• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନୂଆଗଡ ବ୍ଲକଅନ୍ତର୍ଗତଆଦିବାସୀଅଧ୍ୟୁଷିତ ଅଞ୍ଚଳରେ ଥିବା ବି.ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ରୋଗି ହନ୍ତସନ୍ତ

Proprietor Abhimanyu Maharana by Proprietor Abhimanyu Maharana
March 10, 2023
in ଓଡ଼ିଶା, ଗଜପତି, ହୋମ୍
0
ନୂଆଗଡ ବ୍ଲକଅନ୍ତର୍ଗତଆଦିବାସୀଅଧ୍ୟୁଷିତ ଅଞ୍ଚଳରେ ଥିବା ବି.ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ରୋଗି ହନ୍ତସନ୍ତ
Share on FacebookShare on TwitterWhatsapp

୦୯ ମାର୍ଚ୍ଚ ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ରୋଗି ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି ସୂଚନା ମୁତାବକ ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟି ଗଜପତି ଜିଲ୍ଲାର ଦୁର୍ଗମ ତଥା ଆଦିବାସୀ ଅଧ୍ୟୁଷିତ ନୂଆଗଡ଼ ବ୍ଲକର ଜନସାଧରଣଙ୍କ ସାହା ଭରଷା ବଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଟେ । ନୂଆଗଡ଼ ଗ୍ରାମ ବ୍ଲକର ସଦର ମହକୁମା ହୋଇଥିଲେ ହେଁ ଏଠାରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ ନ କରାଯାଇ ଉଭୟ ରୋଗୀ ଓ ସ୍ୱାସ୍ଥ୍ୟ କେନ୍ଦ୍ରରର କର୍ମଚାରୀଙ୍କ ଗମନାଗମନ ସୁବିଧା ଲାଗି ଖଜୁରୀପଦା ଠାରେ ସ୍ଥାପନ କରାଯାଇଛି। ଖଜୁରୀପଦା ଗ୍ରାମ ବ୍ଲକର ମୁଖ୍ୟ ଛକ ଏବଂ ଜାତୀୟ ରାଜପଥ ୩୨୬-ଏ ଅନ୍ତର୍ଗତରେ ରହିଛି । ଉଭୟଙ୍କ ସୁବିଧା ନିମନ୍ତେ ଖଜୁରୀପଦା ଠାରେ ରହିଥିଲେ ମଧ୍ୟ କର୍ମଚାରୀମାନଙ୍କ ମନମୁଖୀ କାରବାର ଯୋଗୁଁ ରୋଗୀ ହନ୍ତସନ୍ତ ହେବାସହ ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଟି ସଦା ସର୍ବଦା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।

