୧୮ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପଶ୍ଚିମ ଓଡ଼ିଶା ର ପ୍ରମୁଖ ପର୍ଯ୍ୟାଟନ ସ୍ଥଳୀ ହରିଶଙ୍କର ର ସୌନ୍ଦର୍ଯ୍ୟ କରଣ କାମ ଚାଳୁଅଛି । ଚାଳୁଥିବା କାମ କୁ ତଦାରଖ କରିବା ପାଇଁ ଶନିବାର ଦିନ ସମ୍ବଲପୁର ଆର ଡି ସି ସୁରେଶ ଚନ୍ଦ୍ର ଦଲାଇ ଗସ୍ତରେ ଆସିଥିଲେ ।
ଗସ୍ତ ସମୟରେ ପାଟଣାଗଡ ଉପଜିଲ୍ଲପାଳ ବିଜୟାନନ୍ଦ ସେଠି , ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତ , ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର , ପି ଡବ୍ଲୁ ଡି ଏ ଏ ଇ ଅର୍ଜୁନ ବେହେରା , ଜେ ଇ ବେଦ ବ୍ୟାସ ଭୋଇ ଉପସ୍ଥିତଥିଲେ ।
ଏବେ ହରିଶଙ୍କର ର ସୌନ୍ଦର୍ଯ୍ୟ କରଣ କାମ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୫ କୋଟି ଟଙ୍କାର କାମ ଚାଲୁଅଛି । ଚାଲିଥିବା ସୌନ୍ଦର୍ଯ୍ୟ କରଣ କାମ ମାନ ଆର୍ ଡି ସି ବୁଲିଦେଖିବା ସହ କିପରି ଭାବରେ କାମ ହେଉଛି ତାହାର ତଦାରଖ କରିଥିଲେ । ହରିଶଙ୍କର ରେ କଣ କଣ ସୌନ୍ଦର୍ଯ୍ୟ କରଣ କାମ ହେବ ତାହା ମ୍ୟାପ ମାଧ୍ୟମରେ ଦେଖିବା ସହ ପଚାରି ବୁଝିଥିଲେ ।
ଏହାପରେ ଚାଲି ଥିବା କାମ ତ୍ଵରାନିତ କରିବାକୁ ବିଭାଗୀୟ ଅଧିକାରୀ ଙ୍କୁ କହିଥିଲେ ।ଆସନ୍ତା ତିନି ମାସ ମଧ୍ୟରେ କାମ ଶେଷ କରାଯିବାର ସୂଚନ ମିଳିଛି । ଏହାସହ ମିଶନ ଶକ୍ତି ସ୍ୱୟଂ ସହାୟକ ଦଳ ତରଫରୁ ଚାଲିଥିବା କାଫେ କୁ ବୁଲିଦେଖି ସଦସ୍ୟା ମାନଙ୍କୁ ପ୍ରଶଂସା କରିଥିଲେ ।
ଗସ୍ତ ସମୟରେ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ, ମନ୍ଦିର ମ୍ୟାନେଜର ଗୁପ୍ତେଶ୍ୱର କୁଆଁର ଓ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଞ୍ଜିବ କୁମାର ମହାନ୍ତି ଙ୍କ ସମେତ ଅନ୍ୟ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ ।

© 2023 Odisha Taza News.