No Result
View All Result
୨୦ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ହରିଶଙ୍କର ରାସ୍ତା ର ଉଭୟ ପାଶ୍ୱର୍ରେ ଦୀର୍ଘବର୍ଷ ରୁ ଗଢିଉଠିଥିବା ଦୋକାନ ବଜାର କୁ ହରିଶଙ୍କର ସୌନ୍ଦର୍ଯ୍ୟ କରଣ ପାଇଁ ଉଚ୍ଛେଦ କରିଯିବାକୁ ତହସିଲ ପ୍ରଶାସନ ତରଫରୁ ନୋଟିସ ଦିଆଯାଇଛି । ଉଚ୍ଛେଦ ପୂର୍ବରୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଥଇଥାନ ନ କଲେ ଆସନ୍ତା ୨୪ ରେ ଆତ୍ମହୁତି ଦେବେ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ହରିଶଙ୍କର ବଣିକ ସଂଘ ଓ ବିକାଶ ମଞ୍ଚ ତରଫରୁ ଚେତାବନୀ ଦିଆଯାଇଛି । ହରିଶଙ୍କର ବିକାଶ ମଞ୍ଚ ସଭାପତି ଡିଙ୍ଗର କୁମ୍ଭାର ଓ ହରିଶଙ୍କର ବଣିକ ସଂଘ ସଂପାଦକ ଜନ୍ମେଜୟ ସାହୁ ଙ୍କ ମିଳିତ ଆନୁକୁଲ୍ୟରେ ଆଜି ସନ୍ଧ୍ୟା ୬ ଟା ସମୟରେ ପାଟଣାଗଡ଼ ସ୍ଥିତ ଗୋକୁଳ ରେଷ୍ଟୁରାଣ୍ଟ ସଭାଗୃହ ରେ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା ।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ହରିଶଙ୍କର ରାସ୍ତା ର ଉଭୟ ପାଶ୍ୱର୍ରେ ଦୀର୍ଘବର୍ଷ ରୁ ଦୋକାନ ବଜାର କରି ନିଜର ପରିବାର ପ୍ରତିପୋଷଣ କରୁଥିବା ୮୦ ଜଣ ଦୋକାନୀ କୁ ହରିଶଙ୍କର ସୌନ୍ଦର୍ଯ୍ୟ କରଣ ପାଇଁ ସେମାନଙ୍କୁ ଉଚ୍ଛେଦ କରିବା ପାଇଁ ଖପ୍ରାଖୋଲ ତହସିଲ ପ୍ରଶାସନ ପକ୍ଷରୁ ମାର୍ଚ୍ଚ ୧ ରେ ନୋଟିସ କରାଯାଇଥିଲା । ଉଚ୍ଛେଦ ପୂର୍ବରୁ ସମସ୍ତ ଦୋକାନୀ ମାନଙ୍କୁ ଥଇଥାନ କରାଯିବା ପାଇଁ ଗତ ୨ ତାରିଖ ଦିନ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବାର ଥିଲା। କୌଣସି କାର୍ଯ୍ୟତଃ ଉପଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଉଭୟ ମଞ୍ଚ ର କର୍ମକର୍ତ୍ତା ଓ ବ୍ୟବସାୟୀ ମାନେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଙ୍କ ବାସଭବନ ଯାଇ ତାଙ୍କ ସହ ଆଲୋଚନା କରିଥିଲେ ।
ଦୋକାନୀ ପରିବାର ଙ୍କ ଅନୁରୋଧ କ୍ରମେ ଶ୍ରୀ ବିଶି ପାଟଣାଗଡ଼ ଉପଜିଲ୍ଲାପାଳ ଓ ବଲାଙ୍ଗୀର ଜିଲ୍ଲାପାଳ ଙ୍କୁ ଫୋନ୍ ଯୋଗେ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଉପଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠି ଏଉପରେ ଆଲୋଚନା କରିବେ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଗତ ୧୮ ତାରିଖ ଦିନ ହରିଶଙ୍କର ଗସ୍ତରେ ଆସିଥିବା ଆର୍ ଡି ସି ସୁରେଶ ଚନ୍ଦ୍ର ଦଳେଇ ଙ୍କ ପରିଦର୍ଶନ ପରେ ଉପଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ତହସିଲ ପ୍ରଶାସନ ସେମାନଙ୍କୁ ବିନା ଥଇଥାନ କରି ଦୋକାନ ଘର ସହିତ ବାସଗୃହ କୁ ଆସନ୍ତା ୩୦ ରେ ଭାଙ୍ଗିବାକୁ ପୁଣିଥରେ ତାଗିତ କରିଥିଲେ ।
ଏହାକୁ ବିରୋଧ କରି ଉଭୟ ମଞ୍ଚ ର କର୍ମକର୍ତ୍ତା ଓ ଦୋକାନୀ ମାନେ ଉଚ୍ଛେଦ କରିବା ପୂର୍ବରୁ ଥଇଥାନ କରାନଗଲେ । ଦୋକାନୀ ଙ୍କ ସପରିବାର ଆସନ୍ତା ୨୪ ରେ ହରିଶଙ୍କର ଠାରେ ଆତ୍ମହୁତି ଦେବାକୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି । ଗନ୍ଧମାର୍ଦ୍ଦନ ସୁରକ୍ଷା ପରିଷଦ ସଭାପତି ଟିକେନ୍ଦ୍ର ଜାଲ ଙ୍କ ସମେତ କୃଷ୍ଣ ଛତ୍ରିଆ , ରବିନ୍ଦ୍ର ମେହେର, ନାନ୍ଦୁପଲା ନାଏବ ସରପଞ୍ଚ ଲକ୍ଷ୍ମଣ ମେହେର ପ୍ରମୁଖ ଙ୍କ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ ।

No Result
View All Result