No Result
View All Result
୨୦ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ସ୍ଥାନୀୟ ନିୟନ୍ତ୍ରିତ ବଜାର ଖଲା ଠାରେ ଖପ୍ରାଖୋଲ ପ୍ରାଥମିକ କୃଷି ସମବାୟ ସମିତି ତରଫରୁ ସମବାୟ ରେ ବ୍ୟାଙ୍କ୍ ସେବା ଓ ଋଣ ପ୍ରଦାନ ସମ୍ପର୍କିତ ସଚେତନତା କର୍ମଶାଳା ସୋମବାର ଅନୁଷ୍ଠିତ ହୋଇଯାଇଛି। ପ୍ୟାକ୍ସ ନିର୍ଦ୍ଦେଶକ ମୋହନ ସୁନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ସରପଞ୍ଚ ବେଟିଖାଈ ସେନ୍ଦ୍ରୀଆ , ସମ୍ମାନିତ ଅତିଥି ରୂପେ ଘୁନୁସର୍ ସରପଞ୍ଚ ଅନୁଶୟା ସାହୁ, ବିଡିସିସି ବ୍ୟାଙ୍କ୍ ଲାଠୋର ଶାଖା ପରିଚାଳକ ରୋହନ ପାଣିଗ୍ରାହୀ, ସୂପରଭାଇଯର ଅନନ୍ତ ରଣା, ଶିକ୍ଷାବିତ୍ ରାଜାରାମ ବେହେରା, ଜେନାମଣି ସାହୁ,
ପ୍ୟାକ୍ସ୍ ସମ୍ପାଦକ ଶ୍ରୀପତି ଭୋଇ, ସାମାଜିକ କର୍ମୀ ଅଭୟ ତ୍ରିପାଠୀ ପ୍ରମୁଖ ଯୋଗଦେଇ ସମବାୟ ଆନ୍ଦୋଳନ ଓ ସମବାୟ ସମିତିର ମିଳୁଥିବା ବ୍ୟାଙ୍କ୍ ସେବା ଉପରେ ଆଲୋକପାତ କରିଥିଲେ। ସେହିପରି ବ୍ୟାଙ୍କ୍ ସେବା ସହ ସଞ୍ଚୟ, ଆର୍ଥିକ ପରିଚାଳନା, ଋଣ ଦେଣଲେନ ଉପରେ ଆଲୋଚନା ହୋଇଥିଲା। ଉପସ୍ଥିତ ଚାଷୀ ମାନେ ବ୍ୟାଙ୍କ୍ କର୍ମଚାରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ। ଶେଷରେ ପ୍ୟାକ୍ସ ସଭାପତି ଗୁଣ ମଣି ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
No Result
View All Result