ଘଟଣା ସମ୍ପର୍କରେ ଖବର ପାଇ ପାରଳା ଆଦର୍ଶ ଥାନାର ତପନକୁମାର ପାଢୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ପହଞ୍ଚି ତଦନ୍ତ କରି ଫେରିଥିବାର ଜଣାପଡିଛି । ଚୋରି ହେଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବାର ଦେଖିବାକୁ ମିଳିଛି । ଦୁର୍ବୃତ୍ତମାନେ ମୁହଁରେ କପଡା ଗୁଡାଇ ଆସି ବୁଲେଟ ଗାଡିର ହେଣ୍ଡଲ ଲକ୍ ଖୋଲି ପଳାୟନ କରୁଥିବା ଦୃଶ୍ୟମାନ ହେଉଛି । ହେଲେ ମୁହଁରେ କପଡା ଗୁଡାଇ ଦେଇଥିବାରୁ ଚିହ୍ନାପଡୁନାହାନ୍ତି । ଅପରପକ୍ଷରେ ପାରଳା ସହରାଞ୍ଚଳରେ ପୋଲିସ ପେଟ୍ରିଲିଂ ବ୍ୟବସ୍ଥା କଡାକଡି କରାଯାଉ ନଥିବା ଏବଂ ସ୍ଥାନେ ସ୍ଥାନେ ସିସିଟିଭି ନଥିବା ଯୋଗୁଁ ଦୁର୍ବୃତ୍ତଙ୍କ ଚରାଭୂଇଁ ପାଲଟିଥିବାର ସାଧାରଣରେ ଚର୍ଚ୍ଚା ହେଉଛି ।
© 2023 Odisha Taza News.