ଆଉ ବେଳେ ବେଳେ କ୍ଷୀର ପେକେଟ ରୁ ଦହି ବାହାରୁଛି, ଦହି ପେକେଟ ରୁ କ୍ଷୀର ବାହାରୁଛି l ସଜ ତାରିଖ ର ପନିର ଗୁଡିକ ମଧ୍ୟ ଆମ୍ବିଳା ବାସନା ସହ ଏକ ପ୍ରକାର ଦୁର୍ଗନ୍ଧ ବାହାରୁଥିବା ଅଭିଯୋଗ ହୋଇଛି l ଏ ନେଇ ଗ୍ରାହକ ଓ ଚା’ ଦୋକାନୀ କ୍ଷୀର ବିକ୍ରେତା ଙ୍କୁ ଅଭିଯୋଗ କଲେ କମ୍ପାନୀକୁ ଜଣାଇବି କହୁଛନ୍ତି l ବିକ୍ରେତା କମ୍ପାନୀ କୁ ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳି ପାରିନାହିଁ l ଏ ନେଇ ଟାଉନର ଶରତ ପୂଜାରୀ, ପୂର୍ଣ୍ଣ ଚନ୍ଦ୍ର ନାୟକ, ବିରଞ୍ଚି ବେହେରା ଓ ମେଡିକାଲର କିଛି କର୍ମଚାରୀ ମାନେ ଅଭିଯୋଗ କରିବା ସହ ଖାଉଟି ସୁରକ୍ଷା ବିଭାଗ ର ଆଶ୍ରୟ ନେବେ ବୋଲି ଜଣାଇଛନ୍ତି l
ଏ ସମ୍ପର୍କ ରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ରେ ଥିବା କମ୍ପାନୀ ର ମାର୍କେଟିଂ ଅଧିକାରୀ ବୈଦ୍ୟନାଥ ଗୌଡ଼ଙ୍କୁ ପଚାରିଲେ ସେ କମ୍ପାନୀକୁ ଜଣାଇଛୁ, ତଦନ୍ତ ପରେ ଜଣା ପଡିବ ବୋଲି ସଫେଇ ଦେଇଛନ୍ତି l ଯାହା ଫଳରେ ଗ୍ରାହକ ଓ ଚା’ ଦୋକାନୀ ନିଜର ଅସନ୍ତୋଷ ପ୍ରକାଶ କରି ମିଲ୍କ ମୁଁ କମ୍ପାନୀ ପ୍ରସ୍ତୁତ ଜିନିଷ ଠାରୁ ଧିରେ ଧିରେ ଦୂରେଇ ଅନ୍ୟ କ୍ଷୀର କମ୍ପାନୀ ଉପରେ ଭରସା କରିବାକୁ ଯାଉଥିବା ଦେଖିବାକୁ ମିଳୁଛି l ଏଥି ପ୍ରତି କମ୍ପାନୀ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରବଳ ଦାବୀ ହେଉଛି l

© 2023 Odisha Taza News.