No Result
View All Result
୨୦ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଭାନପୁର ଗାଁ ପଞ୍ଚାୟତ ଛକ ଠାରେ ଭାରତ ରତ୍ନ ଡ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ ହୋଇପାରିଛି । ଏହି ଅବସରରେ ଆୟୋଜିତ ଭବ୍ୟ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ପାଟଣାଗଡ ଉପ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ, ଭାନପୁର ସରପଞ୍ଚ ରୀନା ଜାଲ, ଉପଖଣ୍ଡ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜ ସଭାପତି ଦିଗିସନ ନନ୍ଦ, ସଂଯୋଜକ ଧନେଶ୍ଵର ନାଗ, ଭାନପୂର ପଞ୍ଚାୟତ ସ୍ତରୀୟ ସଭାପତି ବନୁ କୁମ୍ଭାର, ସମ୍ପାଦକ ଯୁବରାଜ ଦୀପ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋରଞ୍ଜନ ବାରିକ ପ୍ରମୁଖ ଯୋଗଦେଇ ଥିଲେ ।
ପ୍ରଥମେ ଏକ ଶୋଭାଯାତ୍ରା ରେ ଗାଁ ପରିକ୍ରମା କଲା ପରେ ଅତିଥି ମାନେ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଥିଲେ । ପରେ ଏକ ସଭା ଆୟୋଜିତ ହୋଇଥିଲା,ସଭାରେ ଆମ୍ବେଦକର ଜୀବନୀ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ଜଳଧର ତାଣ୍ଡି ପରିଚାଳନା କରିଥିବାବେଳେ ଆଇନଜୀବି ଭକ୍ତବନ୍ଧୁ ବାଗ, ଜୟନ୍ତ କୁମ୍ଭାର, ବ୍ଲକ୍ ସଭାପତି ଛିନୁ ଟାକ୍ରି, ମୋହନ ସୁନା, ଅମିତ ତାଣ୍ଡି, ମାଟିଆଭଟା ସରପଞ୍ଚ ସନ୍ତୋଷିନି ବରିହା, ଦମାଇପାଳି ସରପଞ୍ଚ ରିତାକାନ୍ତି ତାଣ୍ଡି , ଭାନପୁର୍ ସମିତାସଭ୍ୟା ଯଶୋ ବନ୍ତି ତାଣ୍ଡି, ସମେତ ଶତାଧିକ ଲକ୍ଷେ ଘର ଗଣ୍ଡା ସମାଜ ର ମହିଳା ପୁରୁଷ ଉପସ୍ଥିତ ଥିଲେ । ଶେଷରେ ଡିଲେଶ୍ୱର୍ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result