
ଓଡିଶା ତାଜା ନ୍ୟୁଜ୍ (୧୮ ଜୁନ୍ ଗୁରୁବାର) ନବରଙ୍ଗପୁର ଜିଲ୍ଲା :- ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ଭିକ୍ଷା ପଞ୍ଚାୟତ ଠାରେ ଯାଦବ ମାଝୀ ସାମାଜିକ ଓ ସାଂସ୍କୃତିକ ବିକାଶ ପରିଷଦ ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭିକ୍ଷା ପଞ୍ଚାୟତର ଆମ ଗାଁ ଆମ ବିକାଶ ଗୋଷ୍ଠୀକେନ୍ଦ୍ର ଠାରେ ବରିଷ୍ଠ ସମାଜସେବୀ ପର୍ଶୁରାମ ଭତ୍ରା ଙ୍କ ସଭାପତିତ୍ୱ ରେ ଜିଲ୍ଲା ସଭାପତି କାଜମ ମଦାନୀ,ଉପ ସଭାପତି ମନୋଜ ଶର୍ମା,ସମ୍ପାଦକ ଶ୍ରୀନିବାସ ପଟ୍ଟନାୟକ ( NGO ), ବରିଷ୍ଠ କାର୍ଯ୍ୟକର୍ତା ଉଦୟ ନାୟକ,ସତ୍ୟ ଦେ, ଭିକ୍ରମ ସିଂ, ରାଇଘର ବ୍ଲକ କାର୍ଯ୍ୟକର୍ତା ହେମନ୍ତ କୁମ୍ଭାର,ଭିକ୍ଷା ପୂର୍ବତନ ସମିତି ସଭ୍ୟ ବୁଦସନ ଭତ୍ରା,ପୂର୍ବତନ ସରପଞ୍ଚ ନୀଳକଣ୍ଠ ଭତ୍ରା,ମିରୀ ଭତ୍ରା,ରାମସିଂ ଭତ୍ରା ଉପସ୍ଥିତ ରହି କରୋନା ମହାମାରୀ ବିଷୟରେ ଉପସ୍ଥିତ ଜନସାଧାରଣ ଙ୍କୁ ସଚେତନ କରାଇଥିଲେ ।
ନିଜ ଘର ପରିବେଶ କୁ ସଫାସୁତୁରା ରଖିବା ସହ ସରକାରଙ୍କ ନିୟମ ମାନି ଜରୁରୀ କାର୍ଯ୍ୟରେ ବାହାରକୁ ଗଲେ ମାସ୍କ ପିନ୍ଧିବା,ସାମାଜିକ ଦୂରତ୍ୱ ରକ୍ଷା କରିବା,ସାବୁନରେ ହାତ ଧୋଇବା ତତ ସହିତ ନିୟମିତ ବେୟାମ କରିବାକୁ ପରାମର୍ଶ ଦେଇଥିଲେ । ଆଗକୁ ବର୍ଷା ଋତୁ ଥିବାରୁ ଏହି ସମୟରେ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି କମିଥାଏ ଥଣ୍ଡା,କାଶ,ଜର ହେଲେ ସ୍ଥାନୀୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା କରେଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବାର ସୁବ୍ୟବସ୍ଥା ନିମନ୍ତେ କୋଭିଡ଼ କେୟାର ହୋମ ପଞ୍ଚାୟତ ସ୍ତରରେ ସ୍ଥାପନ କରିବାକୁ ଯାଉଛନ୍ତି ଏହାର ସୁବିଧା ନେବାକୁ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ। (ରିପୋର୍ଟ-ଯୁବରାଜ ଜଗତ,ନବରଙ୍ଗପୁର ଜିଲ୍ଲା ପ୍ରତିନିଧି )
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com















