ଏଥିରେ ନହୁ ସମ୍ପର୍କୀୟ ସାନଙ୍କୁ ସାଥିରେ ନେଇ ଯିବା ସମୟରେ ପର୍ତ୍ତମାହା ପଞ୍ଚାୟତ କଟାବାଡି ଗ୍ରାମ ନିକଟ ଏକ ଜଙ୍ଗଲରେ ସମ୍ପର୍କୀୟ ପୁତୁରା ସାନ ହଠାତ ଏକ ଧାରୁଆ ଅସ୍ତ୍ରରେ ପଛପଟୁ ବେକକୁ ଆକ୍ରମଣ କରି ଗୋଟିଏ ବ୍ରିଜ ତଳକୁ ଠେଲି ଦେବା ସହ ବ୍ରିଜ ତଳେ ମଧ୍ୟ ମରଣାନ୍ତକ ଆକ୍ରମଣ କରୁଥିଲେ । ଏହି ସମୟରେ ଜଙ୍ଗଲରେ କାମ କରୁଥୁବା ଲୋକ ଆସି ନହୁଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ ।
ପୋଲିସ ପହଞ୍ଚି ନହୁଙ୍କୁ ପ୍ରଥମେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟନ୍ଦ୍ରେରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠାଇଥିବା ଜଣାପଡ଼ିଛି। ସେହିପରି ଅଭିଯୁକ୍ତ ସାନଙ୍କୁ ସ୍ଥାନୀୟ ଲୋକ କାବୁ କରି ପୋଲିସ ଜିମା ଦେଇଥିଲେ । ସମ୍ପର୍କୀୟ ସାନ କାହିଁକି ଏଭଳି ଆକ୍ରମଣ କରିଛନ୍ତି ସେ ସମ୍ପର୍କରେ କାରଣ ଅସ୍ପଷ୍ଟ ଥିବା ବେଳେ ଏହା ପୁର୍ବ ଶତ୍ରୁତା ରହିଥାଇପାରେ ବୋଲି ପୋଲିସ ସନ୍ଦେହ କରିଛି । ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଥାନା ପକ୍ଷରୁ କୁହାଯାଇଛି ।
© 2023 Odisha Taza News.