ଏହି ସ୍ବାସ୍ଥ୍ୟ କେନ୍ଦ୍ରକୁ ଡାକ୍ତରଙ୍କ ସମେତ ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ଠିକ ସମୟରେ ଆସୁନଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉ ଥିବା ଅଭିଯୋଗ ହେଉଛି। ୨୪ଘଣ୍ଟା ମଧ୍ୟରେ ସକାଳ ୮ଘଣ୍ଟା ଠାରୁ ୨ଘଣ୍ଟା, ଅପରାହ୍ନ ୨ଘଣ୍ଟା ଠାରୁ ରାତ୍ର ୧୦ଘଣ୍ଟା ଏବଂ ରାତ୍ର ୧୦ଘଣ୍ଟା ଠାରୁ ସକାଳ ୮ଘଣ୍ଟା ସମୟ ପର୍ଯ୍ୟନ୍ତ ୩ଟି ସିଫ୍ଟରେ ରୁଟିନ ଅନୁଯାୟୀ ଡାକ୍ତର ଓ କର୍ମଚାରୀ ଆସିବା କଥା ନେଇ ସୂଚନା ଫଳକରେ ଲେଖା ଯାଉଛି । ହେଲେ ଏଠାରେ ସୂଚନା ଫଳକରେ ନାମ ଏବଂ ସମୟ ଲେଖା ଥିଲେ ମଧ୍ୟ କିଏ କେତେବେଳେ ଆସୁଛି ତାର କୌଣସି ନିର୍ଦ୍ଧିଷ୍ଟ ରହୁନାହିଁ । ପୂର୍ବ ଦିନର ଡାକ୍ତର ଏବଂ ଷ୍ଟାଫମାନଙ୍କ ନାମ ସକାଳ ପ୍ରାୟ ସାଢେ଼ ୯ ଘଣ୍ଟା ସମୟ ପର୍ଯ୍ୟନ୍ତ ସୂଚନା ଫଳକରେ ରହୁଛି।ସକାଳ ୮ଘଣ୍ଟା ସମୟରୁ ଷ୍ଟାଫ ଅଦଳ ବଦଳ ସମୟ ଥିଲେ ମଧ୍ୟ ସାଢେ଼ ୯ ଘଣ୍ଟା ସମୟ ପର୍ଯ୍ୟନ୍ତ ଆଟେଣ୍ଡେଣ୍ଟ ଏବଂ ସିକ୍ୟୁରିଟଗାର୍ଡ କୁ ଛାଡ଼ିଦେଲେ ଡାକ୍ତର ଏବଂ କର୍ମଚାରୀଙ୍କ ଦେଖାମିଳୁନି।

ଡାକ୍ତର ସମେତ ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ସଠିକ ସମୟରେ ଆସୁନଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। କେବେ କେବେ ପୂର୍ବ ଦିନର ସୂଚନା ଫଳକ ଦେଖି ଏ ସମ୍ପର୍କରେ ପଚାରିଲେ ଆଟେଣ୍ଡେଣ୍ଟ ଜଣକ ଷ୍ଟାଫ ସୂଚନା ଫଳକରେ ନାମଗୁଡିକୁ ବଦଳାଇ ଥାଏ। ଫାର୍ମାସିଷ୍ଟ ଜଣକ ନିରାମୟ ଔଷଧ ବିତରଣ କେନ୍ଦ୍ରରେ ଦୈନିକ ଉପସ୍ଥିତ ରହିବା କଥା କିନ୍ତୁ ଠିକ ସମୟରେ ଫାର୍ମାସିଷ୍ଟ ଙ୍କ ଅନୁପସ୍ଥିତ ଯୋଗୁ ଆଟେଣ୍ଡେଣ୍ଟ ଔଷଧ ବିତରଣ କରୁଥିବା ଦେଖିବାକୁ ମିଳୁଛି। ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଉପରେ ନୂଆଗଡ ବ୍ଲକର ୧୯ ଟି ପଞ୍ଚାୟତର ୫୦ହଜାର ରୁ ଉର୍ଦ୍ଧ ଜନସାଧାରଣ ନିର୍ଭର କରନ୍ତି। ଦୈନନ୍ଦିନ ଏଠାରେ କାର୍ଯ୍ୟରତ ଡାକ୍ତରଙ୍କ ଠାରୁ ଆରମ୍ଭ କରି ଫାର୍ମାସିଷ୍ଟ, ସ୍ୱାସ୍ଥ୍ୟ କର୍ମଚାରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ରୁଟିନ ଅନୁଯାୟୀ ସଠିକ ସମୟରେ ଉପସ୍ଥିତ ରହୁନ ଥିବାରୁ ।

