No Result
View All Result
୧୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ ବ୍ଲକ :- ଲକ୍ଷ୍ମୀପ୍ରସାଦ ପଞ୍ଚାୟତସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ଠାରେ ସାମାଜିକ ସଂଗଠନ “କ୍ୟାପ” ସହଯୋଗରେ ଏକ ମାସିକ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି । ଯକ୍ଷ୍ମା ରୋଗର ଅନ୍ତ କିପରି ନିଶ୍ଚିନ୍ତଭାବେ ହୋଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଡ଼ଟସ୍ ପଦ୍ଧତି ଦ୍ଵାରା ଯକ୍ଷ୍ମା ରୋଗ ସମ୍ପୂର୍ଣ ଆରୋଗ୍ୟ ସାଧ୍ୟ ବୋଲି କ୍ୟାପ ଅନୁଷ୍ଠାନର ପ୍ରତିନିଧି ଶ୍ରୀ ଟୁନା ମହାରଣା ମତପ୍ରକାଶ କରିଥିଲେ । ପ୍ରାଥମିକ ଭାବେ ଯକ୍ଷ୍ମା ରୋଗ ଫୁସଫୁସରୁ ଆରମ୍ଭ ହୋଇ ଅନ୍ୟ ଅଙ୍ଗକୁ ପ୍ରଭାବିତ କରିଥାଏ । ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣା ପରୀକ୍ଷା, ଚିକିତ୍ସାର ବ୍ୟବସ୍ଥା ରହିଛି ।
ତତ ସହିତ ଯକ୍ଷ୍ମା ରୋଗୀର ପୃଷ୍ଟିକର ଖାଦ୍ୟ ପାଇଁ ପ୍ରତି ମାସରେ ପାଞ୍ଚ ଶହ ଟଙ୍କା ବ୍ୟାଙ୍କ ଖାତା ମାଧ୍ୟମ ରେ ପ୍ରଦାନ ପାଇଁ ବ୍ୟବସ୍ଥା ରହିଛି । ତେଣୁ ଏହି ରୋଗକୁ ଭୟ ନ କରି ପୀଡ଼ିତଙ୍କ ସଂସ୍ପର୍ଶରେ ଆସିଥିବା ପରିବାର ସଦସ୍ୟ ଓ ସଂସ୍ପର୍ଶରେ ଆସିଥିବା ପଡୋଶୀ ମାନଙ୍କର ଯକ୍ଷ୍ମା ପ୍ରତିରୋଧ ଚିକିତ୍ସା କରାଇବାକୁ ପଡିଥାଏ । ଏଥିପାଇଁ ଜନ ସାଧାରଣ ସମ୍ପୂର୍ଣ ସହଯୋଗ କରିବାକୁ ନିବେଦନ କରାଯାଇଥିଲା । ଜିଲ୍ଲା ଯକ୍ଷ୍ମା ନିୟନ୍ତ୍ରଣ କାର୍ଯକ୍ରମର ବିଭାଗରେ କାର୍ଯକରୁଥିବା କର୍ମଚାରୀ ଦିଲୀପ ପ୍ରଧାନ ଓ ଦୀପକ ଦଳବେହେରା ସମ୍ନାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ ଇପ୍ସିତା ସାହୁ ଓ ସ୍ୱାସ୍ଥ୍ୟକର୍ମୀ ସ୍ଵର୍ଣଲତା ଜେନା ଯୋଗଦେଇ ଥିଲେ ।
No Result
View All Result