• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡିଶାବାସୀଙ୍କୁ ଏକ ନିର୍ମଳ, ସ୍ୱଚ୍ଛ ଶାସନ ଦେବା ପାଇଁ ପ୍ରସ୍ତୁତ ବିଜେପି : ମନମୋହନ ସାମଲ

Proprietor Abhimanyu Maharana by Proprietor Abhimanyu Maharana
March 27, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ଓଡିଶାବାସୀଙ୍କୁ ଏକ ନିର୍ମଳ, ସ୍ୱଚ୍ଛ ଶାସନ ଦେବା ପାଇଁ ପ୍ରସ୍ତୁତ ବିଜେପି : ମନମୋହନ ସାମଲ
Share on FacebookShare on TwitterWhatsapp

ରାଜ୍ୟ ସଭାପତି ଭାବେ ଦାୟୀତ୍ୱ ନେଲେ ମନମୋହନ ସାମଲ ଓଡିଶାବାସୀଙ୍କୁ ଏକ ନିର୍ମଳ, ସ୍ୱଚ୍ଛ ଶାସନ ଦେବା ପାଇଁ ପ୍ରସ୍ତୁତ ବିଜେପି : ମନମୋହନ ସାମଲ

1.  ରାଜ୍ୟ କାର୍ଯ୍ୟାଳୟରେ ନୂତନ ରାଜ୍ୟ ସଭାପତିଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

2.  ସାଢେ ଚାରି କୋଟି ଓଡିଆଙ୍କ ସ୍ୱର ପାଲଟିବ ବିଜେପି

3.  ବିଜେପିର ପୋଷ୍ଟର ମାରୁଥିବା ସାଧାରଣ କାର୍ଯ୍ୟକର୍ତାଟି ନବୀନ ପଟ୍ଟନାୟକଙ୍କଠାରୁ ଭଲ ଶାସନ ଦେବାକୁ ସକ୍ଷମ

4.  ୫ ବର୍ଷ ଭିତରେ ଅପାର ସମ୍ଭାବନା ଥିବା ଓଡିଶାକୁ ଏକ ବିକଶିତ ରାଜ୍ୟ ଭାବେ ଗଢି ତୋଳିବୁ

5.  ଦୀର୍ଘ ୨୩ ବର୍ଷର ଦୁର୍ନୀତିଖୋର, ଭ୍ରଷ୍ଟାଚାରୀ ବିଜେଡି ସରକାର ବିରୁଦ୍ଧରେ ଲଢିବା, ଜିତିବା ଏବଂ ଏକ ନୂତନ ଇତିହାସ ସୃଷ୍ଟି କରିବା

6.  ରାଜ୍ୟର ସାମୁହିକ ବିକାଶ ପାଇଁ ଆମ ପାଖରେ ସୁଦୃଢ ନକ୍ସା ପ୍ରସ୍ତୁତ ଅଛି । ଆମେ ଶୋଇବୁ ନାହିଁ କି ରାଜ୍ୟ ସରକାରଙ୍କୁ ଶୋଇବାକୁ ଦେବୁ ନାହିଁ ।

7.  ସାଧାରଣ ଲୋକ ଏଥର ନିର୍ବାଚନ ଲଢିବେ ଏବଂ ସେମାନେ ସରକାର ଗଠନ କରିବେ

8.  ସମସ୍ତ ସାଂସଦ, ବିଧାୟକ, ବରିଷ୍ଠ ନେତା ଓ କାର୍ଯ୍ୟକର୍ତା, ରାଜ୍ୟ ପଦାଧିକାରୀ, ସମସ୍ତ ୩୬ଟି ସାଂଗଠନିକ ଜିଲ୍ଲାର ସଭାପତି ଓ କାର୍ଯ୍ୟକର୍ତା ଏବଂ ବିଭିନ୍ନ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ

୨୭ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଭାରତୀୟ ଜନତା ପାର୍ଟୀ ହେଉଛି ଆଭ୍ୟନ୍ତରୀଣ ଗଣତାନ୍ତ୍ରୀକ ଏବଂ କ୍ୟାଡର ଭିତିକ ରାଜନୈତିକ ଦଳ । ଏହି ଦଳକୁ ଗଢି ତୋଳିବା ପାଇଁ କୋଟି କୋଟି କାର୍ଯ୍ୟକର୍ତାଙ୍କ ଅବଦାନ ଓ ବଳିଦାନ ଚିରସ୍ମରଣୀୟ । ସାମୁହିକ ନେତୃତ୍ୱ, ଜନ ବିଶ୍ୱାସ, କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମ ଆଧାର ହେଉଛି ଦଳର ମୁଳମନ୍ତ୍ର ।