ପ୍ରାୟ ୧୫କିମି ଦୂରରେ ଥିବା ଆର୍‌.ଉଦୟଗିରି ବ୍ଲକ ସଦର ଠାରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ୪୫କିମି ଦୂରତାରେଥିବା ଜିଲ୍ଲା ସଦର ମହକୁମା ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି ।ଯହାକି ସମୟ ଅପଚୟ ସହ ଅଯଥା ଖର୍ଚ୍ଚ ସାଙ୍ଗକୁ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁମୁଖରେ ପଡୁଥିବାର ବହୁ ନଜିର ରହିଛି । ଏପରି ଦୂରାବସ୍ଥା ଯୋଗୁଁ ଏଠାରେ ରହୁଥିବା ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀମାନେ ଡାକ୍ତର ଓ କର୍ମଚାରୀଙ୍କୁ ଖୋଜୁଥିବା ବେଳେ ଏମାନେ ବିଳମ୍ବରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ନେଇ ରୋଗୀ ଏବଂ ସଂପର୍କୀୟ ମାନେ ଅଭିଯୋଗ କରିଆସୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥବାରୁ ଏ ଅଞ୍ଚଳରେଦିନକୁ ଦିନ ଜନଅସନ୍ତୋଷ ବୃଦ୍ଧି ପାଇବା ରେ ଲାଗିଛି। ସୂଚନା ଅନୁଯାୟୀ ଏଠାରେ ୧୨ ଜଣ ସ୍ଥାୟୀ ନିଯୁକ୍ତି ଡାକ୍ତର ରହିବା କଥା କିନ୍ତୁ ଏଠାରେ ୬ଜଣ କଟ୍ରାକଚୁଆଲ ଡାକ୍ତର ଅଛନ୍ତି।

ଏଠାରେ ଗାଇନିକ, ମେଡ଼ିସିନ, ପେଡିଆଟିକ, ସର୍ଜରୀ, କିମ୍ବା ଡେଣ୍ଟାଲ ଡାକ୍ତର ଗୋଟିଏ ମଧ୍ୟ ନାହାନ୍ତି। କାମଚଳା ନିମନ୍ତେ କେବଳ ଅଛନ୍ତି ଠିକା ଡାକ୍ତର। ଫାର୍ମାସିଷ୍ଟ ଏକ ଜଣ, ଷ୍ଟାଫ ନର୍ସ ୨ଜଣ ଅଛନ୍ତି। ବିଭିନ୍ନ ସମୟରେ ଏହିଭଳି ଅଭିଯୋଗ କରିଥିଲେ ମଧ୍ୟ ସ୍ବାସ୍ଥ୍ୟ କର୍ମଚାରୀ ମାନେ ମନମୁଖୀ କାର୍ଯ୍ୟ କରୁଥିବା ବିଭିନ୍ନ ମହଲରେ ଘୋର ନିନ୍ଦା କରୁଥିବା ଜଣା ପଡ଼ିଛି । ଅନ୍ୟପକ୍ଷରେ ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଶେଷ କରି ଗ୍ରାମାଞ୍ଚଳରେ ରହିଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି । ଏହାସହ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ବିଭିନ୍ନ ନିୟମାବଳୀ ପ୍ରଣୟନ କରିଛନ୍ତି । ହେଲେ ରାଜ୍ୟ ସରକାରଙ୍କ ଏଭଳି ମହତ୍ୱ ଉଦ୍ଦେଶ୍ୟକୁ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀ ଏବଂ ଡାକ୍ତରଙ୍କ ଖାମଖିଆଲି ନିତୀ ଯୋଗୁଁ ସଫଳ ରୂପାୟନ ହୋଇପାରୁ ନଥିବାର ବିଭିନ୍ନ ମହଲରେ ଆଲୋଚନା ହେଉଛି । ଏବିଷୟରେ ଖଜୁରୀପଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଦାଇତ୍ପରେ ଥିବା ଆର୍.ଉଦୟଗିରି ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରିଣୀ ନିବେଦିତା ପଣ୍ଡା ଏଭଳି ଲୋକଙ୍କ ସ୍ୱାସ୍ଥ୍ୟ ସେବାରେ ବ୍ୟାଘାତ ସୃଷ୍ଟି ନ ହବ ଚେଷ୍ଟା କରିବୁ କହିଛନ୍ତି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା

ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା

October 14, 2026
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି

October 14, 2026
ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ

ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ

October 14, 2026
ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ

ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ

October 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା

ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା

October 14, 2026
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି

October 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version