ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସହଜ ଓ ସରଳ ଯାତାୟତ ପାଇଁ ରାଜ୍ୟ ସରକାରଙ୍କର ଏହା ଏକ ଯୁଗାନ୍ତକାରୀ ଉଦ୍ୟମ ଓ ରାଜ୍ୟରେ ଭିନ୍ନକ୍ଷମ ସଶକ୍ତିକରଣ କ୍ଷେତ୍ରରେ ଏପରି କାର୍ଯ୍ୟକ୍ରମ ଭିନ୍ନକ୍ଷମମାନଙ୍କ ମଧ୍ୟରେ ନୂତନ ଆଶା ସଞ୍ଚାର କରିଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ । ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଭିନ୍ନ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ ବିଭାଗକୁ ପ୍ରଶଂସା କରିଥିଲେ ।
ହିରୋ ମୋଟର୍ସର ଓଡ଼ିଶା ମୁଖ୍ୟ ଶ୍ରୀ ହର୍ଷବର୍ଦ୍ଧନ ସମାଜ କଲ୍ୟାଣ କ୍ଷେତ୍ରରେ କାର୍ଯ୍ୟ କରିବା ନିମନ୍ତେ ଉଦ୍ୟୋଗଗୁଡ଼ିକ ଆଗ୍ରହୀ ଅଛନ୍ତି ବୋଲି ପ୍ରକାଶ କରି ଭିନ୍ନକ୍ଷମମାନଙ୍କୁ ରାଜ୍ୟ ସରକାରଙ୍କ ମାଧ୍ୟମରେ ଏପରି ମୋଟର ଯାନ ବିତରଣ କରାଯାଉଥିବାରୁ ଖୁସି ବ୍ୟକ୍ତ କରିଥିଲେ । ବିଭାଗୀୟ ଶାସନ ସଚିବ ଶ୍ରୀ ଭାସ୍କର ଶର୍ମା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ମୋଟର ଯାନଗୁଡିକର ସଦୁପଯୋଗ କରିବା ପାଇଁ ପରାମର୍ଶ ଦେବା ସହିତ ଭିନ୍ନକ୍ଷମମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ବିଷୟରେ ବିଶଦ ଭାବେ ଅବଗତ କରାଇଥିଲେ । ବିଭାଗୀୟ ନିର୍ଦ୍ଦେଶିକା ଶ୍ରୀମତୀ ବ୍ରତତୀ ହରିଚନ୍ଦନ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

© 2023 Odisha Taza News.