ଏହାକୁ ନେଇ ଆଉ ମଦି ସରକାର ଦେଶରେ ଆଇନ ଶୃଙ୍ଖଳା ଓ ଗଣତନ୍ତ୍ରକୁ ହତ୍ୟା କରି ଏକ ଛତ୍ର ବାଦ ଶାସନ ଚଳାଇ ଗତ କାଲି ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ କରିଥିବାରୁ ଏହାକୁ ବିରୋଧ କରି ଆଜି ଦିନ ୧୦.୩୦ ଘଣ୍ଟା ସମୟରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରୁ ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସଭାଯାତ୍ରା ରେ ବାହାରି କଲେଜ ଛକ ନିକଟରେ ପହଞ୍ଚିଲେ। ସେଠାରେ ବିଜେପି ସରକାର ବିରୁଦ୍ଧରେ ନାରା ବାଜି ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ, ମୋହନା ବ୍ଲକ ବାଳକୃଷ୍ଣ ମଲିକ, ରମେଶ ବିଶୋଇ,ନିର୍ମଳ ପାଲ,କକ୍ଷ୍ମଣ ବଳିଆର ସିଂହ, ନବୀନ ରଚିତ, ମଫେଲ ସ୍ୱଲସିଂ, ଲକ୍ଷ୍ମଣ ପାଇକ, ଲକ୍ଷ୍ମଣ ଦଳେଇ,ଲମ୍ବଧର ଦଣ୍ଡସେନା, ଶଗ୍ରାମ ସାହୁ, ସୂର୍ଯ୍ୟନାରାୟଣ ପାତ୍ର, ରାଜା ପାତ୍ର, କୁନା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ବଳିଷ୍ଠ କଂଗ୍ରେସ ନେତା ବସନ୍ତ କୁମାର ପଣ୍ଡା ଙ୍କ ଦ୍ଵାରା କାର୍ଯ୍ୟ ପରିଚାଳିତ ହୋଇଥିଲା।

© 2023 Odisha Taza News.