୍ୱ’ରଚିତ କବିତା ପାଠ କରିଥିଲେ । ଏହି ପୁସ୍ତକ ମେଳାରେ କୋଡ଼ିଏ ରୁ ଉର୍ଦ୍ଧ୍ବ ପ୍ରକାସନି ସଂସ୍ଥା ଅଂଶ ଗ୍ରହଣ କରିଛନ୍ତି । ସୁଚନା ଯୋଗ୍ୟ କରୋନା ମହାମାରୀ ଯୋଗୁଁ ଦୀର୍ଘ ତିନିବର୍ଷ ପରେ ପୁସ୍ତକ ମେଳା ଆୟୋଜନ ହୋଇଥିବାରୁ ଷ୍ଟଲ୍ ଗୁଡ଼ିକରେ ପାଠକ ଓ ଛାତ୍ର ଛାତ୍ରୀ ମାନଙ୍କ ଭିଡ଼ ପରିଲକ୍ଷିତ ହେଉଛି ।

© 2023 Odisha Taza News.