No Result
View All Result
୧୪ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ତଥା ରାଷ୍ଟ୍ରୀୟ ନବବର୍ଷ ଉପଲକ୍ଷେ ଆସନ୍ତା ଏପ୍ରିଲ ୧ରେ ଗଜପତି ଜିଲ୍ଲା ସମ୍ମିଳନୀ ମୋହନାଠାରେ ମହାଆଡମ୍ବର ସହିତ ପାଳନ କରିବା ପାଇଁ ସଂଘ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି। ଏହି ଉପଲକ୍ଷେ ଗଜପତି ଜିଲ୍ଲା ସହ ସଂଘ ଚାଳକ ରାଧାକୃଷ୍ଣ ଜାନି , ଜିଲ୍ଲା କାର୍ଯ୍ୟବାହ ଅମୂଲ୍ୟ କୁମାର ପାତ୍ର, ସହ କାର୍ଯ୍ୟବାହ ପ୍ରଶାନ୍ତ କୁମାର ସୁବୁଦ୍ଧି, ଜିଲ୍ଲା ପ୍ରଚାର ବାହକ ଗୌରୀ ଶଙ୍କର ଘଡାଇ ପ୍ରମୁଖଙ୍କ ଉପସ୍ଥିତିରେ ଶିଶୁ ମନ୍ଦିର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ନବବର୍ଷ ଉପଲକ୍ଷେ ସଂଘ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଯାଇଛି।
୧ହଜାର ସ୍ୱୟଂସେବକ ପୂର୍ଣ୍ଣ ଗଣ ବେଶରେ ଘୋଷବାଦ୍ୟ ସହିତ ପଥ ସଞ୍ଚଳନ୍ ଏବଂ ନିୟୂଦ୍ଧ ପ୍ରଦର୍ଶନ କରିବେ, ସାଧୁସନ୍ଥମାନଙ୍କ ଦ୍ୱାରା ରାଷ୍ଟ୍ରିୟ ଓ ସାଂସ୍କୃତିକ ସୁରକ୍ଷା ପାଇଁ ଏକ ସଦଭାବନା ବୈଠକ ଅନୁଷ୍ଠିତ , ଜାତିମୁଖିଆ, ଗାଁ ମୁଖିଆ ମାନଙ୍କଦ୍ୱାରା ଏକ ସଚେତନ ସଭାର ଆୟୋଜନ, ମହିଳାମାନଙ୍କ ଦ୍ୱାରା ନାରୀ ସଚେତନ ଓ ସଂସ୍କାର ବୈଠକ, ସମସ୍ତ ଜାତି ଓ ଜନଜାତି ମାନଙ୍କ ଦ୍ଵାରା ପାରମ୍ପରିକ ବାଦ୍ୟ ସହ ନଗର ପରିକ୍ରମା , ଜନସମାଗମକୁ ଦୃଷ୍ଟିରେ ରଖି ସୁବ୍ୟବସ୍ଥା। ଏହି କାର୍ଯ୍ୟକ୍ରମରେ ସମସ୍ତ ପ୍ରାନ୍ତୀୟ ଅଧିକାରୀ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ସୂଚନା ଦେଇଛନ୍ତି। କେନ୍ଦ୍ରିୟ ଦିଲ୍ଲୀର ସହ ସରକାର୍ଯ୍ୟ ବାହ ରାମଦତ୍ତ ଚ଼କ୍ରଧର ଜୀ ଉପସ୍ଥିତ ରହି ସମସ୍ତ କର୍ମକର୍ତ୍ତାଙ୍କୁ ମାର୍ଗଦର୍ଶନ କରିବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

No Result
View All Result