କୋଟଗଡ଼ ଥାନା, ବେଲଘର ଥାନା, ଦାରିଙ୍ଗବାଡ଼ି ଥାନା, ବ୍ରାହ୍ମଣୀଗାଁ ଥାନା, ରାଇକିଆ ସେଣ୍ଟ କ୍ୟାଥେରିନ ବାଳିକା ଉଚ୍ଚ ବିଦ୍ୟାଳୟ, ଘୁ.ଉଦୟଗିରି ହବାକ୍ ହାଇସ୍କୁଲ, ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟ, ଚକାପାଦ ଥାନା, ସାରଙ୍ଗଡ଼ ହାଇସ୍କୁଲରେ ନୋଡ଼ାଲ ସେଣ୍ଟର କରାଯାଇଥିବା ବେଳେ ସେଥିମଧ୍ୟରୁ ୯ଟି ନୋଡାଲ କେନ୍ଦ୍ର ବିଭିନ୍ନ ହାଇସ୍କୁଲରେ କରାଯାଇଥିବାବେଳେ ଆଉ ୭ଟି କେନ୍ଦ୍ର ବିଭିନ୍ନ ଥାନାରେ କରାଯାଇଛି। ବିଶେଷକରି ମାଓ ଉପଦ୍ରୁତ ଇଲାକାରେ ନୋଡାଲ ସେଣ୍ଟରଗୁଡ଼ିକ ଥାନା ପରିସରରେ କରାଯାଇଛି।
ସେହିଭଳି ମଧ୍ୟମା ପରୀକ୍ଷା ନିମନ୍ତେ ୩ଟି ପରୀକ୍ଷା କେନ୍ଦ୍ର ଏବଂ ୩ଟି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି। ଆସନ୍ତା ୧୦ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଛି। ପ୍ରତିଦିନ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ପରୀକ୍ଷା ହେବ। ୧୦ ତାରିଖ ଦିନ ପ୍ରଥମ ଭାଷା (ଓଡ଼ିଆ/ବଙ୍ଗଳା/ହିନ୍ଦୀ/ଉର୍ଦ୍ଦୁ/ତେଲୁଗୁ) ପରୀକ୍ଷା ଥିଲାବେଳେ ୧୩ ତାରିଖରେ ଦ୍ବିତୀୟ ଭାଷା (ଇଂରାଜି/ହିନ୍ଦୀ), ୧୪ ତାରିଖରେ ତୃତୀୟ ଭାଷା (ସଂସ୍କୃତ/ହିନ୍ଦୀ), ୧୬ ତାରିଖରେ ବିଜ୍ଞାନ, ୧୭ ତାରିଖରେ ଟିଏଲ୍ଭି ପ୍ରାକ୍ଟିକାଲ, ୧୮ ତାରିଖରେ ସାମାଜିକ ବିଜ୍ଞାନ ଏବଂ ୨୦ ତାରିଖରେ ଗଣିତ ବିଷୟରେ ପରୀକ୍ଷା ଦିନ ସ୍ଥିର କରାଯାଇଛି।
© 2023 Odisha Taza News.