୨୦ମାର୍ଚ୍ଚ, ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ ପକ୍ଷରୁ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସରକାରୀ ବାସଭବନକୁ ଘେରାଉ କରାଯାଇଥିଲା । ପ୍ରାୟ ୧ଘଂଟା ଧରି ସୁଶାନ୍ତ ସିଂଙ୍କ ଘର ସାମନାରେ ଛାତ୍ର କଂଗ୍ରେସ ଆନ୍ଦୋଳନ ଜାରି ରଖିଥିଲା । ପୋଲିସ ସହ ଧସ୍ତାଧ୍ୱସ୍ତି ହେବା ସହ ମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼ କରାଯାଇଥିଲା । ଏହାପରେ ଛାତ୍ର କଂଗ୍ରେସର କର୍ମକର୍ତାମାନେ ୟାସିର ନୱାଜଙ୍କ ନେତୃତ୍ୱରେ ସିଧାସଳଖ ଅପର ପିଏମଜି ନିକଟକୁ ଆସି ବିଧାନସଭା ଘେରାଉ କରିଥିଲେ । ବାରିକେଟ ଭାଙ୍ଗି ଛାତ୍ର କଂଗ୍ରେସ କର୍ମକର୍ତାମାନେ ବିଧାନସଭା ଆଡ଼କୁ ଅଗ୍ରସର ହେଉଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଥିଲା ।
ଛାତ୍ର କଂଗ୍ରେସ ଦାବି କରୁଛି ଏହି ହତ୍ୟା ଘଟଣାର ତଦନ୍ତରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରକୁ ଅଣାଯାଉ । ତାଙ୍କର ଏବଂ ତାଙ୍କର ଚାରିପାଖରେ କାମ କରୁଥିବା ଲୋକଙ୍କର ମୋବାଇଲ ଫୋନର କଥୋପକଥନ ଓ ବିଭିନ୍ନ କାର୍ଯ୍ୟକ୍ରମକୁ ତଦନ୍ତ କରାଯାଉ । ଅସଲ ମାଷ୍ଟରମାଇଁଣ୍ଡକୁ ଲୁଚେଇ ଦେଇ ଗୋପାଳ ଦାସକୁ ହତ୍ୟାକାରୀ କହିବା ଦୁଃଖଦାୟକ । ଗୋପାଳ ଦାସ ଏ ହତ୍ୟାର ଏକ ମାଧ୍ୟମ । ମାତ୍ର ଷଡ଼ଯନ୍ତ୍ରକାରୀ ହେଉଛନ୍ତି ସୁଶାନ୍ତ ସିଂ । ଏ ରାଜ୍ୟରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କର ଦିନଦ୍ୱିପ୍ରହରେ ପୋଲିସ ଦ୍ୱାରା ହତ୍ୟା ହେବା ଘଟଣା ସ।।ରା ଦେଶକୁ ଆଶ୍ଚର୍ଯ୍ୟାନ୍ୱିତ କରୁଛି । ଏହା ଏକ ଯୋଜନାବଧ ହତ୍ୟା । ଏ ହତ୍ୟାର ପ୍ରକୃତ ତଦନ୍ତ କରିବାର ସରକାରଙ୍କର ଆନ୍ତିରିକତା ନାହିଁ ।
ଯଦି ସୁଶାନ୍ତ ସିଂକୁ ତଦନ୍ତ ପରିଷରଭୁକ୍ତକୁ ଅଣାନଯାଏ ଛାତ୍ର କଂଗ୍ରେସ ଏହି ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ଶ୍ରୀ ନୱାଜ କହିଛନ୍ତି । ଆଜିର କାର୍ଯ୍ୟକ୍ରମରେ ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ରଞ୍ଜିତ ପାତ୍ର, ନିହାର ରଞ୍ଜନ ବେହେରା, ନଳିନୀକାନ୍ତ ନାୟକ, ମହମ୍ମଦ ଗୁଲଫାମ, ରଣଜିତ ସେନାପତି, ସାଗର ପଟ୍ଟନାୟକ, ସୌରଭ ପଟ୍ଟନାୟକ, ମୁନୁ ପରିଡ଼ା, ବିଶ୍ୱଭୂଷଣ ମହାପାତ୍ର, ସୁରଜ ରାଉତ, ବିଭୁତିଭୂଷଣ ମହାପାତ୍ର, ଉଦ୍ଦିତ ପ୍ରଧାନ, ମହମ୍ମଦ ସମିଉଲ, ରିୟାଜୁଲ ଇସଲାମ, ଆର୍ଯ୍ୟାନ ସାସମଲ, ରାମେଶ୍ୱର ଶତପଥି, ସମିର ରାଉତ, ମୁନା ପରିଡ଼ା, କୁନାଲ ସିଂ, ମହମ୍ମଦ ମୁଫି, ଆଶୀର୍ବାଦ ବେହେରା, ଅଭିଶେକ ପାତ୍ର, ସାହାରୁଖ ଖାନ ପ୍ରମୁଖ ବହୁ ଛାତ୍ର କଂଗ୍ରେସ କର୍ମକର୍ତା ଅଂଶଗ୍ରହଣ କରିଥିଲେ ।

© 2023 Odisha Taza News.