ଏହାକୁ ଆଧାର କରି ବିଜେପି ଲୋକଙ୍କ ସେବା କାର୍ଯ୍ୟ କରୁଛି ଏବଂ ଓଡିଶାବାସୀଙ୍କୁ ଏକ ନିର୍ମଳ, ସ୍ୱଚ୍ଛ ଶାସନ ଦେବା ପାଇଁ ପ୍ରସ୍ତୁତ ରହିଛି । ବିଶ୍ୱାସଭାଜନ ହୋଇପାରିଛି । ଥରୁଟିଏ ସୁଯୋଗ ଦେଲେ ୫ ବର୍ଷ ଭିତରେ ଅପାର ସମ୍ଭାବନା ଥିବା ଓଡିଶାକୁ ଏକ ବିକଶିତ ରାଜ୍ୟ ଭାବେ ଗଢି ତୋଳିବୁ ବୋଲି ନବନିଯୁକ୍ତ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସ୍ୱାଗତ ଓ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ଶ୍ରୀ ସାମଲ କହିଛନ୍ତି ଯେ, କଂଗ୍ରେସ ଦଳର ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ବିରୁଦ୍ଧରେ ଲଢିବାକୁ ଯାଇ ବିଜୁ ଜନତା ଦଳର ପ୍ରତିଷ୍ଠା ହୋଇଥିଲା । ଆଜି ତାଠୁ ବହୁ ଅଧିକ ଗୁଣା ଭୟାନକ ଓ ବିସ୍ପୋରକ ସ୍ଥିତି ବିଜେଡି ଶାସନରେ ଦେଖାଯାଇଛି । ବିଜେଡି କଂଗ୍ରେସ ଦଳକୁ ବଳିଗଲାଣି । ଓଡିଶାରେ ସବୁକିଛି ଥାଇ ସୁଦ୍ଧା ଓଡିଆ ଆଜି ଗରୀବ । ଶାସନ ବ୍ୟବସ୍ଥା ସ୍ଥାଣୁ ପାଲଟିଯାଇଛି ।ଗଣତନ୍ତ୍ର ବିପଦରେ । ବର୍ତମାନ ବିଜେଡି ସରକାରକୁ ତଡିବାର ସମୟ ଆସିଯାଇଛି । ଜନବିରୋଧୀ, ବିକାଶବିରୋଧୀ ବିଜେଡି ସରକାରକୁ ହଟାଇବା ହେଉଛି ଆମର ଏକ ମାତ୍ର ଲକ୍ଷ୍ୟ । ୨୦୦୦ ମସିହାରେ କଂଗ୍ରେସ ଦଳକୁ ହଟାଇବା ପାଇଁ ଶପଥ ନେଇଥିଲୁ, ଏବେ ବିଜେଡିକୁ ହଟାଇବା ପାଇଁ ଶପଥ ନେଉଛୁ ।  ଦୀର୍ଘ ୨୩ ବର୍ଷର ଦୁର୍ନୀତିଖୋର, ଭ୍ରଷ୍ଟାଚାରୀ ବିଜେଡି ସରକାର ବିରୁଦ୍ଧରେ ଲଢିବା, ଜିତିବା ଏବଂ ଏକ ନୂତନ ଇତିହାସ ସୃଷ୍ଟି କରିବା । ସାଢେ ଚାରି କୋଟି ଓଡିଆଙ୍କ ସ୍ୱର ପାଲଟିବ ବିଜେପି ବୋଲି ଶ୍ରୀ ସାମଲ କହିଛନ୍ତି । ଓଡିଶାରେ ଆମକୁ ଅନ୍ୟ ରାଜନୈତିକ ଦଳ ଅତୀତରେ ସାଇନବୋର୍ଡ ପାର୍ଟୀ ବୋଲି କହିଥିବାବେଳେ ବିଜେପିର ଭୋଟ ଆଜି ୩୯ ପ୍ରତିଶତରେ ପହଂଚିଛି । ସଂଘର୍ଷରୁ ଆମ ଦଳ ଏହି ସ୍ଥାନରେ ପହଂଚିପାରିଛି । ବର୍ତମାନ ସମୟ ବଦଳି ଯାଇଛି । ସାଧାରଣ ଲୋକ ଏଥର ନିର୍ବାଚନ ଲଢିବେ ଏବଂ ସେମାନେ ସରକାର ଗଠନ କରିବେ । ଆମ ଦଳର ପୋଷ୍ଟର ମାରୁଥିବା ସାଧାରଣ କାର୍ଯ୍ୟକର୍ତାଟି ନବୀନ ପଟ୍ଟନାୟକଙ୍କଠାରୁ ଭଲ ଶାସନ ଦେବାକୁ ସକ୍ଷମ ବୋଲି ଶ୍ରୀ ସାମଲ କହିଛନ୍ତି ।ରାଜ୍ୟରେ ରାଜନୈତିକ ସିଷ୍ଟମକୁ ବିଜେଡି ନଷ୍ଟ କରିଦେଇଛି । ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସଚିବଙ୍କ ଦେଖା ମିଳୁ ନାହିଁ । କୃଷି, ଶିଳ୍ପ, ପର୍ଯ୍ୟଟନ, ଜଳସେଚନ ଆଦି କ୍ଷେତ୍ରରେ ଓଡିଶା ଆଜି ବହୁ ପଛରେ ପଡିଯାଇଛି । ଦାଦନ, କଟନୀ-ଛଟନୀରେ ଶିକାର ଆଜି ରାଜ୍ୟବାସୀ । ବିରୋଧୀଙ୍କୁ ପୋଲିସ ପ୍ରଶାସନର ଅପବ୍ୟବହାର କରି ମିଛ କେସ୍ରେ ଜେଲରେ ଭର୍ତି କରାଯାଉଛି । ୨୩ ଜଣ ଯୁବ କାର୍ଯ୍ୟକର୍ତାଙ୍କୁ ମିଛ କେସରେ ଜେଲରେ ବର୍ତି କରିଦିଆଯାଇଛି । ଲଢେଇ ଆରମ୍ଭ ହୋଇସାରିଛି । ରାଜ୍ୟବାସୀ ବିକଳ୍ପ ସରକାର ଖୋଜୁଛନ୍ତି । ରାଜ୍ୟର ସାମୁହିକ ବିକାଶ ପାଇଁ ଆମ ପାଖରେ ସୁଦୃଢ ନକ୍ସା ପ୍ରସ୍ତୁତ ଅଛି । ଆମେ ଶୋଇବୁ ନାହିଁ କି ରାଜ୍ୟ ସରକାରଙ୍କୁ ଶୋଇବାକୁ ଦେବୁ ନାହିଁ ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନବନିଯୁକ୍ତ ରାଜ୍ୟ ସଭାପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଗତ ୨୦୨୦ ମସିହା ଜାନୁଆରୀ ୧୭ ତାରିଖ ଦିନ ଦାୟୀତ୍ୱ ଗ୍ରହଣ କରିବା ପରେ କାର୍ଯ୍ୟକର୍ତାଙ୍କ ସହଯୋଗରେ ଦଳର ସଂଗଠନକୁ ସଶକ୍ତ କରିବା ପାଇଁ କାର୍ଯ୍ୟ କରିଛନ୍ତି । ନମନିଯୁକ୍ତ ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଆମେ ସମସ୍ତେ ଏକାଠି ହୋଇ ବିଜେଡି ସରକାରକୁ ଓପାଡି ଫୋପାଡିବା ବୋଲି ଶ୍ରୀ ମହାନ୍ତି କହିଛନ୍ତି ।ରାଜ୍ୟବାସୀଙ୍କ ପାଖରେ କୈାଣସି ଉତର ରଖିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କର ଦକ୍ଷତା କି ସାହସ ନାହିଁ । ଯେତେ ଶୀଘ୍ର ବିଜେଡି ସରକାରର ପତନ ହେବ, ଓଡିଶାବାସୀଙ୍କ ମଙ୍ଗଳ ହେବ ବୋଲି ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର କହିଛନ୍ତି । ଏହି ଅବସରରେ ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସଂପାଦିକା ତଥା ଓଡିଶା ପ୍ରଭାରୀ ଡି.ପୁରନେ୍ଦଶ୍ୱରୀ, ରାଜ୍ୟ ସହ ପ୍ରଭାରୀ ବିଜୟପାଲ ସିଂ ତୋମାର,ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ, ବସନ୍ତ ପଣ୍ଡା, କେ.ଭି.ସିଂହଦେଓ, ସାଂସଦ ପ୍ରତାପ ଷଡଙ୍ଗୀ, ସଂଗୀତା ସିଂହଦେଓ, ଅପରାଜିତା ଷଡଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର ପ୍ରମୁଖ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଅପାରଗ ଓ ର୍ଭ୍ରଷ୍ଟାଚାରୀ ବିଜେଡି ସରକାର ବିରୁଦ୍ଧରେ ଲଢେଇକୁ ଶାଣିତ କରିବା ପାଇଁ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଥିଲେ । ଆଜି ରାଜ୍ୟ କାର୍ଯ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ରବି ନାଏକ, ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ସମସ୍ତ ସାଂସଦ, ବିଧାୟକ, ବରିଷ୍ଠ ନେତା ଓ କାର୍ଯ୍ୟକର୍ତା, ରାଜ୍ୟ ପଦାଧିକାରୀ, ସମସ୍ତ ୩୬ଟି ସାଂଗଠନିକ ଜିଲ୍ଲାର ସଭାପତି ଓ କାର୍ଯ୍ୟକର୍ତା ଏବଂ ବିଭିନ୍ନ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ରହ୍ମଗିରି ପଣସପଦା ଠାରୁ ୮୫ଟି ପାଣି ପାଉଚ ଭର୍ତ୍ତି ଥିବା ବ୍ଯାଗ ଜବତ

ବ୍ରହ୍ମଗିରି ପଣସପଦା ଠାରୁ ୮୫ଟି ପାଣି ପାଉଚ ଭର୍ତ୍ତି ଥିବା ବ୍ଯାଗ ଜବତ

May 15, 2026
କଟକ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସୌମ୍ୟଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି କଟକ ଡିଜିପି ଅଫିସ ଘେରାଉ

କଟକ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସୌମ୍ୟଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି କଟକ ଡିଜିପି ଅଫିସ ଘେରାଉ

May 15, 2026
କଟକ ଜିଲ୍ଲା ଅବକାରୀ ବିଭାଗର ପୁଣି ଏକ ସଫଳତା : ୩,୨୨୦ ଲିଟର ମଦ ଜବତ

କଟକ ଜିଲ୍ଲା ଅବକାରୀ ବିଭାଗର ପୁଣି ଏକ ସଫଳତା : ୩,୨୨୦ ଲିଟର ମଦ ଜବତ

May 15, 2026
ମାଟ୍ରିକ ଶ୍ରେଷ୍ଠ ବିଦ୍ୟାର୍ଥୀଙ୍କୁ ଆଦର୍ଶ ଶିଶୁ ନିକେତନ ପକ୍ଷରୁ ସମ୍ବର୍ଦ୍ଧନା

ମାଟ୍ରିକ ଶ୍ରେଷ୍ଠ ବିଦ୍ୟାର୍ଥୀଙ୍କୁ ଆଦର୍ଶ ଶିଶୁ ନିକେତନ ପକ୍ଷରୁ ସମ୍ବର୍ଦ୍ଧନା

May 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ରହ୍ମଗିରି ପଣସପଦା ଠାରୁ ୮୫ଟି ପାଣି ପାଉଚ ଭର୍ତ୍ତି ଥିବା ବ୍ଯାଗ ଜବତ

ବ୍ରହ୍ମଗିରି ପଣସପଦା ଠାରୁ ୮୫ଟି ପାଣି ପାଉଚ ଭର୍ତ୍ତି ଥିବା ବ୍ଯାଗ ଜବତ

May 15, 2026
କଟକ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସୌମ୍ୟଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି କଟକ ଡିଜିପି ଅଫିସ ଘେରାଉ

କଟକ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସୌମ୍ୟଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି କଟକ ଡିଜିପି ଅଫିସ ଘେରାଉ

May 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version